ଦଦରା ଘରେ ମାଆ-ପୁଅ ମନଥିଲେ ବି ବାହା ହୋଇପାରୁ ନାହାନ୍ତି ସନାତନ
ଯାଜପୁର: ବାପା ଆରପାରିରେ । ଆଗକୁ ପଛକୁ ବୋଇଲେ ଜନ୍ମଦାତ୍ରୀ ମାଆ । ଗାଡ଼ି ଚଲାଇ ଯାହା ରୋଜଗାର କରେ ପେଟ ପୋଷେ । ବାହା ହେବାର ବୟସ ହୋଇଥିଲେ ବି ଘର ନଥିବାରୁ ବାହା ହୋଇପାରୁନି ସନାତନ କି ବୋହୁ ଆଣିପାରୁ ନାହାନ୍ତି ଶାନ୍ତିଲତା । ଆମେ କହୁଛୁ କୋରେଇ ନିର୍ବାଚନମଣ୍ଡଳୀ ରସୁଲପୁର ବ୍ଲକ ଟିକରପଡ଼ା ପଞ୍ଚାୟତ କୁଜିବର ଗାଁ ନିବାସୀ ଶାନ୍ତିଲତା ମଲିକଙ୍କ ପୁଅ ସନାତନଙ୍କ କଥା । ସ୍ୱର୍ଗତ କୈଳାସ ମଲିକଙ୍କ ପତ୍ନୀ ହେଲେ ଶାକ୍ତିଲତା ପୁଅ ସନାତନ । କୁଜିବର ଗାଁରେ ଥିବା ଦଦରା ଘର ରହୁଛନ୍ତି ମାଆ ପୁଅ । ଘରର ମୁରୀବୀ ଚାଷବାଷ କରି ପରିବାର ପ୍ରତିପୋଷଣ କରିବା ସହ ୪ ଝିଅଙ୍କୁ ବାହା ଦେଇଥିଲେ । ପୁଅ ସନାତନ ଭଉଣୀ ବାହା ଘର ପାଇଁ ଯାହା ଯେମିତି ସହଯୋଗ କରିଥିଲେ । ଚାଳକ ଭାବେ କାର୍ଯ୍ୟ କରୁଥିବା ସନାତନଙ୍କ ବାପା କୈଳାସଙ୍କ ଗଲା କାର୍ତ୍ତିକ ପୂର୍ଣ୍ଣର୍ମୀ ସମୟରେ ପରଲୋକ ଘଟିଥିଲା । ବାପାଙ୍କ ପରଲୋକ ପରେ ମାଆ ଆଉ ପୁଅ ଦୁଇଜଣ ଦଦରା ଘରେ ପଡ଼ିରହିଛନ୍ତି । ପୁଅ ବାହା କରି ଘରକୁ ବୋହୁ ଆଣିବାକୁ ଇଛାଥିଲେ ବି ମାଆ ଶାନ୍ତିଲତା ଘର ନଥିିବାରୁ ଚିନ୍ତାରେ ରହୁଛନ୍ତି । ଘର କରିବାକୁ ପୁଅ ସନାତନ ପାଖରେ ପଇସା ନାହିଁ । ଭଉଣୀ ବାହାଘର ବେଳେ ଯାହା ଯେଉଁଠୁ ଧାରକରଜ କରିଥିଲା, ସେସବୁକୁ ଧିରେ ଧିରେ ସୁଝୁଛି ବୋଲି କୁହନ୍ତି ସନାତନ । ପାଖରେ ପଇସା ହେଲେ ଘର କରିବେ କୁହନ୍ତି ସନାତନ ।