ଶୈଳେନ୍ଦ୍ର ନାରାୟଣ ସଂସ୍କୃତ ମହାବିଦ୍ୟାଳୟରେ ନୂତନ ଅଧ୍ୟକ୍ଷ
ରାଜନଗର: ରାଜନଗର ବ୍ଲକ ସଦର ମହକୁମାସ୍ଥିତ ଶୈ÷ଳେନ୍ଦ୍ରନାରାୟଣ ସଂସ୍କୃତ ମହାବିଦ୍ୟାଳୟରେ ନୂତନ ଅଧ୍ୟକ୍ଷ ଭାବେ ଡଃ ଘନଶ୍ୟାମ ମିଶ୍ର ଦାୟିତ୍ୱ ଗ୍ରହଣ କରିଛନ୍ତି । ପ୍ରାକ୍ତନ ଅଧ୍ୟକ୍ଷ ଡଃ ବିକ୍ରମାଦିତ୍ୟ ଦାସଙ୍କ ଅବସର ଗ୍ରହଣ ପରେ ଡଃ ମିଶ୍ରଙ୍କୁ ଉଚ୍ଚଶିକ୍ଷା ବିଭାଗର ସ୍ୱତନ୍ତ୍ର ସଚିବ ପିକେ ମିଶ୍ରଙ୍କ ଚିଠି ନଂ- ୨୦୬୮୪, ତା୨୨.୪.୨୦୨୫ ରିଖରେ ଅଧ୍ୟକ୍ଷ ଭାବେ ଦାୟିତ୍ୱ ଗ୍ରହଣ କରିବାକୁ ପାଇଁ ନିଦେ୍ର୍ଦଶନାମା ପ୍ରକାଶ ପାଇଛି । ଅଧ୍ୟକ୍ଷ ଡଃ ମିଶ୍ର ବ୍ୟାକରଣ ବିଭାଗର ପ୍ରାଧ୍ୟାପକ ଭାବେ କାର୍ଯ୍ୟ କରି ଆସୁଥିଲେ । ସେ ଦାୟିତ୍ୱ ଗ୍ରହଣ କରିବା ପରେ ମହାବିଦ୍ୟାଳୟର ଅଧ୍ୟାପକ, ଅଧ୍ୟାପିକା ଓ କର୍ମଚାରୀମାନେ ସମ୍ବର୍ଦ୍ଧିତ କରିଥିଲେ ।