ବିଜେପିର ମିଶ୍ରଣ ପର୍ବ
ବରୀ: ବରୀ ବିଜେପି ପକ୍ଷରୁ ଏକ ମିଶ୍ରଣ ପର୍ବ ବାଲିବିଲି ପଞ୍ଚାୟତ ସ୍ଥିତ ସାଇ ମନ୍ଦିର ନିକଟରେ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲା କାର୍ଯ୍ୟକାରୀ ସଭାପତି ଆଶୁତୋଷ ପରିଡାଙ୍କ ସଭାପତିତ୍ୱରେ ଯୁବନେତା ଉମେଶ ଜେନା ଯୋଗଦେଇ ବିଜେଡି ସରକାରରେ ଲୋକଙ୍କ ଘର କଟା ଯାଉଥିଲା, ରେସନକାର୍ଡÿ ସହିତ ବିଭିନ୍ନ ସରକାରୀ ଯୋଜନାରୁ ବଞ୍ଚିତ କରିରଖାଯାଉଥିଲା । ବିଜେପି ଦଳରେ ଏବେ ଆଉ ସେ କଥା ଚଳିବ ନାହିଁ । ବରୀର ଲୋକମାନେ ଆଉ ବ୍ଳକକୁ ଯିବାକୁ ପଡିବନିବ୍ଲକ ଏବେ ସାଧାରଣ ଲୋକଙ୍କ ନିକଟକୁ ଆସିବ । ସମସ୍ତଙ୍କୁ ନ୍ୟାୟ ମିଳିବ । ବାଲିବିଲି ପଞ୍ଚାୟତରୁ ଏହି ମିଶ୍ରଣ ପର୍ବ ଆରମ୍ଭ ହୋଇଛି । ଏହା ବ୍ଳକର ସମସ୍ତ ପଞ୍ଚାୟତକୁ ବ୍ୟାପିବ । ବରୀରେ ମଧ୍ୟ ଆମ ସରକାରରକୁ ଶସକ୍ତ କରିବାକୁ ହେଲେ ଏକହୋଇ କାର୍ଯ୍ୟ କରିବାକୁ ଯୁବନେତା ଶ୍ରୀ ଜେନା ଆହ୍ୱାନ ଦେଇଥିଲେ । ଅବସରରେ ଏକ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଥିଲା । ଏଥିରେ ସୁଶାନ୍ତ ସାମଲ, ପ୍ରଶାନ୍ତ ପଢିହାରୀ, ଜ୍ଞାନରଞ୍ଜନ ୱାଇଁ, ଅମୂଲ୍ୟ ପଢିହାରୀ, ପ୍ରଫୁଲ୍ଲ ଜେନା, ଉପେନ୍ଦ୍ର ସାମଲ, ଅଜୟ ସାମଲ, ଅଜୟ ଜେନା, ବାଦଲ ମିଶ୍ର, ମନୋଜ ଜେନା, ରଜନିକାନ୍ତ ନାୟକ, ମାନସ ଧଳଙ୍କ ସମେତ ଶତାଧିକ କର୍ମୀ ବିଜେଡି ଛାଡ଼ି ବିଜେପିରେ ଆନୁଷ୍ଠାନିକ ଭାବେସାମିଲ ହୋଇଥିଲେ ।ଳେ ସ୍ଥାନୀୟ କେତେକ ଲୋକ ଓ ଜନୈକ ସାମ୍ବାଦିକ ତାଙ୍କ ପକେଟରେ ଥିବା ଆଧାର କାର୍ଡ଼ରୁ ତାର ପରିଚୟ ପାଇଥିଲେ । ପରେ ସେମାନେ ତିହିଡ଼ି ପ୍ରତିନିଧିଙ୍କ ସହ ଯୋଗାଯୋଗ କରିବା ପରେ ପ୍ରଶାନ୍ତ ପରିବାର ଲୋକଙ୍କୁ ଏହି ଖବର ଦିଆ ଯାଇଥିଲା । ପ୍ରଶାନ୍ତଙ୍କୁ ଡାକ୍ତରଖାନାରେ ଭର୍ତ୍ତୀ କରାଯାଇଥିଲା । ସୂଚନା ଅନୁଯାୟୀ, ପ୍ରଶାନ୍ତଙ୍କ ପରିବାର ପକ୍ଷରୁ ଭଦ୍ରକ ଥାନାରେ ଏନେଇ ଅଭିଯୋଗ କରାଯାଇଛି । ପ୍ରଶାନ୍ତ ଏବେ ବି ଅସୁସ୍ଥ ଅଛନ୍ତି । ଟ୍ରେନରେ ବା ଷ୍ଟେସନରେ ଓହ୍ଲାଇବା ପରେ ସେଠାରୁ କେହି ପ୍ରଶାନ୍ତ ସହ ସମ୍ପର୍କ ସୃଷ୍ଟି କରି ଏହି ପରି କାର୍ଯ୍ୟ କରିଥାଇ ପାରେ ବୋଲି ଅନୁମାନ କରାଯାଉଛି ।