ଅବସର ଦିନ ପୂର୍ଣ୍ଣାଙ୍ଗ ପେନସନ ପ୍ରଦାନ
କେନ୍ଦୁଝର : ସୋମବାର ଦିନ କେନ୍ଦୁଝର ଜିଲ୍ଲା ଶିକ୍ଷା କାର୍ଯ୍ୟାଳୟ ତରଫରୁ ଜିଲ୍ଲା ଶିକ୍ଷା ଅଧିକାରୀ,ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ,ବିଭାଗୀୟ ଅଧିକାରୀ,ପ୍ରତିଷ୍ଠାନ ଅଧିକାରୀ,ଜିଲ୍ଲା ଶାରିରୀକ ଶିକ୍ଷା ଅଧିକାରୀ ଏବଂ ଜିଲ୍ଲା ଶିକ୍ଷା ଅଧିକାରୀ କାର୍ଯ୍ୟାଳୟର ସମସ୍ତ କର୍ମଚାରୀଙ୍କ ଉପସ୍ଥିତିରେ ତେଲକୋଇ ବ୍ଲକ ଅଧିନସ୍ଥ ଛାମୁଣ୍ଡା ଜି.ପି. ହାଇସ୍କୁଲର ସଂସ୍କୃତ ଶିକ୍ଷକ ସୁରେନ୍ଦ୍ର ନାଥ ସାହୁଙ୍କୁ ଅବସର ଦିନ ପୂର୍ଣ୍ଣାଙ୍ଗ ପେନସନ ସଂକ୍ରାନ୍ତୀୟ ସମସ୍ତ କାଗଜପତ୍ର ପ୍ରଦାନ କରାଯାଇଛି । ଏହି ଅବସରରେ ଜିଲ୍ଲା ଶିକ୍ଷାଧିକାରୀ ଅବସରପ୍ରାପ୍ତ ଶିକ୍ଷକଙ୍କ ଉତ୍ତୋରୋତ୍ତର ଉନ୍ନତି କାମନା କରିବା ସହିତ ଭବିଷ୍ୟତ ଜୀବନ ସୁଖ, ଶାନ୍ତିରେ କଟିବା ନିମନ୍ତେ କାମନା କରିଥିଲେ ।