ମାଟି ମାଫିଆଙ୍କ ପାଇଁ ରାସ୍ତା କାଦୁଅ ପଚପଚ : ମୁଁହ ଖୋଲୁନାହାନ୍ତି ପଥଚାରୀ, ହେଉନି କାର୍ଯ୍ୟାନୁଷ୍ଠାନ
କାକଟପୁର : କାକଟପୁର ଗ୍ରାମ୍ୟ ଉନ୍ନୟନ ବିଭାଗ ଉପଖଣ୍ଡ ରେ ଥିବା ବିଭିନ୍ନ ରାସ୍ତାକୁ ନବୀକରଣ ଓ ପୁନରୁଦ୍ଧାର କରାଯାଉଥିବା ବେଳେ, ମାଟି ମାଫିଆଙ୍କ ଯୋଗୁଁ ଏହି ରାସ୍ତା କାଦୁଅ ପଚ ପଚ ସାଙ୍ଗକୁ ଦୂରାବସ୍ଥା ଭୋଗୁଛନ୍ତି ପଥଚାରୀ । ମାଟି ମାଫିଆମାନେ ବିଭିନ୍ନ ଅନାବାଦୀ ଗୋଚରରୁ ମାଟି ଉଠାଇ ଟ୍ରାକ୍ଟର ଯୋଗେ ବୋହି ନେଲା ବେଳେ, ମୁଖ୍ୟ ରାସ୍ତାରେ ମାଟି ବିଛାଡି ହୋଇ ପଡିବା ଏବଂ ଅସରାଏ ବର୍ଷା ରେ ଉକ୍ତ ରାସ୍ତା କାଦୁଅ ପଚ ପଚ ହୋଇ ଧାନ ବିଲର ଭ୍ରମ ସୃଷ୍ଟି କରୁଛି । ଏହାର ଏକ ଜ୍ୱଳନ୍ତ ଉଦାହରଣ ଦେଖିବାକୁ ମିଳିଛି କାକଟପୁର-ଖଣ୍ଡାସାହି କ୍ଲାସ ରୋଡରେ ।
ତାଳଦା ଦ୍ୱିପାଞ୍ଚଳକୁ ବିଜୁ ସେତୁ ପୂର୍ଣ୍ଣାଙ୍ଗ ହେବାପରେ ଅଞ୍ଚର ପ୍ରାୟ ୫ଟି ପଞ୍ଚାୟତର ହଜାର ହଜାର ଆଧିବାସୀ ଏହି ରାସ୍ତା ଉପରେ ନିର୍ଭର କରିଥାନ୍ତି । ଏହି ରାସ୍ତା ଏବେ ଜନସାଧାରଣ ଙ୍କ ପାଇଁ ମରଣ ଯନ୍ତା ପାଲଟିଛି କ୍ଷ ସକ୍ରିୟ ମାଟି ମାଫିଆ ମାନେ ସ୍ଥାନୀୟ ତହସିଲଦାରଙ୍କୁ ହାତ କରି ଦିନ ଦ୍ୱିପ୍ରହର ରେ ଏଭଳି ଘଟଣା ଘଟାଉଥିବାବେଳେ ପ୍ରଶାସନ ପକ୍ଷରୁ କୌଣସି କାର୍ଯ୍ୟାନୁଷ୍ଠାନ ହେଉନାହିଁ । ଏ ସଂକ୍ରାନ୍ତରେ କାକଟପୁର ଗ୍ରାମ୍ୟ ଉନ୍ନୟନ ବିଭାଗ ଉପଖଣ୍ଡ ଅଧିକାରୀଙ୍କୁ ପଚାରିବାରେ ସେ ଏ ଦିଗରେ ଅବଗତ ଅଛନ୍ତି, ସ୍ଥାନୀୟ ତହସିଲଦାରଙ୍କ ସହିତ ଆଲୋଚନା କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ ବୋଲି ତାଙ୍କ ପ୍ରତିକ୍ରିୟାରେ ପ୍ରକାଶ କରିଥିଲେ । ଜିଲ୍ଲା ଖଣି ଅଧିକାରୀ ଏବଂ ସ୍ଥାନୀୟ ତହସିଲଦାର ଏ ଦିଗରେ ଦୃଷ୍ଟି ଦେଇ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସ୍ଥାନୀୟ ଅଞ୍ଚଳର ବୁଦ୍ଧିଜୀବୀ ମାନେ ଦାବି କରିଛନ୍ତି ।