ବଳଦେଜୀଉଙ୍କ ସୁନାବେଶ ପାଇଁ ପଦକ୍ଷେପ ଦାବି

 କେନ୍ଦ୍ରାପଡ଼ା : କେନ୍ଦ୍ରାପଡାର ଆରାଧ୍ୟ ଦେବ ଶ୍ରୀ ସିଦ୍ଧ ବଳଦେଜୀଉଙ୍କ ସୁନାବେଶ ପାଇଁ ଆବଶ୍ୟକୀୟ ପଦକ୍ଷେପ ନେବାକୁ ଏକ ଦାବିପତ୍ର ମନ୍ଦିର ପରିଚାଳନା କମିଟିର ସଭାପତି ତଥା ଉପ ଜିଲ୍ଲପାଳ ଅରୁଣ କୁମାର ନାୟକଙ୍କୁ ପ୍ରଦାନ କରାଯାଇଛି । ଉକ୍ତ ବେଶ ପାଇଁ ବହୁ ପରିମାଣର ଅର୍ଥ ଆବଶ୍ୟକ ଥିବାବେଳେ ସେ ସମ୍ବନ୍ଧରେ ସରକାରୀ ଓ ବେସରକାରୀ ସ୍ତରରେ ବିଚାର ଆଲୋଚନା କରାଯାଇ ପଦକ୍ଷପ ନେବାକୁ ବିଶିଷ୍ଟ ବ୍ୟକ୍ତି ମାନଙ୍କୁ ନେଇ ଏକ ଆଲେଚନା କରଯିବାର ଆବଶ୍ୟକତା ରହିଛି । ପାଣ୍ଠି ସଂଗ୍ରହ ପାଇଁ ଏକ ସ୍ୱତନ୍ତ୍ର ବ୍ୟାଙ୍କ ଆକାଉଣନ୍ଟ ଜାତୀୟ କରଣ ବ୍ୟାଙ୍କରେ ଖୋଲାଯାଇ ସର୍ବ ସାଧାରଣଙ୍କ ଠାରୁ ଦାନ ସଂଗ୍ରହ କରାଗଲେ ଏହା ଅଧିକ ଫଳପ୍ରଦ ହୋଇ ପାରିବ । ଏନେଇ ରାଜ୍ୟ ସରକାର ଓ ଦେବୋତ୍ତର ବିଭାଗ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରିବା ନିମନ୍ତେ ବିରେନ କୁମାର ଦାସ, ରବି ନାରାୟଣ ଦାସ, ଡ଼ଃ ଚୈତନ୍ୟ ଚରଣ ପରିଡା, ମୃତୁ୍ୟଞ୍ଜୟ ପତି, ଉମାକାନ୍ତ ବଳ, ମନୋଜ କୁମାର ନନ୍ଦ, ହୃଷିକେଶ ସାହୁ, ନିମାଇଁ ଚରଣ କର, ଆଶିଷ ପ୍ରଧାନ, ରବିନ୍ଦ୍ର କୁମାର ସେନାପତିଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତି ଏକ ଦାବିପତ୍ର ଉପ ଜିଲ୍ଲାପାଳଙ୍କୁ ପ୍ରଦାନ କରିଛନ୍ତି ।