ନୂଆଁଖାଇ ଭେଟଘାଟ ପ୍ରସ୍ତୁତି ବୈଠକ
ନୂଆପଡ଼ା : ଖଡ଼ିଆଳ ବ୍ଲକ ଅନ୍ତର୍ଗତ ସାନମହେଶ୍ୱର ପଞ୍ଚାୟତ କାର୍ଯ୍ୟାଳୟରେ ସାନମହେଶ୍ୱର ପଞ୍ଚାୟତସ୍ତରୀୟ ନୂଆଁଖାଇ ଭେଟଘାଟ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଛି । ଖଡ଼ିଆଳ ବ୍ଲକ ଉପାଧ୍ୟକ୍ଷ ଗୌତମ ତାଣ୍ଡିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ପ୍ରସ୍ତୁତି ବୈଠକରେ କମିଟିର ବରିଷ୍ଠ ଉପଦେଷ୍ଟା ଦଶମୁ ବେହେରା, ଶ୍ୟାମ ସୁନ୍ଦର କୁଲଦୀପ, ଶଙ୍କର ବେହେରା, ପ୍ରବୀଣ ମୁଣ୍ଡ, ପୁସ୍ତମ ତାଣ୍ଡି, କ୍ଷୀରୋଦ ବେହେରାଙ୍କ ସମେତ ପଞ୍ଚାୟତର ଶତାଧିକ ବୁଦ୍ଧିଜୀବୀ ଯୋଗଦାନ କରିଥିଲେ । ଆସନ୍ତା ୧୫ ତାରିଖ ଦିନ ରଜାମୁଣ୍ଡା ଖେଳ ପଡ଼ିଆ ଠାରେ ଏହି ନୂଆଁଖାଇ ଭେଟଘାଟ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବାକୁ ଥିବା ବେଳେ ଏହି ଭେଟଘାଟ କାର୍ଯ୍ୟକ୍ରମକୁ ଅତି ଆଡ଼ମ୍ବର ସହକାରେ ପାଳନ ପାଇଁ ନିଷ୍ପତ୍ତି ନିଆଯାଇଥିଲା । କାର୍ଯ୍ୟକ୍ରମକୁ ସଫଳ କରିବା ପାଇଁ ବିଭିନ୍ନ ବ୍ୟକ୍ତିବିଶେଷଙ୍କୁ ବିଭିନ୍ନ ଦାୟିତ୍ୱ ପ୍ରଦାନ କରାଯାଇଥିଲା ।