ନୂତନ ଛାତ୍ରଛାତ୍ରୀଙ୍କୁ ସ୍ୱାଗତ
ପଟ୍ଟାମୁଣ୍ଡାଇ: ପଟ୍ଟାମୁଣ୍ଡାଇ ବ୍ଲକ ଅନ୍ତର୍ଗତ ବଡମୋହନପୁର ପଞ୍ଚାୟତର ବଡପଡା ସ୍ଥିତ ଉଚ ମାଧ୍ୟମିକ ବିଦ୍ୟାଳୟରେ ନୂତନ ଛାତ୍ର ଛାତ୍ରୀ ମାନଙ୍କୁ ସ୍ୱାଗତ କରାଯାଇଛି । ପ୍ରଥମେ ଯୁକ୍ତ୨ ଦିତୀୟ ବର୍ଷ ଛାତ୍ରୀମାନେ ନୂତନ ଛାତ୍ର ଛାତ୍ରୀଙ୍କୁ ପୁଷ୍ପ ଓ ଚନ୍ଦନ ଦେଇ ବିଦ୍ୟାଳୟ ପରିସରକୁ ସ୍ୱାଗତ କରିଥିଲେ । ଏହି ଉପଲକ୍ଷେ ଆୟୋଜିତ ସଭାରେ ଅଧ୍ୟକ୍ଷ ମନ୍ମଥ କୁମାର ପାତ୍ର ସଭାପତିତ୍ୱ କରି ଆତ୍ମ ବିଶ୍ୱାସ ଓ କଠିନ ପରିଶ୍ରମ ଦ୍ୱାରା ଛାତ୍ର ଛାତ୍ରୀ ମାନଙ୍କର ଭବିଷ୍ୟତ ଉଜ୍ଜଳ ହେବ ବୋଲି କହିଥିଲେ । ବାଣିଜ୍ୟ ବିଭାଗର ଅଧ୍ୟାପକ ସେକ ଇମଦାଦ ଅଲ୍ଲୀ ଶୃଙ୍ଖଳା ଛାତ୍ର ଛାତ୍ରୀ ମାନଙ୍କର ଚରିତ୍ର ଗଠନ ପାଇଁ ସହାୟକ ହୋଇ ପାରିବ ବୋଲି କହିଥିଲେ । ଅଧ୍ୟାପକ ଲିଙ୍ଗରାଜ ଦାସ ଙ୍କ ସଞ୍ଜଜନା ରେ ଅନୁଷ୍ଠିତ ଏହି ଉଛବରେ ଶୁଭ ପ୍ରସାଦ ମଲ୍ଲ , ମୋନିକା ଷଣ୍ଢ, ବିବେକା ନନ୍ଦ ନାୟକ ପ୍ରମୁଖ ଛାତ୍ରଛାତ୍ରୀ ମାନଙ୍କର କର୍ତବ୍ୟ ବୋଧ ସମ୍ପର୍କରେ ପରାମର୍ଶ ଦେଇଥିଲେ । ଶେଷରେ ଅଧ୍ୟାପକ ସନ୍ତୋଷ କୁମାର ଜେନା ଧନ୍ୟବାଦ ଅର୍ପଣ କରିଥିଲେ ।