ଜାରକା ଜଳ ସଂପଦ ବିଭାଗର ଠିକାଦାର ପ୍ରୀତି , ସରୁନି ଟିକର-ଯୋକଡ଼ିଆ ବନ୍ଧ ରାସ୍ତା ମରାମତି 

ାା ପ୍ରଭାନୁ୍ୟଜ ।ା ଯାଜପୁର: ଜାରକା ଜଳ ସଂପଦ ବିଭାଗର ଠିକାଦାର ପ୍ରୀତିରୁ ବର୍ଷ ପରେ ବର୍ଷ ବିତିଯାଉଥିଲେ ବି ଟିକର-ଯୋକଡ଼ିଆ ବନ୍ଧ ରାସ୍ତା ମରାମତି କାର୍ଯ୍ୟ ଶେଷ ହେବାର ନାଁ ଗନ୍ଧ ଧରୁନି । ବନ୍ଧ ରାସ୍ତା ନିମ୍ନମାନର କାର୍ଯ୍ୟ କରିଥିବାର ରାଉତରାପୁର ନିକଟ ପୋଲ ଗର୍ତ ପ୍ରମାଣିତ କରୁଥିଲେ ହେଁ ଜଳ ସଂପଦ ବିଭାଗ ଗେହ୍ଲା ଠିକାଦାରକୁ ତାଗିଦା କରୁନି । ସବୁଠାରୁ ବିଡ଼ମ୍ବନାର କଥା ହେଲା ରାସ୍ତା ମରାମତି ନିମନ୍ତେ କୋଟି କୋଟି ଟଙ୍କା ମଞ୍ଜୁରୀ ହୋଇଥିବା ବେଳେ ଠିକାଦାର କିନ୍ତୁ କାର୍ଯ୍ୟ ସଂପର୍କିତ ସୂୂଚନା ଫଳକ ଲଗାଇବାକୁ ଆଗ୍ରହ ଦେଖାଇ ନାହାନ୍ତି । ହେଲେ ଅବଗତ ଥିବା ବିଭାଗୀୟ ବାବୁ ମାନେ ସୂଚନା ଫଳକ ଲଗାଇବାକୁ ଠିକାଦାରଙ୍କୁ ତାଗିଦା କରୁ ନାହାନ୍ତି । ବନ୍ଧ ମରାମତି କାର୍ଯ୍ୟ କରୁଥିବା ଠିକାସଂସ୍ଥା କୋଟି କୋଟି ଟଙ୍କାର ମାଟି ଲୁଟି ନେବାକୁ ସମର୍ଥ ହୋଇଥିବା ବେଳେ ଦୀର୍ଘ ମାସ ପରେ ୧୬ନଂ ଜାତୀୟ ରାଜପଥକୁ ଟିକର ପାଖରେ ସଂଯୋଗ କରିବାକୁ ଥିବା ଅଧପନ୍ତରିଆ ରାସ୍ତା ଆରମ୍ଭ କରିଥିବାର ଜଣାପଡ଼ିଛି । ହେଲେ ସଂପୃକ୍ତ ରାସ୍ତାର ଉଭୟ ପାଶ୍ୱର୍ ଗଭୀର ଏବଂ ଜଳଭର୍ତ୍ତି ରହିଥିବାରୁ ତାହାକୁ ସୁରକ୍ଷିତ ରଖିବା ନିମନ୍ତେ ଯେଉଁ ପଥର ପ୍ୟାକିଂ କରାଯାଇଛି, ତାହା ଦୀର୍ଘ ସ୍ଥାୟୀ ହେବା ନେଇ ସନେ୍ଦହ ଉପୁଜିଛି । ଗୋଟେ ପଟେ ପଥର ପ୍ୟାକିଂକୁ ନେଇ ସାଧାରଣରେ ସନେ୍ଦହ ଉପୁଜିଥିବା ବେଳେ ଅନ୍ୟପଟେ ବନ୍ଧକୁ ରାଜପଥରେ ସଂଯୋଗ କରିବାକୁ ଠିକାଦାର କଂକ୍ରିଟ କରିବାକୁ ପାଗ ଭିଡ଼ିଥିବାର ଦେଖିବାକୁ ମିଳିଛି । ସଂପୃକ୍ତ ବନ୍ଧ ରାସ୍ତାଟି ଉପରେ କୋରେଇ ଏବଂ ରସୁଲପୁର ବ୍ଲକର ଏକାଧିକ ପଞ୍ଚାୟତବାସୀ ନିର୍ଭର କରୁଥିଲେ ହେଁ ଖରସ୍ରୋତା ନଦୀପାଶ୍ୱର୍ବର୍ତି ଗାଁ ଗୁଡ଼ିକ ପାଇଁ ଏହି ରାସ୍ତା ଅନେକ ଗୁରୁତ୍ୱ ବହନ କରୁଛି । ନଦୀବନ୍ଧ ରାସ୍ତାକୁ ସୁଦୃଢ କରିବା ପରିବର୍ତେ ଠିକାଦାର ନିମ୍ନମାନର କରି ଅଧିକରୁ ଅଧିକ ଫାଇଦା ଉଠାଇବାକୁ ଲାଗିପଡ଼ିଛନ୍ତି । ଆଉ ଏଥିରେ ଜଳ ସଂପଦ ବିଭାଗର ବାବୁ ମାନେ ସହଯୋଗ କରୁଥିବାର ଅଭିଯୋଗ ହେଉଛି ।