ନୂତନ ଅଧ୍ୟକ୍ଷଙ୍କ ଯୋଗଦାନ

 ଜଟଣୀ : ଜଟଣୀ ମହାବିଦ୍ୟାଳୟର ଅଧ୍ୟକ୍ଷ ଡ. ରାଜୀବ କୁମାର କର ତାଙ୍କ ଚାକିରି ଜୀବନରୁ ଅବସର ଗ୍ରହଣ କରିଥିବା ବେଳେ ମହାବିଦ୍ୟାଳୟର କର୍ମଚାରୀ ସଂଘ ତରଫରୁ ବିଦାୟକାଳୀନ ସଭା ପ୍ରାଧ୍ୟାପକ ଅଜିତ କୁମାର ସୁନ୍ଦରାୟଙ୍କ ପୌରାହିତ୍ୟରେ ଆୟୋଜିତ ହୋଇଯାଇଛି । ଡ. ଅମିତ ବିକ୍ରମ ପଟ୍ଟନାୟକ, ଡ. ତପନ ମିଶ୍ର, ରଜନୀ ନାୟକ, ଡ. ସୁଶାନ୍ତ ବାରିକ, ଡ. ପୁଷ୍ପାଞ୍ଜଳି ସାମଲ, ସୁଭାଶିଷ ନନ୍ଦ, ସମସ୍ତ କର୍ମଚାରୀ ବକ୍ତବ୍ୟ ମାଧ୍ୟମରେ ଡ. କରଙ୍କ କାର୍ଯ୍ୟକଳାପକୁ ଭୂୟସୀ ପ୍ରଶଂସା କରିଥିଲେ । ପ୍ରାଧ୍ୟାପକ ଡ. ପ୍ରଶାନ୍ତ କୁମାର ପାଣିଗ୍ରାହୀଙ୍କ ସଂଯୋଜନାରେ ଅନୁଷ୍ଠିତ ସଭାରେ ପ୍ରାଧ୍ୟାପକ ଡ. ଅନୁପ କୁମାର ମହାନ୍ତି ଡ. କରଙ୍କ କାର୍ଯ୍ୟଦକ୍ଷତା ପାଇଁ ତାଙ୍କୁ ସାଧୁବାଦ୍ ଜଣାଇଥିଲେ । ଏହି ଅବସରରେ ମହାବିଦ୍ୟାଳୟର ନୂତନ ଅଧ୍ୟକ୍ଷଭାବେ ସ୍ୱପ୍ନା ମଲ୍ଲିକ ଦାୟିତ୍ୱ ଗ୍ରହଣ କରିଛନ୍ତି । ଏହି ପରିପେକ୍ଷୀରେ ମହାବିଦ୍ୟାଳୟର କର୍ମଚାରୀମାନଙ୍କ ତରଫରୁ ତାଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ଅର୍ପଣ କରାଯାଇଥିଲା । ଶେେରେ ଅଧ୍ୟାପକ ଅନିଲ କୁମାର ନନ୍ଦ ଧନ୍ୟବାଦ ଅର୍ପଣ କରିଥିଲେ ।