"ନୀରବ ସ୍ରଷ୍ଟା’ ପତ୍ରିକା ଉନ୍ମୋଚନ

 ବରୀ : ଦୀର୍ଘ ୩୨ ବର୍ଷ ଧରି ବରୀ, ବଡ଼ଚଣା ଅଞ୍ଚଳର ଜଣେ ଦକ୍ଷ ବିଜ୍ଞାନ ଶିକ୍ଷକ ତଥା ଛାତ୍ର ମାନଙ୍କ ମାର୍ଗଦର୍ଶକ ରୂପେ ସୁପରିଚିତ ।  ସ୍ୱର୍ଗତ ପାବକ ମହାପାତ୍ରଙ୍କ ଦ୍ୱାଦଶାହ ଅବସରରେ ତାଙ୍କ ପ୍ରଧାନ କର୍ମ କ୍ଷେତ୍ର ସାମନ୍ତ ସିଂହାର ସରକାରୀ ଉଚ୍ଚ ବିଦ୍ୟାଳୟର ପୁରାତନ ଛାତ୍ର ସଂସଦ ପକ୍ଷରୁ ଶ୍ରଦ୍ଧାଞ୍ଜଳି ସଭା ଓ ସ୍ମରଣିକା ଉନ୍ମୋଚନ କରାଯାଇଛି । ଅଭିମନୁ୍ୟ ସାମନ୍ତସିଂହାର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ସଭାଗୃହରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଅଧ୍ୟକ୍ଷ ଡାଃ ଜୀତେନ୍ଦ୍ର କୁମାର ଦାଶ ସଭାପତିତ୍ୱ କରିଥିବା ବେଳେ କାର୍ଯ୍ୟକ୍ରମର ଆବାହକ ନିମାଇଁ ରାୟ ମଞ୍ଚ ପରିଚାଳନା କରିଥିଲେ । ଅତିଥି ଭାବେ କେନ୍ଦ୍ରପଡା ସ୍ୱୟଂ ଶାସିତ କଲେଜର ପ୍ରାଧ୍ୟାପକ ଓ କବି ଡାଃ ଯଚିନ୍ଦ୍ର କୁମାର ରାଉତ ଓ ଯୁଗାନ୍ତରର ସମ୍ପାଦକ ଡକ୍ଟର ଭାଗ୍ୟଧର ସାହୁ ଅତିଥି ରୂପେ ଯୋଗଦାନ କରି  ସ୍ୱର୍ଗତ ମହାପାତ୍ରଙ୍କ ବହୁମୂଖୀ ପ୍ରତିଭା ଉପରେ ଆଲୋକପାତ କରିଥିଲେ । 
କପିଳ ଚରଣ ସାମଲଙ୍କ ସମ୍ପାଦନରେ ପାବକଙ୍କ ସ୍ମୃତିରେ ପ୍ରକାଶିତ ପତ୍ରିକା "ନୀରବ ସ୍ରଷ୍ଟା’କୁ ଅତିଥି ମାନେ ଉନ୍ମୋଚନ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ପ୍ରଧାନ ଶିକ୍ଷୟତ୍ରୀ ବିଶ୍ୱ ବନ୍ଦିତା ଦାସ, ଡାଃ ନୃସିଂହ ଚରଣ ବେହେରା, ସଞ୍ଜୀବ ପରିଡା, ଗୁନ ଚରଣ ନାୟକ, ଅମିତାଭ ଜେନା, ରମାକାନ୍ତ ମଣ୍ଡଳ, ରାଜ କିଶୋର ପରିଡା, ଶୈଳେନ୍ଦ୍ର ନାରାୟଣ ରାୟ, ରବିନ୍ଦ୍ର କୁମାର ପତି, ଅଭିରାମ ଦାସ, ମନୋଜ ଜେନା ପ୍ରମୁଖ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ । ଉପସ୍ଥିତ ତାଙ୍କର ଛାତ୍ର ଛାତ୍ରୀ ମାନଙ୍କ ମଧ୍ୟରୁ ଶ୍ରେୟସି ଜେନା, ବର୍ଷା ସାମଲ, ସୁଶାନ୍ତ ସେନାପତି ପ୍ରମୁଖ କୋହଭରା ବକ୍ତବ୍ୟ ରଖିଥିଲେ । ଶେଷରେ ଷ୍ଟାଲିନ୍ ଜେନା ଅତିଥି ଓ ଆଗନ୍ତୁକ ମାନଙ୍କୁ କୃତଜ୍ଞତା ଜଣାଇଥିଲେ । ସେହିପରି ଯନ୍ତ୍ରଣା ସାହିତ୍ୟ ପତ୍ରିକା ପକ୍ଷରୁ ଗୋପବନ୍ଧୁ ରମାଦେବୀ ଆଶ୍ରମ ପରିସରରେ ବିପ୍ଳବ କବି ପାବକ ସାରଙ୍କୁ ଶ୍ରଦ୍ଧାଞ୍ଜଳି ସଭା ନିମାଇଁ ରାୟଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହେଇଥିଲା । ଏଥିରେ ଶିକ୍ଷକ, କବି ସାମାଜିକ କର୍ମୀ ଯୋଗଦେଇ ସ୍ୱର୍ଗତ ସାରଙ୍କ ବହୁ ମୁଖୀ ପ୍ରତିଭା ଉପରେ ଆଲୋଚନା କରିଥିଲେ । ଯନ୍ତ୍ରଣାର ସମ୍ପାଦକ ଅମିତାଭ ଜେନା ଧନ୍ୟବାଦ ଦେଇଥିଲେ ।