ପଖାଳ କଂସାରେ ମନ
ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପରେ ପରେ ଯଦି ଆଉ କଣ ପ୍ରିୟ ବୋଲି ଓଡ଼ିଆଙ୍କୁ ପଚରା ଯାଏ ତେବେ ଅଧିକାଂଶ ଉତ୍ତର ଆସିବ ପଖାଳ । ଏହା ପ୍ରତିଟି ଓଡ଼ିଆଙ୍କ ପ୍ରାଣର ଆତ୍ମା କହିଲେ ଅତ୍ୟୁକ୍ତି ହେବ ନାହିଁୟ କି ଧନୀ କି ଗରିବ, ପିଲାଠୁ ବୟସ୍କଙ୍କ ପର୍ଯ୍ୟନ୍ତ ସମସ୍ତଙ୍କର ସବୁ ସମୟର ପ୍ରିୟ ଖାଦ୍ୟ ପଖାଳ । ପଖାଳକୁ କେବଳ ଯେ ଖାଦ୍ୟ କହିବା ଭୁଲ ହେବ, ଏହା ସବୁ ଓଡ଼ିଆଙ୍କ ଭାବାବେଗ ବି । ଆମର ଗର୍ବ, ଗୌରବ, ସଂସ୍କୃତି ଓ ପରମ୍ପରା ସହ ଏହା ଓତପ୍ରୋତ ଭାବେ ଜଡ଼ିତ ।
କୁହାଯାଏ ଏକ ଭୂ-ଖଣ୍ଡ ବା ଅଞ୍ଚଳରେ ଖାଦ୍ୟ ପାୟ ସେଠାକାର ପରିବେଶ ଓ ଜଳବାୟୁ ଉପରେ ନିର୍ଭର କରେ । ଆଉ ଶହ ଶହ ବର୍ଷର ନିରୀକ୍ଷଣରେ ପ୍ରତିଷ୍ଠା ଲାଭକରେ ସେ ଅଞ୍ଚଳର ଖାଦ୍ୟ ପରମ୍ପରା । ଏହି ଆଧାରରେ ପଖାଳ ଓଡ଼ିଶାର ପରିବେଶ ଉପଯୋଗୀ ଏକ ମୌଳିକ ଖାଦ୍ୟ ଏବଂ ଓଡ଼ିଶା ହେଉଛି ତା'ର ଉତ୍ପତ୍ତିସ୍ଥଳ । ଖ୍ରୀ.ଅ. ୬୦୦ ଠାରୁ ଓଡ଼ିଶାରେ ମୁଖ୍ୟ ଖାଦ୍ୟ ଧାରାରେ ଧାନ, ଗହମ ଓ ବାର୍ଲି ସାମିଲ ହୋଇଆସିଛିୟ ବିଶେଷ କରି ସୋମେଶ୍ୱରଙ୍କ ରଚିତ "ମାନସୋଲ୍ଲାସ'ରେ କଳିଙ୍ଗରେ ଧାନର ପ୍ରସିଦ୍ଧି ବର୍ଣ୍ଣିତ ଅଛି । ଏଣୁ ଏହି ଭୂ-ଖଣ୍ଡରେ ପଖାଳର ପ୍ରଚଳନ ପାଖାପାଖି ଦୁଇ ହଜାର ବର୍ଷର ବୋଲି ଆକଳନ କରାଯାଏ ।
ପଖାଳ ଶବ୍ଦଟି ସଂସ୍କୃତ ଶବ୍ଦ ପ୍ରକ୍ଷାଳନରୁ ସୃଷ୍ଟି । ଓଡ଼ିଆରେ ଏହାର ଅର୍ଥ "ପଖାଳିବା/ପଖାଳିତ' ଅର୍ଥାତ ଧୋଇବା । ଭାତକୁ ଧୋଇ ସେଥିରେ ପାଣି ମିଶାଇ ତିଆରି କରାଯାଉଥିବାରୁ ଏହାର ନାମ ପଖାଳ ରହିଥିବା କୁହାଯାଏ । ଏହା ମୁଖ୍ୟତଃ ଦୁଇ ପ୍ରକାରର ଯଥା- ଉଷୁନା ପଖାଳ ଓ ଅରୁଆ ପଖାଳ । ସେଥିରେ ପୁଣି ସଜ ପଖାଳ, ·ଇଁ ପଖାଳ, ବାସି ପଖାଳ ଓ ଦହି ପଖାଳ ଭିନ୍ନ ଭିନ୍ନ ରକମର, ଭିନ୍ନ ଭିନ୍ନ ସ୍ୱ୍ୱାଦର ।
ଗରମ ଭାତରୁ ପେଜ ନ ଗାଳି, ସେଥିରେ ଥଣ୍ଡାପାଣି ଦେଇ ପଖାଳ ପ୍ରସ୍ତୁତ ହେଲେ ତାହା ସଜ ପଖାଳ । ଭାତରୁ ପେଜ ଗାଳିସାରିବା ପରେ ସେଥିରୁ ଗରମ ନଛାଡ଼ୁଣୁ ପାଣି ମିଶାଇ ଯେଉଁ ପଖାଳ ପ୍ରସ୍ତୁତ ହୁଏ ତାକୁ ·ଇଁ ପଖାଳ କୁହାଯାଏ । ସେହିପରି ଭାତ ପଖାଳିବାର ୧୦ ଘଣ୍ଟା ବା ତାଠୁ ଊଦ୍ଧ୍ୱର୍ ସମୟ ରଖି ଯେଉଁ ପଖାଳ ପ୍ରସ୍ତୁତ ହୁଏ ତାହା ବାସି ପଖାଳ ଏବଂ ସଜ ବା ବାସି ପଖାଳରେ ଦହି ଓ ଜିରା, ସୋରିଷ, ରସୁଣ, ଭୃସଙ୍ଗ ପତ୍ର ଆଦି ଛୁଙ୍କ ଦେଇ ଯେଉଁ ପଖାଳ ପ୍ରସ୍ତୁତ ହୁଏ ତାକୁ ଦହି ପଖାଳ କୁହାଯାଏ । ଏସବୁଥିରେ ଭୃସଙ୍ଗ ପତ୍ର, ଟଭା ପତ୍ର ଛୁଙ୍କ ଦେଇ ସେଥିରେ କଟା ଦେଶୀ ପିଆଜ, ବସାଦହି, ଆମ୍ବକସିଆ ଅଦା, କଞ୍ଚାଲଙ୍କା ଓ ଦରକାର ମୁତାବକ ଲୁଣ ପକାଇଲେ ଏହାର ସ୍ୱାଦ ଆହୁରି ବଢ଼ିଯାଏ । ପଖାଳ ସହ ଆଳୁ, ବାଇଗଣ, ବିଲାତି ସାରୁ ଚକଟା, ବଡ଼ିଚୁରା, ବିଭିନ୍ନ ପନିପରିବା ଭଜା, ଛତୁ ପତ୍ର ପୋଡ଼ା, ଶୁଖୁଆ, ମାଛ, କଙ୍କଡ଼ା ଛେ·, ଆମ୍ବୁଲ ଦଳା, ଆ·ର ଓ ବିଭିନ୍ନ ଶାଗ ମଧ୍ୟ ଖିଆଯାଇଥାଏ । ବିଶେଷ କରି ଲେମ୍ବୁ ଓ ଆମ୍ବ ସମୟରେ ଆମ୍ବ କଷିକୁ ଛିଡ଼ାଇଦେଲେ ଡେମ୍ଫରୁ ଯେଉଁ ନସି ବାହାରେ ତାହା ପଖାଳ ଭାତରେ ଗୋଳେଇ ଖାଇଲେ ଅତ୍ୟନ୍ତ ସ୍ୱ୍ୱାଦିଷ୍ଟ ଲାଗିଥାଏ ।
ଓଡ଼ିଆ ଘରେ ଆଉ କିଛି ଥାଉ କି ନ ଥାଉ ବର୍ଷକ ବାରମାସ କେବେ ବି ଖାଲି ହୁଏନି ପଖାଳ ହାଣ୍ଡି । ବନ୍ଧୁବାନ୍ଧବ, ବାଟ ଭିକାରୀ, ହଳିଆ ମୂଲିଆ ଯିଏ ଯେତେବେଳେ ଆସିଲେ ବି ପଖାଳ ପରସି ଯଥାମାନ୍ୟ ଚର୍ଚ୍ଚା କରେ ଓଡ଼ିଆ ଘରର ବୋହୂ । ସକାଳ ହେଲେ ଖଟିଖିଆ ଠୁ ·କିରିଆ ପଖାଳ କଂସାଏ ଖାଇଦେଇ ଯେଝା କାମରେ ବାହାରି ଯାଆନ୍ତି । କେବଳ ସକାଳ ନୁହେଁ, ଦ୍ୱିପହର ଓ ସଞ୍ଜବେଳେ ବି ଓଡ଼ିଆ ମନ ଖୋଜେ ପଖାଳ କଂସା ।
ଆମ ଓଡ଼ିଆଙ୍କ ପରି ଆମ ମହାପ୍ରଭୁ ମଧ୍ୟ ପଖାଳ ପ୍ରେମୀ । ମାତ୍ର, ମହାପ୍ରଭୁଙ୍କର ଉପାସନାରେ କେବଳ ଅରୁଆ ପଖାଳ ଭୋଗ ହୁଏୟ ସନ୍ଧ୍ୟାଧୂପ ପରେ ହିଁ ପଖାଳକୁ ଭୋଗ ରୂପେ ଗ୍ରହଣ କରନ୍ତି ମହାପ୍ରଭୁ । ଶ୍ରୀଗୁଣ୍ଡି· ଠାରୁ ନୀଳାଦ୍ରି ବିଜେ ପର୍ଯ୍ୟନ୍ତ ଅବଧିକୁ ଛାଡ଼ିଦେଲେ ବାକି ସବୁଦିନ ପଖାଳ ଖାଆନ୍ତି କଳା ଠାକୁର । ଗ୍ରୀଷ୍ମ ପ୍ରବାହରୁ ରକ୍ଷା ପାଇବାପାଇଁ ଚନ୍ଦନଯାତ୍ରା ଅବସରରେ ଦହି ପଖାଳ ମଣୋହି କରି ମଦନମୋହନ ·ପଖେଳ ପାଇଁ ବାହାରନ୍ତି । କେବଳ ଏତିକି ନୁହେଁ, ମାର୍ଗଶୀରମାସ ମାଣବସା ଗୁରୁବାର ଓଷାରେ ମହାଲକ୍ଷ୍ମୀଙ୍କଠାରେ ପଖାଳ ଓ କଳମଶାଗ ଭୋଗ ଦେବାର ପରମ୍ପରା ରହିଛି । ପଶ୍ଚିମ ଓଡ଼ିଶାର ଭାଇ ଜିଉନ୍ତିଆ ଓଷା ପରଦିନ ଭଉଣୀମାନେ ମିଶିକି ପଖାଳ ଖାଆନ୍ତି । ଏହା ବାଆଦେ ବର ସହ କନ୍ୟାଘରର ପାରସ୍ପରିକ ମଧୁର ସମ୍ପର୍କ ଏହି ପଖାଳରୁ ହିଁ ଆରମ୍ଭ ହୋଇଥାଏ । ବାହାଘର ପରେ କନ୍ୟାଘରେ ବର ଗାଧୁଆ ସାରି ନୂଆ ପୋଷାକ ପିନ୍ଧି ପଖାଳ ଖାଇଥାଏ । ଯାହାକୁ ତୋରାଣି ଖିଆ ବୋଲି କୁହାଯାଏ ।
ବିଜ୍ଞାନ ମଧ୍ୟ ପଖାଳର ସ୍ୱାସ୍ଥ୍ୟ ଉପଯୋଗିତାକୁ ସ୍ୱ୍ୱୀକାର କରିସାରିଛି । ବିଶେଷ କରି ନିଦ୍ରାହୀନତା ଦୂର କରିବା ସହ ଖରାଦିନେ ଏହାକୁ ଖାଇଲେ ଅଂଶୁଘାତ କବଳରୁ ରକ୍ଷା କରୁଥିବା ମିଳେ । ଏହାକୁ ପ୍ରତ୍ୟେହ ଖାଇବା ଦ୍ୱାରା ଶରୀର ପତଳା ହୋଇଥାଏ । କାରଣ ସାଧାରଣ ଭାତ ତୁଳନାରେ ୬୦ % କମ୍ କ୍ୟାଲୋରୀ ରହିଥାଏ । ସପ୍ତାହରେ ତିନି ଥର ପଖାଳ ଖାଇବା ଦ୍ୱାରା ଅଲସର ରୋଗ ଓ ପ୍ରତ୍ୟେହ ସକାଳେ ପଖାଳ ଖାଇବା ଦ୍ୱାରା ପାକସ୍ଥଳୀ ଜନିତ ରୋଗରୁ ମଧ୍ୟ ଉପଶମ ମିଳିଥାଏ ବୋଲି ବିଶେଷଜ୍ଞ ମାନେ ମତ ଦିଅନ୍ତି ।
ଏକ ଗବେଷଣା ଅନୁସାରେ ୧୦୦ଗ୍ରାମ ଭାତରେ ମାତ୍ର ୩.୪ମିଲି ଗ୍ରାମ ଲୌହ ରହିଥାଏ । କିନ୍ତୁ ୧୨ଘଣ୍ଟା ପଖାଳ ହେଲା ପରେ ଲୌହ ପରିମାଣ ୭୩.୯୧ମିଲି ଗ୍ରାମକୁ ବଢ଼ି ଯାଇଥାଏ । ସେହିପରି ସୋଡିଅମ ୪୭୫ ମିଲି ଗ୍ରାମରୁ କମି ୩୦୩ମିଲି ଗ୍ରାମ, ପୋଟାସିଅମ ୮୩୯ମିଲି ଗ୍ରାମ ଓ କ୍ୟାଲ୍ସିଅମ ୨୧ମିଲି ଗ୍ରାମରୁ ବଢ଼ି ୮୫୦ମିଲି ଗ୍ରାମ ହୋଇ ଯାଇଥାଏ । ସାଧା ଭାତରେ ଥିବା ଫାଇଟିକ ଏସିଡ ଓ ଓଲିଗୋସାକାରାଇଡସ୍ ଯୋଗୁଁ ଏହାକୁ ହଜମ କରିବାରେ ଅସୁବିଧା ହୋଇଥାଏ କିନ୍ତୁ ପଖଳାଯିବା ପରେ ଏ ଅସୁବିଧା ଦୂର ହୋଇ, ହଜମ କ୍ରିୟା ସହଜ ହୋଇଥାଏ ।
କାଳକ୍ରମରେ ସହରୀ ସଭ୍ୟତା କିଛି ମାତ୍ରାରେ ପଖାଳ ପ୍ରତି ଓଡ଼ିଆଙ୍କୁ ବିମୁଖ କରିଛି । ସବୁ ସମୟରେ ଚୁଟକିରେ ଅନଲାଇନରେ ବିଭିନ୍ନ ଖାଦ୍ୟପଦାର୍ଥ ଉପଲବ୍ଧତା ଓ ପଖାଳ ପରିବର୍ତ୍ତେ ଫାଷ୍ଟଫୁଡର ଅଭ୍ୟସ୍ତତା ଯୋଗୁଁ ରାତିରେ ଆଉ ଭାତ ରନ୍ଧା ହେଉନି କି ସକାଳ ପାଇଁ ପ୍ରସ୍ତୁତ ହେଉନି ପଖାଳ । ତେଣୁ ପଖାଳ ପ୍ରତି କମିଯାଉଛି ଆମର ଆଦର ଓ ଆନ୍ତରିକତା । ଏଣୁ, କିଛି ଓଡ଼ିଆ- ଅଣଓଡ଼ିଆ ଖାଦ୍ୟ ପ୍ରେମୀଙ୍କ ଉତ୍ସାହରୁ ୨୦୧୧ ମସିହାରେ ହୋଇଥିଲା ପଖାଳ ଦିବସ ପାଳନର ପରିକଳ୍ପନା । ·ହିଦାକୁ ଦୃଷ୍ଟିରେ ରଖି ରାଜ୍ୟର ଝୁମ୍ପୁଡ଼ି ହୋଟେଲ ଠୁ ତାରକା ହୋଟେଲ ପର୍ଯ୍ୟନ୍ତ ଏବେ ପଖାଳ ସମସ୍ତଙ୍କ ଖାଦ୍ୟ ସୂଚୀରେ ସାମିଲୟ ପଖାଳ ଖାଇବାକୁ ବି ଲାଗୁଛି ଲ୍ମ୍ୱା ଲାଇନ୍ । ପଖାଳ ପ୍ରତି ଓଡ଼ିଆଙ୍କ ଏପରି ଭଲପାଇବା ଓ ଉତ୍ସାହ କିଛିମାତ୍ରାରେ ଏହାର ପୂର୍ବ ଶିରୀ ଫେରାଇ ଆଣିଛିୟ କି ଖରା.. କି ବର୍ଷା.. କି ଶୀତ ସବୁ ସମୟରେ ଓଡ଼ିଆଙ୍କର ରହିଛି, ରହଥିବ ପଖାଳ କଂସାରେ ମନ ।