ଖଣିରେ ଶ୍ରମିକଙ୍କ ମୃତୁ୍ୟ 

 ଚମ୍ପୁଆ : ପୂର୍ବ ଯୋଡା ଲୁହା ପଥର ଖଣିରେ ଲୋଡର ଅପରେଟର ଭାବରେ କାର୍ଯ୍ୟ କରୁଥିବା ଚମ୍ପୁଆ ଥାନା ଅନ୍ତର୍ଗତ ପତଳା ଗ୍ରାମର ରାଜେଶ କୁମାର ନାଏକ ଗତ ୧୨ ତାରିଖ ଦିନ ଏକ ଦୁର୍ଘଟଣାର ସମ୍ମୁଖିନ ହୋଇଥିଲେ । ତାଙ୍କୁ ତୁରନ୍ତ ଚିକିସôା ପାଇଁ ଜାମଶେଦପୁର ସ୍ଥିତ ଟାଟା ମୁଖ୍ୟ ଚିକିସôାଳୟକୁ ସ୍ଥାନାନ୍ତର କରାଯାଇଥିଲା । ମାତ୍ର ଗତ ୧୮ ତାରିଖ ସକାଳେ ସେଠାରେ ତାଙ୍କର ମୃତୁ୍ୟ ହୋଇଯାଇଥିଲା । ରାଜେଶର ମୃତ ଶରୀରକୁ ଏକ ଆମ୍ବୁଲାନ୍ସ ଯୋଗେ ନିଜ ଗ୍ରାମ ପତଳାକୁ ଅଣାଯାଇଥିଲା । ରାତି ୭ ଘଟିକା ସମୟରେ ଆମ୍ବୁଲାନ୍ସଟି ସବ ନେଇ ରାଜେଶଙ୍କ ଘରେ ପହଁଚିଥିଲେ ମଧ୍ୟ କମ୍ପାନୀ ପକ୍ଷରୁ ସହାୟତା ରାଶି ପ୍ରଦାନ କରାଯାଉ ବୋଲି ଦାବି ନେଇ ଘର ଲୋକ ଶବ ଗ୍ରହଣ କରିନଥିଲେ । ଏପିକି ସବ ପହଁଚିବା ୨୧ ଘଣ୍ଟା ପର୍ଯ୍ୟନ୍ତ ଘର ଲୋକ ଗ୍ରହଣ କରିବାକୁ ଅମଙ୍ଗ ହୋଇଥିବାରୁ ରାଜେଶ ନାଏକର ସବ ଆମ୍ବୁଲାନ୍ସ ଭିତରେ ରହିଥିଲା । ଏ ନେଇ ପରିବାରର କିଛି ସଦସ୍ୟ ଯୋଡା ସ୍ଥିତ ଖଣି କମ୍ପାନୀ ସହ ଆଲୋଚନା କରିବା ପରେ ଘର ଲୋକ ଶବ ଗ୍ରହଣ କରିଥିଲେ । ରାଜେଶଙ୍କର ଗୋଟାଏ ୫ ବର୍ଷର ଓ ଗୋଟାଏ ୯ ମାସର ଶିଶୁ କନ୍ୟା ରହିଥିବା ଜଣାଯାଇଛି । ଅନ୍ୟପକ୍ଷରେ ଏହି ଘଟଣାକୁ ନେଇ ପ୍ରଶ୍ନ ଉଠାଇଛନ୍ତି ବରିଷ୍ଠ କଂଗ୍ରେସ ନେତା ତଥା ରାଜ୍ୟ ଆଦିବାସୀ ସେଲ ଅଧ୍ୟକ୍ଷ ପୂର୍ବତନ ସାଂସଦ ଯଶବନ୍ତ ନାରାୟଣ ସିଂ ଲାଗୁରୀ । ସେ କହିଛନ୍ତି ଯେ, ଅଧିକାଂଶ ଖଣି ଗୁଡିକରେ ଶ୍ରମିକ ମାନେ ଅସୁରକ୍ଷିତ ଭାବରେ କାର୍ଯ୍ୟ କରୁଛନ୍ତି ।