କଫସିରପ୍ ଜବତ, ୨ଗିରଫ
ସମ୍ବଲପୁର: ବେଆଇନ ଭାବେ ନିଶା କଫସିରପ ଚୋରା ଚାଲାଣ ବେଳେ ଅବକାରୀ ପୋଲିସ ୨ଜଣଙ୍କୁ ଗିରଫ କରିଛି । ସେମାନଙ୍କ ଠାରୁ ୩୦୦ବୋତଲ କଫସିରପ ଜବତ ହୋଇଛି । ଏ ନେଇ ୨ଟି ମାମଲା ରୁଜୁ କରାଯାଇ ଅଭିଯୁକ୍ତଙ୍କୁ କୋର୍ଟଚାଲାଣ କରାଯାଇଛି । ପ୍ରକାଶ ଯେ, ଏକ ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ସମ୍ବଲପୁର ଅବକାରୀ ପୋଲିସ ଲକ୍ଷ୍ମୀ ଟକିଜ ଛକ ନିକଟରେ ହୀରାକୁଦ ଥାନା ଗଡମୁଣ୍ଡା ଗ୍ରାମର ଜନ୍ମେଜୟ ଓରାମ(୩୧)ଙ୍କ ଠାରୁ ୧୮୦ବୋତଲ କଫସିରପ ଜବତ କରାଯାଇଛି । ଏ ନେଇ ୭୭/୨୫ରେ ଏକ ମାମଲା ରୁଜୁ କରାଯାଇଛି । ସେହିପରି ସଦର ରେଞ୍ଜ ଅନ୍ତର୍ଗତ ଅଇଁଠାପାଲି ଛକ ନିକଟରେ ହୀରାକୁଦ ଥାନା ଗଡମୁଣ୍ଡା ଗ୍ରାମର ନକୁଳ ଖଡିଆ(୩୦)ଙ୍କ ଠାରୁ ୧୨୦ବୋତଲ କଫସିରପ ଜବତ କରାଯାଇଛି । ଅଭିଯୋଗ ପରେ ୨୫/୨୫ରେ ଏକ ମାମଲା ରୁଜୁ କରାଯାଇ ଅଭିଯୁକ୍ତକୁ ଗିରଫ କରାଯାଇଛି ।