ପାନୀୟ ଜଳ ସମସ୍ୟା ସମାଧାନ ଦାବି
କେନ୍ଦ୍ରାପଡ଼ା : କେନ୍ଦ୍ରାପଡା ଜିଲ୍ଲା ତେରଗାଁ ପଂଚାୟତରେ ଦୀର୍ଘ ବର୍ଷ ହେଲା ପାନୀୟ ଜଳ ସମସ୍ୟା ଲାଗି ରହିଥିବାରୁ ପଂଚାୟତ ଶତାଧିକ ବ୍ୟକ୍ତି ଜିଲ୍ଲାପଳଙ୍କୁ ଭେଟି ସମାଧାନ ପାଇଁ ଏକ ଦାବିପତ୍ର ପ୍ରଦାନ କରିଛନ୍ତି । ଉକ୍ତ ଅଂଚଳରେ ନଳକୂପ ରୁ ଲୁଣ ପାଣି, ଲୈାହ ମିଶ୍ରିତ ପାଣି ବାହାରୁ ଥିବାରୁ ଏହା ପିଇବା ପାଇଁ ଉପେଯାଗୀ ହେଉନାହିଁ । ସ୍ଥାୟୀୟ ଲୋକ ଖୋଲା କୂପର ପାଣି, ନଦୀର ପାଣିକୁ ପିଇବା ପାଇଁ ବ୍ୟବହାର କରି ବିଭିନ୍ନ ରୋଗର ସମ୍ମୁଖୀନ ହେଉଛନ୍ତି । ଏହି ପଂଚାୟତ କୁ ଟ୍ୟାଙ୍କର ଯୋଗେ ପାନୀୟ ଜଳ ଯୋଗାଇ ଦିଆ ଯାଉଥିଲା । ଏହା ବନ୍ଦ କରି ଦେଇଥିବା ଯୋଗୁଁ ଶିଶୁ, ଛାତ୍ରଛାତ୍ରୀ, ବୃଦ୍ଧ, ବୃଦ୍ଧା ଅସୁବିଧାର ସମ୍ମୁଖୀନ ହେବା ସହ ରୋଗର ଶୀକାର ହେଉଛନ୍ତି । ଏହାର ସ୍ଥାୟୀ ସମାଧାନ କରିବା ସହିତ ବର୍ତମାନ ଟ୍ୟାଙ୍କର ଯୋଗେ ଉକ୍ତ ପଂଚୟତ କୁ ପାନୀୟ ଜଳ ଯୋଗାଇବା ପାଇଁ ପଂଚାୟତବାସୀଙ୍କ ତରଫରୁ ଆଦିତ୍ୟ କୁମାର ସ୍ୱାଇଁ, ଅଜୟ ସାହୁ, ପ୍ରଭୁଦତ ଦାସ, ସଂଯୁକ୍ତା ରାଉତ ପ୍ରମୁଖ ଦାବି କରିଛନ୍ତି ।