ପଞ୍ଚାୟତ ସମିତି ଅଧିବେଶନ

 କାକଟପୁର : କାକଟପୁର ପଞ୍ଚାୟତ ସମିତି ଅଧ୍ୟକ୍ଷ ଶ୍ରୀଧର ନାୟକଙ୍କ ଅଧ୍ୟକ୍ଷତାରେ କାକଟପୁର ବ୍ଳକ ସଭାଗୃହରେ ସପ୍ତମ ସମିତି ଅଧିବେଶନ ଅନୁଷ୍ଠିତ ହୋଇଯାଇଛି । ନିମନ୍ତ୍ରିତ ଅତିଥି ଭାବେ କାକଟପୁର ବିଧାୟକ ତୁଷାରକାନ୍ତି ବେହେରା, ପୁରୀ ଜିଲ୍ଲାପରିଷଦ ଉପାଧ୍ୟକ୍ଷ ସ୍ୱାଧିନ କୁମାର ନାୟକ, ୬ନଂ ଜିଲ୍ଲାପରିଷଦ ସଭ୍ୟା ଜ୍ୟୋସôାରାଣୀ ଦଳେଇ, ୭ନଂ ଜିଲ୍ଲାପରିଷଦ ସଭ୍ୟା ସଂଯୁକ୍ତା ଦୀକ୍ଷିତ, ଜଗତସିଂହପୁର ସାଂସଦଙ୍କ ବ୍ଳକ ପ୍ରତିନିଧି କୈଳାସ ଚନ୍ଦ୍ର ନାୟକ, ଅତିରିକ୍ତ ତହସିଲ ହେମାଙ୍ଗିନୀ ମାଝି, କାକଟପୁର ମଣ୍ଡଳ ଉନ୍ନୟନ ଅଧିକାରୀ ନାରାୟଣ ଦୀକ୍ଷିତ, ୧୬ଟି ପଞ୍ଚାୟତର ସରପଞ୍ଚ ଓ ସମିତିମାନେ ଉପସ୍ଥିତ ରହିଥିଲେ । ପଞ୍ଚାୟତ ସମିତିର ସମସ୍ତ ବିଭାଗୀୟ ଅଧିକାରୀଙ୍କ ଉପସ୍ଥିତିରେ ବିକଶିତ ଗାଁ ବିକଶିତ ଓଡିଶାର ପ୍ରକଳ୍ପ ଗୁଡିକ ଉପରେ ବିଶେଷ ଭାବରେ ଆଲୋଚନା କରାଯାଇଥିଲା ।