କଂଗ୍ରେସର ସୃଜନ ଅଭିଯାନ କାର୍ଯ୍ୟକ୍ରମ
ଗୋଲାମୁଣ୍ଡା : ଗୋଲାମୁଣ୍ଡା ବ୍ଲକ କରଞ୍ଜକୋଟଠାରେ କଂଗ୍ରେସ ଦଳର ସଂଗଠନ ସୃଜନ ଅଭିଯାନକାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି । ବ୍ଲକ ସଭାପତି ନଉକେଶ୍ୱର ପୁଟେଲଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ରାଷ୍ଟ୍ରୀୟ ପର୍ଯ୍ୟବେକ୍ଷକ ଶଖେ ମସ୍ତାନ ଅଲ୍ଲୀ, ସମ୍ମାନିତଅତିଥି ଭାବେ ପିସିସି ପର୍ଯ୍ୟବେକ୍ଷକ ଫକିର ଜଗତ, ଜିଲ୍ଲା ସଂଯୋଜକ ଜଳନ୍ଧର ନାଏକ ପ୍ରମୁଖ ଉପସ୍ଥିତ ରହି କଂଗ୍ରେସ ଦଳର ସଂଗଠନ ସୃଜନ ଅଭିଯାନ କାର୍ଯ୍ୟକ୍ରମ ବିଷୟର ଉପସ୍ଥିତ କଂଗ୍ରେସ କର୍ମୀଙ୍କୁ ପୁଙ୍ଖାନୁପୁଙ୍ଖ ଭାବେ ବୁଝାଇଥିଲେ । କାର୍ଯ୍ୟକ୍ରମରେ କଂଗ୍ରେସ ନେତା ସିଦ୍ଧାର୍ଥ ନାୟକ, ସଦର ବ୍ଲକ ସଭାପତି ସୁବାସ ଚନ୍ଦ୍ର ପ୍ରଧାନ, ନରହରି ବାଗ, ସାଉଲ ମଙ୍ଗରାଜ ପ୍ରମୁଖ ମଞ୍ଚାସୀନ ଥିଲେ ।