ରଥଟଣା ବିଳମ୍ବକୁ ନେଇ ନବୀନଙ୍କ ଉଦ୍‌ବେଗ ପ୍ରକାଶ

ରଥଟଣା ବିଳମ୍ବକୁ ନେଇ ନବୀନଙ୍କ ଉଦ୍‌ବେଗ ପ୍ରକାଶ

ଭୁବନେଶ୍ୱର :  ମହାପ୍ରଭୁ ଜଗନ୍ନାଥଙ୍କ ନନ୍ଦିଘୋଷ ରଥଟଣାରେ ବିଳମ୍ବକୁ ନେଇ ଉଦ୍‌ବେଗ ପ୍ରକାଶ କରିଛନ୍ତି ନବୀନ ପଟ୍ଟନାୟକ । ସେ କହିଛନ୍ତି, ବିଳମ୍ବ ପାଇଁ ଆମେ ପ୍ରଶାସନ ଉପରକୁ ଆଙ୍ଗୁଳି ଉଠାଉନୁ, ଆମ ରାଜ୍ୟର ସବୁଠାରୁ ପବିତ୍ର ପର୍ବ ସମୟରେ ଏପରି ଘଟଣାକୁ ନେଇ ଚିନ୍ତିତ ଅଛୁ । ଗତ ବର୍ଷର ଘଟଣା ମନେ ପକାଇ ନବୀନ କହିଛନ୍ତି, ଗତବର୍ଷ ଆଡ଼ପ ବିଜେ ପହଣ୍ଡିର ଅଘଟଣ ଭୁଲିବା କଷ୍ଟକର। କାଲି ସନ୍ଧ୍ୟା ୭ଟା ୪୫ ପର୍ଯ୍ୟନ୍ତ ସିଂହଦ୍ୱାରରେ ନନ୍ଦିଘୋଷ ଠିଆ ହୋଇଥିଲା । ଦିନ ଶେଷ ହେବା ପୂର୍ବରୁ ରଥ କେବଳ କିଛି ମିଟର ଆଗକୁ ଗଡ଼ିଥିଲା । ଭିଡ଼ ପରିଚାଳନାରେ ଅବହେଳା ଯୋଗୁ ଶହଶହ ଭକ୍ତ ଆହତ ମଧ୍ୟ ହୋଇଛନ୍ତି ବୋଲି ସେ କହିଛନ୍ତି।