ନିର୍ମାଣ ହେବ ନୂଆ ଲୋକସେବା ଭବନ


 ଭୁବନେଶ୍ୱର: ଲୋକସେବା ଭବନର କଳେବର ବଦଳିଯିବ  । ନୂଆ ଭବନ ନିର୍ମାଣ ହେବ  । ଏଦିଗରେ ରାଜ୍ୟ ସରକାର ପଦକ୍ଷେପ ନେଇଛନ୍ତି  । ବିଧାନସଭାରେ ଏନେଇ ସୂଚନା ଦେଇଛନ୍ତି ପୂର୍ତ୍ତ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ  । ବିଧାୟିକା ସୁବାସିନୀ ଜେନାଙ୍କ ପ୍ରଶ୍ନର ଉତ୍ତରରେ ମନ୍ତ୍ରୀ ଶ୍ରୀ ହରିଚନ୍ଦନ କହିଛନ୍ତିଯେ, ନୂଆ ଲୋକସେବା ଭବନ ନିର୍ମାଣ ନିମନ୍ତେ ରାଜ୍ୟ ସରକାର ମାଷ୍ଟର ପ୍ଳାନ୍ କରିବାକୁ ଓଡ଼ିଶା ସେତୁ ଓ ନିର୍ମାଣ ନିଗମକୁ ନିଦେ୍ର୍ଦଶ ଦେଇଛନ୍ତି  । ଓଡ଼ିଶା ସେତୁ ଓ ନିର୍ମାଣ ନିଗମ ଦ୍ୱାରା ଏହାର ପରିବର୍ଦ୍ଧିତ ଯୋଜନାର ମାଷ୍ଟର ପ୍ଳାନ ତିଆରି କରାଯାଉଛି  । ଏହି ମାଷ୍ଟର ପ୍ଳାନ ଅନୁମୋଦନ ହେଲାପରେ ପରବର୍ତ୍ତୀ ପଦକ୍ଷେପ ଅନୁଯାୟୀ, ବିସ୍ତୃତ ବ୍ୟୟ ଅଟକଳ କରାଯିବ ଏବଂ ସରକାରଙ୍କ ଅନୁମୋଦନ ପାଇଁ ପଠାଯିବ  । ବର୍ତ୍ତମାନର ଲୋକସେବା ଭବନ କୋଠା ୬୮ ବର୍ଷ ପୁରୁଣା  । ଏହାର ପରିସରରେ ଗୁରୁତର ପାର୍କିଂ ସମସ୍ୟା ପରିଲକ୍ଷିତ ହେଉଛି ବୋଲି ମନ୍ତ୍ରୀ ଶ୍ରୀ ହରିଚନ୍ଦନ ଦର୍ଶାଇଛନ୍ତି  । ସୂଚନାଯୋଗ୍ୟଯେ, ୧୯୫୯ ମସିହା ନଭେମ୍ବର ୧୨ରେ ସଚିବାଳୟ ବା ଏବେର ଲୋକସେବା ଭବନ ଉଦଘାଟନ ହୋଇଥିଲା  ।