ସୂର୍ଯ୍ୟକାନ୍ତଙ୍କୁ ରାଜ୍ୟସ୍ତରୀୟ ସାରସ୍ୱତ ସମ୍ମାନ

 କବାଟବନ୍ଧ :  ଧର୍ମଶାଳା ବ୍ଲକ୍ କଦମପାଳ ଗ୍ରାମର ବିଶିଷ୍ଟ ଶିକ୍ଷବିତ୍ ତଥା ଯୁବ ଇଞ୍ଜିନିୟର ସୂର୍ଯ୍ୟକାନ୍ତ ଜେନାଙ୍କୁ ରାଜ୍ୟସ୍ତରୀୟ ସାରସ୍ୱତ ସମ୍ମାନରେ ସମ୍ମାନୀତ କରାଯାଇଛି । ଶ୍ରୀରାମ ଚନ୍ଦ୍ର ଭବନ, କଟକ ଠାରେ ଆୟୋଜିତ ଶୀତଳେଶ୍ୱରୀ ପ୍ରକାଶନୀର ଚତୁର୍ଥ ବାର୍ଷିକ ଉତ୍ସବ ଏବଂ ବାଣିକୃପା ପୁସ୍ତକ ଉନ୍ମୋଚିତ ତଥା ରାଜ୍ୟସ୍ତରୀୟ ସାରସ୍ୱତ ସମାରୋହରେ ତାଙ୍କୁ ସମ୍ବର୍ଦ୍ଧିତ କରାଯାଇଥଲା । ସୂର୍ଯ୍ୟକାନ୍ତ ଐତିହ୍ୟ ସାହିତ୍ୟ, ସଂସ୍କୃତି, ଓଡ଼ିଆ ପରମ୍ପରା, ପ୍ରତି ବେଶ୍ ଗୌରବ ଅର୍ଜନ କରିଥିବା ସହିତ ସେ ଜଣେ ପ୍ରସିଦ୍ଧ ସାରସ୍ୱତ ସ୍ରଷ୍ଟାଭାବେ ଜଣାଶୁଣା । ତାଙ୍କ ସାରସ୍ୱତ ସୃଷ୍ଟିରେ ଓଡିଆ ବାଣୀଭଣ୍ଡାରକୁ ସମୃଦ୍ଧ କରିବା ସହିତ ଓଡ଼ିଆ ସାହିତ୍ୟକୁ ରଦ୍ଧିମନ୍ତ କରିଛନ୍ତି । ତାଙ୍କ ଲେଖନୀ ସମାଜକୁ ବାର୍ତା ଦେବା ସହିତ ଆଗାମୀ ନୂତନ ପୀଢ଼ିକୁ ପ୍ରୋତ୍ସାହନ ଦେବଏହି ଅବସରରେ ତାଙ୍କୁ କେନ୍ଦ୍ର ସାହିତ୍ୟ ଏକାଡ଼େମୀ ପୁରସ୍କାର ପ୍ରାପ୍ତ ପ୍ରଫେସର ଡ଼ଃ ବୈଷ୍ଣବ ଚରଣ ସାମଲ, ପୂର୍ବତନ ମନ୍ତ୍ରୀ ତଥା ବିଧାୟକ  ଅରୁଣ କୁମାର ସାହୁ, ଧର୍ମଶାଳା ବିଧାୟକ ହିମାଂଶୁ ଶେଖର ସାହୁ, ଓଡ଼ିଆ ଚଳଚ୍ଚିତ୍ର ଜଗତର ଅଭିନେତା କୁନା ତ୍ରିପାଠୀ, ଗୀତିକାର ଡଃ ନିର୍ମଳ ନାୟକ, ବିଜୟ ମଲ୍ଲ, ବିଶିଷ୍ଟ ବ୍ୟଙ୍ଗ କବି ଜ୍ଞାନ ହୋତା, ଆଦିକନ୍ଦ ରାଉତ, କଣ୍ଠଶିଳ୍ପୀ ବନ୍ଦିତା ତ୍ରିପାଠୀଙ୍କ ସମେତ ଅନେକ ବ୍ୟକ୍ତି ବିଶେଷ ସୂର୍ଯ୍ୟକାନ୍ତଙ୍କୁ ଶୁଭେଛା ଜଣାଇଛନ୍ତି ।