ତିନି ଦିନିଆ ସମର କ୍ୟାମ୍ପ
ବଲାଙ୍ଗିର : ୱାଇସିଡିଏ ବଲାଙ୍ଗିର ପକ୍ଷରୁ ଆଟଗାଁ ପଂଚାୟତରେ ତିନି ଦିନିଆ ସମର କ୍ୟାମ୍ପ ଆୟୋଜିତ ହୋଇଯାଇଛି । ଏଥିରେ ପୁଇଁନ୍ତଲା ବ୍ଲକର ଛତାପିପଲ, ଭାଲେର, ଦଶପୁର, ମହିମୁଣ୍ଡା ଏବଂ ଆଟଗାଁ ପଞ୍ଚାୟତର ଶିଶୁମାନେ ଯୋଗଦାନ କରିଥିଲେ । ଏହି କାର୍ଯ୍ୟକ୍ରମରେ ପିଲାମାନେ ତାଙ୍କ ସୃଜନଶୀଳତାକୁ ପରିପ୍ରକାଶ କିପରି କରିପାରିବେ ଏବଂ ତାଙ୍କର ମନୋରଞ୍ଜନ କାର୍ଯ୍ୟକ୍ରମକୁ ଗୁରୁତ୍ୱ ଦିଆଯାଇଥିଲା । ଦକ୍ଷତା ବୃଦ୍ଧି ଉପରେ ଅଧିବେଶନ, ଆର୍ଟ କ୍ରାଫ୍ଟ, କ୍ଲେ ମେକିଂ, ରୋଲ ପ୍ଲେ ଇତ୍ୟାଦି କାର୍ଯ୍ୟକ୍ରମ କରାଯାଇଥିଲା । ପ୍ରଥମ ଦିନରେ ପ୍ରୋଗ୍ରାମ ମ୍ୟାନେଜର ଜ୍ୟୋତି କୁମାର ରଥ ମୂଲ୍ୟବୋଧ ଏବଂ ନୈତିକତା ଉପରେ ଅଧିବେଶନ ପରି·ଳନା କରିଥିଲେ । ଦ୍ୱିତୀୟ ଦିନରେ ପ୍ରୋଗ୍ରାମ ମ୍ୟାନେଜର ଗଣେଶ ସାହୁ ନେତୃତ୍ୱ ଶୈଳୀ ଉପରେ ଅଧିବେଶନ ପରି·ଳନା କରିଥିଲେ । ତୃତୀୟ ଦିନ ଶିଶୁ ନେତାମାନେ କିପରି ନିଜର ଅଂଚଳରେ ବିଭିନ୍ନ ସମସ୍ୟାକୁ ନେଇ ସମସ୍ୟାର ସମାଧାନ ଯୋଜନା କରି କାମ କରିବେ ସେହି ଉପରେ ଆନନ୍ଦିନୀ ରଥ ଅଧିବେଶନ ପରି·ଳନା କରିଥିଲେ । ଗ୍ରୁପ ଡାନ୍ସ ସଙ୍ଗୀତ ଗାନ ଏବଂ ଡ୍ରାମା ଶିଶୁମାନଙ୍କ ଦ୍ୱାରା ପରିବେଷିତ ହୋଇଥିଲା । ଦେଶାଇ ଫାଉଣ୍ଡେସନ ଟ୍ରଷ୍ଟ ଏବଂ ଏସ୍କେଏନ୍ ମିଳିତ ସହଯୋଗରେ ଏହି କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା । ୱାଇସିଡିଏର ସମସ୍ତ ସଦସ୍ୟମାନେ କାର୍ଯ୍ୟକ୍ରମ ସଫଳ ହେବାରେ ସହଯୋଗ କରିଥିଲେ ।