୧୯ରୁ ହରିରାଜପୁର ମେଳଣ
ଜଟଣୀ : ଜଟଣୀ ସନ୍ନିକଟ ପୁରୀଜିଲ୍ଲା ପିପିଲି ଡେଲାଙ୍ଗ ନିର୍ବାଚନ ମଣ୍ଡଳୀର ହରିରାଜପୁରର ଓଡ଼ିଶା ପ୍ରସିଦ୍ଧ ପଞ୍ଚୁଦୋଳ ମେଳଣ ଜମାଣ ଚଳିତ ମାସ ଆସନ୍ତା ୧୯ ତାରିଖରୁ ଆରମ୍ଭ ହୋଇ ୨୩ ତାରିଖ ହରିହର ଭେଟ ପରେ ମେଳଣ ଉଦ୍ୟାପିତ ହେବ । ବିଧିବିଧାନ ପୂର୍ବକ ଥାନପତି ପଶ୍ଚିମାଶମ୍ଭୁ ସୋମନାଥ ଦେବଙ୍କୁ ସୁସଜ୍ଜିତ ଦୋଳ ବିମାନରେ ମୁଖ୍ୟ ଦ୍ୱାର ଦେଇ ଘଣ୍ଟ ଘଣ୍ଟା, ଭଜନ, କୀର୍ତ୍ତନ, ଘୋଡ଼ା ନାଚ ଓ ନାଗା ନାଚର ତାଳେ ତାଳେ ନିଆଯାଇ ମେଳଣ ସ୍ଥଳୀରେ ଖୁଣ୍ଟି ଲାଗି କରାଯିବ । ଏଥି ସହିତ ଆଖପାଖ ଅଞ୍ଚଳରୁ ପ୍ରାୟ ୮୫ଟି ଠାକୁରଙ୍କ ଦୋଳ ବିମାନ ମଧ୍ୟ ସମାନ ଭାବେ ଖୁଣ୍ଟି ଲାଗି ହେବେ । ସ୍ଥାନୀୟ ତଥା ବିଭିନ୍ନ ପ୍ରାନ୍ତରୁ ଆସିଥିବା ବାଣାକାର ଓ ମାନସିକଧାରୀ ନିଜନିଜର ଆତସବାଜି ପ୍ରଦର୍ଶନ କରିବେ । ମେଳଣ ପରିଚାଳନା ପରିଷଦର ସଂଯୋଜକ ପ୍ରସନ୍ନ କୁମାର ମହାରଥୀ ସୂଚନା ଦେଇଛନ୍ତି । ଅନ୍ୟମାନଙ୍କ ମଧ୍ୟରେ ମହିଳା ସମାଜସେବୀ ନିରୂପମା ପାତ୍ର, ବିଷ୍ଣୁପ୍ରସାଦ ଜେନା, ଲଲିତ ବେହେରା, ଗୁଜୁରି ଚମ୍ପତି, ବିଜୟ ଜେନା, ହରପ୍ରସାଦ ଚମ୍ପତି, ମନୋଜ ଜେନା, ଗଣମାଧ୍ୟମ ସଂଯୋଜକ ହରପ୍ରସାଦ କାଳିଆ ଜେନା ପ୍ରମୁଖ ଉପସ୍ଥିତ ଥିଲେ ।