ବାଇକ୍ରୁ ପଡି ଆରୋହୀ ଗୁରୁତର
କେନ୍ଦ୍ରାପଡା: ପଟ୍ଟାମୁଣ୍ଡାଇ ଅଳଭା ଗଣ୍ଡାକିଆ ରାସ୍ତାରେ ପଟ୍ଟାମୁଣ୍ଡାଇ ପୌରପରିଷଦର ୪ ନଂ ୱାର୍ଡ ଅନ୍ତର୍ଗତ ତନୁପୁର ଗ୍ରାମର ପ୍ରଶାନ୍ତ ନାୟକ କାମସାରୀ ଗଣ୍ଡାକିଆ ଦେଇ ଫେରୁଥିଲେ । ସିମିଳିଆ ନିକଟରେ ରାସ୍ତା କାମ ପାଇଁ ଅଳଭା ଗଣ୍ଡା କିଆ ରାସ୍ତାରେ କାଣ୍ଡି ହୋଇଥିବା ବଜୁରୀରେ ତାଙ୍କ ଗାଡି ସ୍ଲିପ କରିଯାଇଥିଲା ଫଳରେ ପ୍ରଶାନ୍ତ ରାସ୍ତାରେ ପଡି ଗୁରୁତର ଆହତ ହୋଇଥିଲେ । ତାଙ୍କୁ ପଟ୍ଟାମୁଣ୍ଡାଇ ଉପଖଣ୍ଡସ୍ତରୀୟ ଡାକ୍ତରଖାନାକୁ ପଠାଯାଇଥିଲା । ପ୍ରଶାନ୍ତଙ୍କର ଅବସ୍ଥା ଗୁରୁତର ହେବାରୁ ତାଙ୍କୁ କେନ୍ଦ୍ରାପଡା ଜିଲ୍ଲାସ୍ଥରୀୟ ଡାକ୍ତରଖାନା ଓ ପରେ କଟକ ବଡ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି । ଅଳଭା ଗଣ୍ଡାକିଆ ରାସ୍ତାରେ ରାସ୍ତାକାମ ପାଇଁ ଜାଗା ଜାଗା ବଜୁରି କାଣ୍ଡି ହୋଇଥିବାରୁ ବାରମ୍ବାର ଦୁର୍ଘଟଣା ଘଟୁଛି । ରାସ୍ତାରେ କାଣ୍ଡି ହୋଇଥିବା ବଜୁରିକୁ ଉଠାଇ ତୁରନ୍ତ ରାସ୍ତାକାମ ସାରବାକୁ ଗ୍ରାମବାସୀ ଓ କଂଗ୍ରେସ ନେତା ମଳୟ ଦାସ ଦାବି କରିଛନ୍ତି ।