୮ରେ  ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଅଭିଯାନ

ାା ପ୍ରଭାନୁ୍ରଜ୍ ।ା ଜଗତସିଂହପୁର: ଜିଲ୍ଲା ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ପକ୍ଷରୁ  ଜଗତସିଂହପୁରର ୮ଟି ବ୍ଲକ୍ ଓ ୨ ମୁ୍ୟନିସିପାଲଟିରେ ଭୀମଭୋଇ ଭିନ୍ନକ୍ଷମ ସମର୍ଥ ଅଭିଯାନ ଆୟୋଜିତ କରାଯାଉଛି । ଏହି ପରିପ୍ରେକ୍ଷୀରେ ଜଗତସିଂହପୁର ବ୍ଲକ୍ ଓ ମୁ୍ୟନିସିପାଲଟି ନିମନ୍ତେ ୭ ତାରିଖରେ ଏସ୍କେ ଏକାଡେମୀ, ଜଗତସିଂହପୁରଠାରେ ଏହି ଶିବିର ଆୟୋଜିତ କରିବା ପାଇଁ ସୂଚନା ଦିଆଯାଇଥିଲା  । ମାତ୍ର ବିଦ୍ୟାଳୟରେ ଷାଣ୍ମାସିକ ପରୀକ୍ଷା ଚାଲୁଥିବାରୁ ଏହି କାର୍ଯ୍ୟକ୍ରମକୁ ଅକ୍ଟୋବର ୮ ତାରିଖକୁ ଘୁଞ୍ଚାଇ ଦିଆଯାଇଛି  । ସେଥିପାଇଁ  ଆସନ୍ତା ୮ ତାରିଖ ମଙ୍ଗଳବାର ଦିନ ଏହି ଅଭିଯାନରେ ସାମିଲ ହୋଇ ସରକାରଙ୍କ ଦ୍ୱାରା ପ୍ରଦତ୍ତ ସୁବିଧା ସୁଯୋଗର ଲାଭ ଉଠାଇବା ପାଇଁ ଜିଲ୍ଲା ପ୍ରଶାସନ ତରଫରୁ ସୂଚନା ଦିଆଯାଇଛି  । ପୁନଃ ସମସ୍ତ ଭିନ୍ନକ୍ଷମ ଭାଇ ଓ ଭଉଣୀ କ୍ୟାମ୍ପକୁ ଆସିବା ପୂର୍ବରୁ ୟୁଡିଆଇଡି ପୋର୍ଟାଲରେ ନାମ ପଞ୍ଜିକୃତ କରିବା ଜରୁରୀ ଅଟେ ବୋଲି ଜଣାଇ ଦିଆଯାଉଛି  ।