ନୂତନ ରାସନକାର୍ଡ ବଣ୍ଟନ ପ୍ରସ୍ତୁତି

  କେନ୍ଦ୍ରାପଡା :  କେନ୍ଦ୍ରାପଡା ଜିଲ୍ଲାର ବିଭିନ୍ନ ବ୍ଲକର ପଞ୍ଚାୟତରେ ଖାଲି ପଡିଥିବା ସରପଞ୍ଚ, ୱାର୍ଡମେମ୍ବର, ସମିତି ସଭ୍ୟ ଓ ଜିଲ୍ଲା ପରିଷଦ ସଭ୍ୟ ପଦବୀ ଗୁଡିକ ପୂରଣ ଓ ଏଥିସହିତ  ଜିଲ୍ଲାରେ ନୂତନ ରାସନକାର୍ଡ ବଣ୍ଟନ ନେଇ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ଜିଲ୍ଲାପାଳ ସ୍ମୃତିରଂଜନ ପ୍ରଧାନ ଅଧ୍ୟକ୍ଷତା କରିଥିବାବେଳେ ଅତିରିକ୍ତ ଜିଲ୍ଲାପାଳ ନୀଲୁ ମହାପାତ୍ର, ଜିଲ୍ଲା ପରିଷଦ ମୁଖ୍ୟ ନିର୍ବାହୀ ଅଧିକାରୀ ରାଜେନ୍ଦ୍ର ମହାନ୍ତି, ଅଜାମ୍ବର ମହାନ୍ତିଙ୍କ ସମେତ ସମସ୍ତ ଜିଲ୍ଲାର ସମସ୍ତ ତହସିଲଦାର, ବିଡିଓ, ଅତିରିକ୍ତ ତହସିଲଦାର, ଏବିଡିଓ ଓ ଜିଲ୍ଲାସ୍ତରୀୟ ଅଧିକାରୀମାନେ ଉପସ୍ଥିତ ରହି ଜିଲ୍ଲାରେ ଖାଲି ପଡିଥିବା ପଦବୀ ଗୁଡିକ ବିଷୟରେ ରାଜ୍ୟ ନିର୍ବାଚନ ଅଧିକାରୀଙ୍କୁ ଅବଗତି କରାଇବା ପରେ ତାରିଖ ଧାର୍ଯ୍ୟ ହେବା ପରେ ନିର୍ବାଚନ କରାଯିବ । ଏଥିସହିତ ଆଗାମୀ ପଂଚାୟତରାଜ ଦିବସରେ ମାନ୍ୟବର ମନ୍ତ୍ରୀ ନୂତନ ରାସନ୍ କାର୍ଡ ବଣ୍ଟନ କରିବାର ଯୋଜନା ରହିଛି । ଏଥିନିମନ୍ତେ ପୁଙ୍ଖାନୁପୁଙ୍ଖ ଭାବେ ଆଲୋଚନା କରାଯାଇଛି । କାର୍ଯ୍ୟଗୁଡିକ ଦାୟିତ୍ୱର ସହ ସମ୍ପାଦନ କରିବା ପାଇଁ ଜିଲ୍ଲାପାଳ ଉପସ୍ଥିତ ଥିବା ଅଧିକାରୀମାନଙ୍କୁ ନିଦେ୍ର୍ଦଶ ଦେଇଥିବା ଜଣାପଡିଛି ।