ମାଟି୍ରକ ଏ-୧ ଛାତ୍ରଛାତ୍ରୀଙ୍କୁ ସମ୍ବର୍ଦ୍ଧିତ କଲେ ପ୍ରଣିତକାନ୍ତି
ଭଣ୍ଡାରିପୋଖରୀ: ଭଣ୍ଡାରିପୋଖରୀ ବ୍ଲକସ୍ତରରେ ଚଳିତ ବର୍ଷ ମାଟି୍ରକ ପରୀକ୍ଷାରେ ଏ-୧ ଗ୍ରେଡ ହାସଲ କରିଥିବା ଛାତ୍ରଛାତ୍ରୀଙ୍କୁ ପଞ୍ଚାୟତ ସମିତି ଉପାଧ୍ୟକ୍ଷ ପ୍ରଣିତକାନ୍ତି ସାମଲ ଶନିବାର ସମ୍ବର୍ଦ୍ଧିତ କରିଥିବା ଜଣାଯାଇଛି । ବ୍ଲକସ୍ତରରେ ସର୍ବୋଚ୍ଚ ନମ୍ବର ହାସଲ କରିଥିବା ମଣିନାଥପୁର ନରେନ୍ଦ୍ର କୁମାର ପରିଡା ଉଚ୍ଚ ବିଦ୍ୟାଳୟ ଛାତ୍ରୀ ତପସ୍ୱିନୀ ନାଥ (୫୭୩), ପିରିପୁର ପ୍ରଭାକର ମହାନ୍ତି ଉଚ୍ଚ ବିଦ୍ୟାଳୟ(ଶାରଦା ବିଦ୍ୟାମନ୍ଦିର) ଛାତ୍ର ଆଶୁତୋଷ ଦୀକ୍ଷିତ(୫୫୪) ଓ ନପଙ୍ଗ ଚଣ୍ଡିମାତା ଉଚ୍ଚ ବିଦ୍ୟାଳୟ ଛାତ୍ର ବିଭୁଦତ୍ତ ନାୟକ(୫୪୭)ଙ୍କୁ ଶ୍ରୀଜଗନ୍ନାଥ ଫଟୋଚିତ୍ର, ପୁଷ୍ପଗୁଚ୍ଛ ଓ ପ୍ରେସôାହନ ରାଶି ପ୍ରଦାନ କରି ସମ୍ବର୍ଦ୍ଧିତ କରିଥିଲେ । ଏହି ଉସôବରେ ସରପଞ୍ଚ ଅମୂଲ୍ୟ କୁମାର ନାୟକ, ସନ୍ତୋଷ ରାଉତ, ସମିତି ସଭ୍ୟ ବିଷ୍ଣୁଚରଣ ଦାସ ଅତିଥି ଭାବେ ଯୋଗ ଦେଇଥିଲେ । ଦେବଦତ୍ତ ବିଶ୍ୱାଳ, ପ୍ରକାଶ ମହାପାତ୍ର, ସୌମ୍ୟରଞ୍ଜନ ଜେନା, ବିଶ୍ୱଜିତ ସାମଲ, ଦେବେନ୍ଦ୍ର ନାୟକ, କିଶୋର ଶେଣ୍ଡ, ଦେବାଶିଷ ପଟ୍ଟନାୟକ, ଆକାଶ ନାୟକ, ପର୍ଶୁରାମ ଶଙ୍ଖୁଆ, ବଳରାମ ଜେନା, ପ୍ରୀତିକାନ୍ତ ସ୍ୱାଇଁ, ବିଶ୍ୱଜିତ ସାମଲ ପ୍ରମୁଖ ଏଥିରେ ସହଯୋଗ କରିଥିଲେ ।