ନୂଆପଡାରେ ୫୬ ନୂଆ ବୁଥ ଓଡ଼ିଶାରେ ହେବ ଏସଆଇଆର: ଗୋପାଳନ
ଭୁବନେଶ୍ୱର : ନୂଆପଡା ଉପନିର୍ବାଚନ ନେଇ ପ୍ରସ୍ତୁତି ସରିଛି । ଏନେଇ ସମୀକ୍ଷା କରିଛନ୍ତି ସିଇଓ ଆରଏସ ଗୋପାଳନ । ସେ ଆଜି ଅତିରିକ୍ତ ଡିଜିପି ସଞ୍ଜୟ କୁମାରଙ୍କ ସହ ନୂଆପଡା ଗସ୍ତ କରି ତୃତୀୟ ପର୍ଯ୍ୟାୟ ବୈଠକ କରିଥିଲେ । ନିର୍ବାଚନକୁ ଶାନ୍ତି ଶୃଙ୍ଖଳାର ସହ କରିବା ପାଇଁ ସମସ୍ତ ପ୍ରକାର ସୁରକ୍ଷା ବ୍ୟବସ୍ଥା କରାଯାଇଛି । ସବୁକିଛି ଠିକଠାକ ରହିଛି । ନିର୍ବାଚନ ଆଚରଣ ବିଧି ଉଲ୍ଲଙ୍ଘନ ନେଇ କିଛି ଅଭିଯୋଗ ଆସିଛି । ତାହାର ଅନୁଧ୍ୟାନ ଚାଲିଛି । ନୂଆପଡାରେ ଭୋଟ ପାଇଁ ୩୫୦ ବୁଥ ପ୍ରସ୍ତୁତ ହୋଇଛି । ଏଥିରୁ ନୂଆକରି ୫୬ ବୁଥ ହୋଇଛି । ମହିଳାଙ୍କ ପାଇଁ ୬ଟି ପିଙ୍କ ବୁଥ ହୋଇଛି । ଏହାକୁ ମହିଳା ପୋଲିଂ ଅଫିସର ପରିଚାଳନା କରିବେ । ଏହାସହ ବିହାର ଭଳି ଓଡିଶାରେ ମଧ୍ୟ ଏସଆଇଆର ହେବ । ଏନେଇ ମ୍ୟାପିଂ ଆରମ୍ଭ ହୋଇଯାଇଛି ବୋଲି କହିଛନ୍ତି ସିଇଓ ଗୋପାଳନ ।