ନୂଆପଡା ଉପନିର୍ବାଚନ : ୭୮,୫୩୪ ଭୋଟରେ ବିଜେପି ପ୍ରାର୍ଥୀ ଆଗୁଆ

ନୂଆପଡା ଉପନିର୍ବାଚନ : ୭୮,୫୩୪ ଭୋଟରେ ବିଜେପି ପ୍ରାର୍ଥୀ ଆଗୁଆ

ନୂଆପଡା : ଶେଷ ପ୍ରଯାୟରେ ନୂଆପଡା ଉପନିର୍ବାଚନର ଗଣତିମଣତି । ଏପର୍ଯ୍ୟନ୍ତ ସରିଛି ୨୪ଟି ରାଉଣ୍ଡ । ୨୪ ରାଉଣ୍ଡ ଗଣତି ଫଳାଫଳ ସାମ୍ନାକୁ ଆସିବା ପରେ ବିଜେପି ପ୍ରାର୍ଥୀ ଜୟ ଢୋଲକିଆ ବିପୁଳ ମାତ୍ରାରେ ଆଗେଇ ବିଜୟର ଦିଗକୁ ଗତି କରୁଛନ୍ତି । ୨୪ରାଉଣ୍ଡ ଶେଷ ସୁଦ୍ଧା ବିଜେପି ପ୍ରାର୍ଥୀ ଜୟ ଢୋଲକିଆ ୭୮,୫୩୪ ଭୋଟରେ ଆଗୁଆ ଅଛନ୍ତି । ବିଜେପି ପ୍ରାର୍ଥୀ ଜୟ ଢୋଲକିଆ ୨୪ ରାଉଣ୍ଡରେ ୧,୧୬,୧୫୯ ଭୋଟ୍‌ ପାଇଥିବା ବେଳେ କଂଗ୍ରେସ ପ୍ରାର୍ଥୀ ଘାସିରାମ ମାଝୀ ଦ୍ୱିତୀୟ ସ୍ଥାନରେ ରହି ୩୭,୬୨୫ ଭୋଟ୍‌  ପାଇଛନ୍ତି । ବିଜେଡି ପ୍ରାର୍ଥୀ ସ୍ନେହାଙ୍ଗିନୀ ଛୁରିଆ ୩୬,୦୨୩ ଭୋଟ୍‌ ପାଇ ତୃତୀୟ ସ୍ଥାନରେ ଅଛନ୍ତି । 

     ଅନ୍ୟପଟେ ଆଜି ସନ୍ଧ୍ୟା ସମୟରେ ଜୟ ମୁଖ୍ୟମନ୍ତ୍ରୀଙ୍କୁ ଭେଟିବା ସହ ଆସନ୍ତା କାଲି ପୁରୀ ଯାଇ ଜଗନ୍ନାଥଙ୍କୁ ଭେଟିବେ  । ଆଜି ନୂଆପଡା ଉପନିର୍ବାଚନ ପାଇଁ ହୋଇଥିବା ମତଦାନର ଗଣତି ଜାରି ରହିଛି । ଷ୍ଟ୍ରଙ୍ଗ ରୁମରେ ସିଲ ହୋଇଥିବା ଇଭିଏମ ଖୋଲାଯାଇଛି । ଏକାସାଙ୍ଗେ ପୋଷ୍ଟାଲ୍‌ ବାଲାଟ୍‌ ଓ ଇଭିଏମ୍‌ ଗଣତି ଚାଲିଛି । ଶୁକ୍ରବାର ସକାଳ ୮ଟାରୁ ଭୋଟ ଗଣତି ଆରମ୍ଭ ହୋଇଛି । ଭୋଟ ଗଣତି ଶେଷ ହେଲା ପରେ ଫଳାଫଳ ପ୍ରକାଶ ପାଇବ ପ୍ରଶାସନ । ପକ୍ଷରୁ ସୁରକ୍ଷା ବ୍ୟବସ୍ଥା କଡାକଡି କରିଦିଆଯାଇଛି । ୩୫୮ ଟି ବୁଥରେ ମତ ଗଣତି ହେବ । ଏଥିପାଇଁ ୧୪ଟି ଟେବୁଲ କରାଯାଇଛି । ୨୬ଟି ରାଉଣ୍ଡରେ ଭୋଟ ଗଣତି ହେବ ।