ରୋଟାରୀ କ୍ଲବର ପ୍ରତିଷ୍ଠାନ ଦିବସ

ଜଟଣୀ:  ଜଟଣୀ ସ୍ଥିତ ରୋଟାରୀ କ୍ଲବ୍ର ୪୯ତମ ପ୍ରତିଷ୍ଠାନ ଦିବସ ପାଳିତ ହୋଇଛି । ରୋଟାରୀ କ୍ଲବ୍ କାର୍ଯ୍ୟାଳୟରେ ମୁଖ୍ୟଅତିଥି ଡିଜିଏନ୍ ରୋଟାରୀଆନ୍ ଇନ୍ଦ୍ରଜିତ୍ ସାହୁ, ସମ୍ମାନୀତ ଅତିଥି ଡ. କୈଳାସଚନ୍ଦ୍ର ମହାରଣା (ଏଜି), ରୋଟ୍ରାକ୍ଟ ଡ. ସତ୍ୟବ୍ରତ କର ଯୋଗଦେଇଥିଲେ । ଅନୁଷ୍ଠାନ ସଭାପତି ରୋଟାରିଆନ୍ ପ୍ରସାଦ ଜଗଦେବ ଏବଂ ସମ୍ପାଦକ ରୋଟାରିଆନ୍ ରସିକ ଲାଲ ପଟେଲ ସମାଜସେବା ଓ ଅନୁଷ୍ଠାନର କାର୍ଯ୍ୟକଳାପ ସହିତ ଅଭିମୁଖ୍ୟ ବିଷୟରେ ମତ ରଖିଥିଲେ । ଏହି ଅବସରରେ ପୌରାଞ୍ଚଳର ବିଭିନ୍ନ ବିଦ୍ୟାଳୟ ମାଟି୍ରକ ଏବଂ +୨ ପରୀକ୍ଷାରେ ସର୍ବାଧିକ ନମ୍ବର ରଖି ଉତୀର୍ଣ୍ଣ ହୋଇଥିବା ୧୫ ଜଣ ମେଧାବୀ କୃତୀ ଛାତ୍ରଛାତ୍ରୀଙ୍କୁ ଏବଂ ବିଭିନ୍ନ କ୍ଷେତ୍ରରେ ପାରଦର୍ଶିତା ଲାଭ କରିଥିବା ୫ ଜଣଙ୍କୁ ଅନୁଷ୍ଠାନ ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଥିଲା । ଚଳିତବର୍ଷ ରୋଟାରୀ କ୍ଲବ୍ରେ ୫ ଜଣ ନୂଆ ସଭ୍ୟ ପଞ୍ଜିକୃତ ହୋଇଛନ୍ତି । ୨୦୨୪-୨୦୨୫ ସଭାପତି ରୋଟାରୀଆନ୍ ଡ. ରାଜେଶ ତି୍ରବେଦୀ, ସମ୍ପାଦକ ରୋଟାରୀଆନ୍ ଶିବ ରତନ ଯୋଶୀ କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ । ରୋଟ୍ରାକ୍ଟ କ୍ଲବର ସଭାପତି ଭାବେ ଭାଗ୍ୟଶ୍ରୀ ରାଉତରାୟ ଏବଂ ସଂପାଦକ ଭାବେ କରନ ଠକ୍କର ଦାୟିତ୍ୱ ଗ୍ରହଣ କରିଥିଲେ । ରୋଟାରୀଆନ୍ ସୁନୀଲ କୁମାର ଅଗ୍ରୱାଲ, ବି.ପି. ମହାନ୍ତି, ରାଧାମୋହନ ପଟ୍ଟନାୟକ, ଆଦିନାରାୟଣ
ଖଣ୍ଡୁଆଳ, କମଳାକାନ୍ତ ପଟ୍ଟନାୟକ, କୃଷ୍ଣମୁରାରୀ ଅଗ୍ରୱାଲ,ଡ. ପି.କେ.ପଣ୍ଡା, ସଞ୍ଜୟ ଅଗ୍ରୱାଲ, କେ.ଭେନୁଗୋପାଳ, ନିଳେନ୍ଦ୍ର ମହାପାତ୍ର, ସୁରେଶ ଝୁନ୍ଝୁନ୍ୱାଲା, ଦିବ୍ୟଜୀବନ ମହାପାତ୍ର, ରାଜେଶ ଅଗ୍ରୱାଲ, ଜ୍ଞାନ ମିଶ୍ର, ପଦାରବିନ୍ଦ ସାହୁ, ଷ୍ଟାପର୍ଡ ଭି. ରେଡେନ୍, ସୁଲୋଚନା ମହାପାତ୍ର, ପ୍ରଦୀପ ପଟ୍ଟନାୟକ, ମାନସ କୁମାର ମହାନ୍ତି, ଅଭିଷେକ କଚ୍ଛପ, ଅମିତ କୁମାର ଅଗ୍ରୱାଲ, ଶ୍ୟାମ ଯୋଶୀ, ନନ୍ଦିକା ଜଗଦେବ, ରୋଟ୍ରାକ୍ଟ ଅଭିଷେକ ଅଗ୍ରୱାଲ, ଅଞ୍ଜଳି ସାହୁ, ସୌରଭ ବାନିକଙ୍କ ସମେତ ବହୁ ସଦସ୍ୟ ଉପସ୍ଥିତ ରହି ପରିଚାଳନାରେ ସହଯୋଗ କରିଥିଲେ । ଏହି କାର୍ଯ୍ୟକ୍ରମରେ ବହୁ ବରିଷ୍ଠ ଓ ବିଶିଷ୍ଟ ବ୍ୟକ୍ତିମାନେ ଉପସ୍ଥିତଥିଲେ ।