ବାତ୍ୟାଶ୍ରୟସ୍ଥଳୀ କାମ ନିମ୍ନମାନର, ଅଭିଯୋଗକାରୀଙ୍କୁ ହତ୍ୟା ଧମକ : ଅଭିଯୋଗର ପରେ ବି ପୁଲିସ ନିରବ
ରାଜନଗର : ରାଜନଗର ବ୍ଲକ ଇଶ୍ୱରପୁର ପଚାଂୟତ ନୁଆଖୁଟା ଶିଳପୋଖରୀ ଗ୍ରାମରେ ବାତ୍ୟାଶ୍ରୟସ୍ଥଳୀ ମରାମତି ପାଇଁ ସରକାରଙ୍କ ପକ୍ଷରୁ ୬ଲକ୍ଷ ଟଙ୍କା ଅନୁଦାନ ମିଳିଛି । ଏହି କାମର କାର୍ଯ୍ୟାଦେଶ କନିଷ୍ଠ ଯନ୍ତ୍ରୀଙ୍କ ନାମରେ ଥିବା ବେଳେ ଇଶ୍ୱରପୁର ଗ୍ରାମର ନିରଂଜନ ମହାନ୍ତି ଉକ୍ତ କାର୍ଯ୍ୟ କରୁଛନ୍ତି । କାର୍ଯ୍ୟ ନିମ୍ନମାନ ଯଥା- ଶିଉଳି ସଫେଇ ନକରି ରଙ୍ଗ ମାରିବା, ୪ଇଂଚ ପାଇପ ବଦଳରେ ୩ ଇଂଚ ପାଇପ ଲଗାଇବା, ଗ୍ରୀଲ ଓ ବିଦୁ୍ୟତ ସଂଯୋଗ ପାଇଁ କାମ କରିବାକୁ ଯୋଜନା ଥିବା ବେଳେ କେବଳ ରଙ୍ଗମାରି କାମ ସାରିଦେଇଛନ୍ତି । ଏପରିକି ଏହି କାର୍ଯ୍ୟରେ ୧୪-୧୫ବର୍ଷର ନାବାଳକକୁ ନିୟୋଜିତ କରାଯିବା ଘଟଣାକୁ ବିରୁଦ୍ଧ କରି ବାତ୍ୟାଶ୍ରୟସ୍ଥଳୀ ପରିଚାଳନା କମିଟି ଓ ଗ୍ରାମବାସୀମାନେ ରାଜନଗର ମଣ୍ଡଳ ଉନ୍ନୟନ ଅଧିକାରୀଙ୍କୁ ଅଭିଯୋଗ କରିଥିଲେ ।
ଏହି ଅଭିଯୋଗ ଖବର ପାଇ କନିଷ୍ଠ ଯନ୍ତ୍ରୀଙ୍କଠାରୁ ଠିକା ନେଇଥିବା ନିରଂଜନ ମହାନ୍ତି ଓ ଭଜକର ସ୍ୱାଇଁ ଅନ୍ୟତମ ଅଭିଯୋଗକାରୀ ସୋମନାଥ ବାରିକଙ୍କୁ ଜୀବନରୁ ମାରିଦେବାକୁ ଫୋନରେ ଧମକ ଦେଇଥିବା ନେଇ ସେ ରାଜନଗର ଥାନାରେ ଚଳିତ ମାସ ୮ତାରିଖ ଦିନ ଅଭିଯୋଗ କରିଥିଲେ । ଅଭିଯୋଗର ୪ଦିନ ପରେ ମଧ୍ୟ ପୋଲିସ କୈ÷ାଣସି ପଦକ୍ଷେପ ନନେବାରୁ ଶ୍ରୀ ବାରିକଙ୍କ ଭୟଭୀତ ଅବସ୍ଥାରେ ଥିବା ସହ ତାଙ୍କର ଯଦି କିଛି କ୍ଷତି ହୁଏ, ତେବେ ପୁଲିସ ଦାୟୀ ରହିବ ବୋଲି ପ୍ରକାଶ କରିଛନ୍ତି । ଏସଂପର୍କରେ ଆଇଆଇସି ନରେଶକୁମାର ସାହୁଙ୍କ ଦୃଷ୍ଟି ଆକର୍ଷଣ କରିବାରୁ ଘଟଣାକୁ ଅନୁଧ୍ୟାନ କରୁଛି ବୋଲି କହିଥିଲେ ।