କାନ୍ତ ସାହିତ୍ୟ ପରିଷଦର ବାର୍ଷିକ ଉସôବ ଓ କାନ୍ତକବି ଜୟନ୍ତୀ ପାଳିତ

 ଧାମନଗର : ସମାଜରେ ସାହିତ୍ୟକୁ ବଞ୍ଚାଇ ରଖିବାକୁ ହେଲେ ଯୁବ ସମାଜ ଆଗେଇ ଆସିବାକୁ ପଡ଼ିବ । ମାତ୍ର ଯୁବ ସମାଜ ଏବେ ୫ଜି ଓ ମୋବାଇଲରେ ବାୟା ହେଉଛନ୍ତି ବୋଲି ଧାମନଗର ସ୍ଥିତ କାନ୍ତ ସାହିତ୍ୟ ପରିଷଦର ୫୯ତମ ବାର୍ଷିକ ଉସôବ ଓ କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ରଙ୍କ ଜୟନ୍ତୀ ସମାରୋହରେ ଅତିଥିମାନେ ମତବ୍ୟକ୍ତ କରିଛନ୍ତି । ଆଜି ବିଦ୍ୟାଳୟ ପରିସରରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ପରିଷଦର ସଭାପତି ରସାନନ୍ଦ ମହାପାତ୍ରଙ୍କ ସଭାପତିତ୍ୱରେ ମୁଖ୍ୟଅତିଥି ସାରସ୍ୱତ ସାଧିକା ଝରଣା ପଟ୍ଟନାୟକ, ମୁଖ୍ୟବକ୍ତା କବୟିତ୍ରୀ ଡ. ରାଧାରାଣୀ ପଟ୍ଟନାୟକ, ଅନ୍ୟତମ ଅତିଥି ଭାବେ କବି ଅର୍ଜୁନ ଚରଣ ପଣ୍ଡା, ଅଧିବକ୍ତା ଦେବାଶିଷ ସାମଲ, କବି ଦୟାନିଧି ମିଶ୍ର ପ୍ରମୁଖ ଯୋଗ ଦେଇଥିଲେ  । ଏହି କାର୍ଯ୍ୟକ୍ରମରେ ପରିଷଦର କ୍ୟାସିୟର ମନୋଜ କୁମାର ସିଂ, ସଂଗଠନ ସମ୍ପାଦକ ପ୍ରଦୀପ କୁମାର ମହାପାତ୍ର, ସାଧାରଣ ସମ୍ପାଦକ ସଚ୍ଚିକାନ୍ତ ପଣ୍ଡା ପ୍ରମୁଖ ମଞ୍ଚାସୀନ ରହି ସାରସ୍ୱତ ସାଧକ ସନ୍ତୋଷ କୁମାର ପାଢ଼ୀଙ୍କ ପୁସ୍ତକ "ବାସ୍ତବ ଅନୁଭୂତିରେ ଆଲେଖ’ ଲୋକାର୍ପିତ କରିଥିଲେ  । ଦ୍ୱିତୀୟ ଅଧିବେଶନ କବିତା ପାଠୋସôବରେ ଜିଲ୍ଲା ପରିଷଦ ଉପାଧ୍ୟକ୍ଷା ଟୁନୀବାଳା ବିଶ୍ୱାଳ ପ୍ରଦୀପ ଉଦ୍ଘାଟନ କରିଥିଲେ । କବି ଅଭିମନୁ୍ୟ ମଲ୍ଲିକଙ୍କ ସଭାପତିତ୍ୱରେ ଡ଼ା ହରପ୍ରିୟା ସେଠୀ, କଳାକାର କାଳନ୍ଦୀ ମଲ୍ଲିକ ଓ ବିଶ୍ୱନାଥ ବେହେରା ସଂଯୋଜନା କରିଥିଲେ । କବି ଭାବଗ୍ରାହୀ ଖୁଣ୍ଟିଆ ଧନ୍ୟବାଦ ପ୍ରଦାନ କରିଥିଲେ । କବି ବୃନ୍ଦାବନ ରାଉଳ, ରାଧାଶ୍ୟାମ ପଣ୍ଡା, ଦାମୋଦର ସାହୁ, ଚନ୍ଦନ ମହାପାତ୍ର, ମନୋରମା ମହାନ୍ତି, ସୁମତୀ ନାୟକ ପ୍ରମୁଖ ସ୍ୱରଚିତ କବିତା ଆବୃତ୍ତି କରିଥିଲେ । କବି ନିରାକାର ଧଳ, ନିରାକାର ରାଉତ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ  ।