ପଚାରି ବୁଝିଲେ ସ୍ୱାସ୍ଥ୍ୟାବସ୍ଥା : ନବୀନଙ୍କୁ ଭେଟିଲେ ରାଜ୍ୟପାଳ
ଭୁବନେଶ୍ୱର : ଓଡ଼ିଶାର ରାଜ୍ୟପାଳ ଡ. ହରି ବାବୁ କମ୍ଭମ୍ପାଟି ସୋମବାର ନବୀନ ନିବାସ ଯାଇ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କୁ ଭେଟି ତାଙ୍କ ସ୍ୱାସ୍ଥାବସ୍ଥା ପଚାରି ବୁଝିଥିଲେ । ସାକ୍ଷାତ ସମୟରେ ଦୁଇ ନେତା ପ୍ରାୟ ୧୫-୨୦ ମିନିଟ୍ ପର୍ଯ୍ୟନ୍ତ ସୌହାର୍ଦ୍ଦ୍ୟପୂର୍ଣ୍ଣ ଆଲୋଚନା କରିଥିଲେ । ବିରୋଧୀ ଦଳ ନେତା ଶ୍ରୀ ପଟ୍ଟନାୟକ ତାଙ୍କ ସ୍ୱାସ୍ଥ୍ୟାବସ୍ଥାର ବର୍ତ୍ତମାନର ସ୍ଥିତି ସଂପର୍କରେ ରାଜ୍ୟପାଳଙ୍କୁ ଅବଗତ କରାଇଥିଲେ । ଆଲୋଚନା ବନ୍ଧୁତ୍ୱପୂର୍ଣ୍ଣ ଓ ଅନୌପଚାରିକ ରହିଥିଲା । ନବୀନ ପଟ୍ଟନାୟକଙ୍କ ଆଶୁ ଆରୋଗ୍ୟ, ଉତ୍ତମ ସ୍ୱାସ୍ଥ୍ୟ ଓ ଦୀର୍ଘ ଜୀବନ ପାଇଁ ରାଜ୍ୟପାଳ ପ୍ରାର୍ଥନା କରିଥିଲେ ।