ପଞ୍ଚୁ ଦୋଳ ମେଳଣ ପାଇଁ ପ୍ରସ୍ତୁତି
ବାଲିଅନ୍ତା : ଓଡିଶା ପ୍ରସିଦ୍ଧ ବାଳକାଟି ପଞ୍ଚୁଦୋଳ ମେଳଣ ନିମନ୍ତେ ପ୍ରସ୍ତୁତି ବୈଠକ ପଞ୍ଚାୟତ କାର୍ଯ୍ୟାଳୟ ପ୍ରାଙ୍ଗଣରେ ଅନୁଷ୍ଠିତ ହୋଇଯାଇଛି । ମେଳଣ ପରିଚାଳନା କମିଟି ସଭାପତି ମହେଶ୍ୱର ବାରିକଙ୍କ ଅଧ୍ୟକ୍ଷତା ହୋଇଥିବା ଏହି ବୈଠକରେ ସରପଞ୍ଚଙ୍କ ପ୍ରତିନିଧି ପବିତ୍ର ମୋହନ ବେହେରା, ସମିତିସଭ୍ୟ ଗଙ୍ଗାଧର ମାହାରୀ, ନାଏବ ସରପଞ୍ଚ ଅରୂଣ କୁମାର ସାହୁ, ସୁବ୍ରତ ମହାନ୍ତି, ବେଣୁଧର ଭୋଇ, କପିଳ ମହାରଣା, ବସନ୍ତ କୁମାର ସାହୁ, ବୈକୁଣ୍ଠ ବେହେରା, ସମ୍ପାଦକ ଗିରିଧାରୀ ସାହୁ ପ୍ରମୁଖ ଯୋଗ ଦେଇ ଚଳିତ ବର୍ଷ ମେଳଣ ୫ ଦିନକୁ ବୃଦ୍ଧି କରାଯାଇଥିବାରୁ ଏହାକୁ ସରସସୁନ୍ଦର କରିବା ନିମନ୍ତେ ସମସ୍ତଙ୍କ ସହଯୋଗ ଲୋଡ଼ିଥିଲେ । ଏଥିରେ ଚଳିତ ବର୍ଷ ଦେଶଚାନ୍ଦା ବର୍ଦ୍ଧିତ କରିବା ପାଇଁ ନିଷ୍ପତ୍ତି ନିଆଯାଇଥିବା ବେଳେ ୫ ଦିନ ଧରି ମେଳଣରେ ସୁରକ୍ଷାକର୍ମୀ ନିୟୋଜିତ ରହିବେ । ଏଥିସହ ମେଳଣରେ ଅଧିକ ଲାଇଟର ବ୍ୟବସ୍ଥା କରାଯିବା ସହ ହରିହର ଭେଟ ପୂର୍ବଦିନ ବିମାନ ସେବାୟତ ଓ ଦେଉଳକରଣ ନିମନ୍ତେ ମେଳଣ ପରିଚାଳନା କମିଟି ପକ୍ଷରୁ ପ୍ରସାଦ ସେବନର ବ୍ୟବସ୍ଥା କରାଯିବା ପାଇଁ ନିଷ୍ପତ୍ତି ନିଆଯାଇଛି । ଏଥିରେ ଚାରିଦେଶର ମୁରବୀ ସମେତ ପଞ୍ଚାୟତବାସୀ, ମେଳଣ ପରିଚାଳନା କମିଟି ଓ ବିଭିନ୍ନ ୱାର୍ଡର ସଭ୍ୟ/ସଭ୍ୟାମାନେ ଉପସ୍ଥିତ ରହି ନିଜ ନିଜ ମତ ରଖିଥିଲେ ।