ପଞ୍ଜାବ କୃଷକ ଆନେ୍ଦାଳନ; ରାଜପଥ ଅବରୋଧ ହଟାଇବା ଆବେଦନ ଖାରଜ
ନୂଆଦିଲ୍ଲୀ : ପଞ୍ଜାବ ରାଜପଥରେ ରାସ୍ତା ଅବରୋଧ ହଟାଇବା ପାଇଁ ହୋଇଥିବା ଆବେଦନ ଖାରଜ କଲେ ସୁପ୍ରିମକୋର୍ଟ । ସର୍ବୋଚ୍ଚ କୋର୍ଟ କହିଛନ୍ତି ଯେ ଏହି ମାମଲା ଅଦାଲତରେ ବିଚାରାଧୀନ ଅଛି ଏବଂ ଏହାକୁ ନେଇ ବାରମ୍ବାର ଆବେଦନକୁ ଗ୍ରହଣ କରାଯାଇ ପାରିବ ନାହିଁ । କୃଷକ ଆନେ୍ଦାଳନ ଉପରେ ଲାଗିଥିବା କଟକଣା ହଟାଇବା ଏବଂ ଆନେ୍ଦାଳନରତ କୃଷକମାନେ ଯେପରି ସମସ୍ତ ଜାତୀୟ ରାଜପଥ ଓ ରେଳ ଧାରଣା ଅବରୋଧ ନ କରନ୍ତି ତାହା ସୁନିଶ୍ଚିତ କରିବାକୁ କେନ୍ଦ୍ର ଓ ଅନ୍ୟ ସରକାରଙ୍କୁ ନିଦେ୍ର୍ଦଶ ଦେବା ପାଇଁ ହୋଇଥିବା ଜନସ୍ୱାର୍ଥ ମାମଲାର ଶୁଣାଣି କରିବାକୁ ସୁପ୍ରିମ୍କୋର୍ଟ ସୋମବାର ତାଙ୍କ ଆଦେଶରେ ମନା କରିଦେଇଛନ୍ତି ।
ଜଷ୍ଟିସ ସୂର୍ଯ୍ୟକାନ୍ତ ଓ ଜଷ୍ଟିସ ମନମୋହନଙ୍କ ନେତୃତ୍ୱରେ ଗଠିତ ସୁପ୍ରିମକୋର୍ଟର ଦୁଇ ଜଣିଆ ଖଣ୍ଡପୀଠ ସାମାଜିକ କର୍ମୀ ଗୌରବ ଲୁଥ୍ରାଙ୍କ ଆବେଦନକୁ ଗ୍ରହଣ କରିବାକୁ ମନା କରି ଦେଇଛନ୍ତି । ପୂର୍ବରୁ ସମାନ ପ୍ରସଙ୍ଗରେ ଗୋଟିଏ ଜନସ୍ୱାର୍ଥ ମାମଲା ବିଚାରାଧୀନ ରହିଛି । ସୋମବାର ଶୁଣାଣି ବେଳେ ସର୍ବୋଚ୍ଚÿ ନ୍ୟାୟାଳୟ କହିଛନ୍ତି, ଏହି ଅଦାଲତ କିଛି ପଦକ୍ଷେପ ନେଇସାରିଛନ୍ତି । ଏହା ସତ୍ତ୍ୱେ ଆପଣ ଏହି ପିଟିସନ୍ ଦାଖଲ କରିଛନ୍ତି । ସର୍ବୋଚ୍ଚÿ ନ୍ୟାୟାଳୟ ଆହୁରି ମଧ୍ୟ କହିଛନ୍ତି ଯେ, ଗ୍ୟାଲେରୀ ପାଇଁ, ପବ୍ଲିସିଟି ଲିଟିଗେସନ୍ ପାଇଁ କେହି ଏଠାକୁ ଆସିଛନ୍ତି । ଆବେଦନକାରୀ ଲୁଥ୍ରାଙ୍କ ଓକିଲ କହିଛନ୍ତି ଯେ କୃଷକମାନଙ୍କ ଅଭିଯୋଗର ସମାଧାନ ପାଇଁ ଆପଣଙ୍କ କର୍ତ୍ତୃପକ୍ଷ ସମସ୍ତ ଗଠନମୂଳକ ପଦକ୍ଷେପ ନେଇଛନ୍ତି । କିନ୍ତୁ ମୋର ଏକମାତ୍ର ପ୍ରାର୍ଥନା ହେଉଛି ଯାତ୍ରୀଙ୍କ ଦୁର୍ଦ୍ଦଶାକୁ ନେଇ । ଏହାର ଜବାବରେ ସର୍ବୋଚ୍ଚÿ ନ୍ୟାୟାଳୟ କହିଛନ୍ତି, ଆମେ ସବୁ ବିଷୟରେ ଅବଗତ ଅଛୁ । ଏହା ନୁହେଁ ଯେ ସେ (ଆବେଦନକାରୀ) କେବଳ ସମାଜର ସଚେତନ ରକ୍ଷକ ଏବଂ ବାକିମାନେ ସଚେତନ ନୁହଁନ୍ତି । ବାରମ୍ବାର ଆବେଦନ କରନ୍ତୁ ନାହିଁ । ଯଦି ଆପଣ ବିଚାରାଧୀନ ଜନସ୍ୱାର୍ଥ ମାମଲାରେ ସାହାଯ୍ୟ କରିବାକୁ ଚାହୁଁଛନ୍ତି, ତେବେ ଆପଣଙ୍କୁ ସ୍ୱାଗତ ବୋଲି ଜଷ୍ଟିସ କାନ୍ତ କହିଛନ୍ତି ଏବଂ ନିର୍ଦ୍ଧାରିତ ତାରିଖରେ (ବିଚାରାଧୀନ ପିଆଇଏଲରେ) ଅଦାଲତକୁ ସହାୟତା କରିବା ପାଇଁ ଆବେଦନକାରୀଙ୍କ ଓକିଲଙ୍କୁ ସହାୟତା ପାଇଁ କହିଥିଲେ କୋର୍ଟ ।
ଅକ୍ଟୋବର ୨୬ ତାରିଖରୁ କୃଷକ ଓ କୃଷକ ସଂଗଠନ ଗୁଡ଼ିକ ପଞ୍ଜାବର ସମଗ୍ର ଜାତୀୟ ଓ ରାଜ୍ୟ ରାଜପଥକୁ ସ୍ଥାୟୀ ଓ ଅନିର୍ଦ୍ଦିିଷ୍ଟ କାଳ ପାଇଁ ଅବରୋଧ କରିଛନ୍ତି । ଫଳରେ ସମଗ୍ର ରାଜ୍ୟ ଅସ୍ତବ୍ୟସ୍ତ ହୋଇପଡ଼ିଛି । ପଞ୍ଜାବ ହେଉଛି ସୀମାନ୍ତ ରାଜ୍ୟ ଯାହାର ଏକ ସମ୍ମାନଜନକ ଇତିହାସ ରହିଛି । ପଞ୍ଜାବ ହେଉଛି ସୀମାନ୍ତ ରାଜ୍ୟ ଯାହାର ପଡ଼ୋଶୀ ଦେଶ ପାକିସ୍ତାନ ସହ ଏକ ସମ୍ମାନଜନକ ଇତିହାସ ରହିଛି ବୋଲି ଲୁଥ୍ରାଙ୍କ ଆବେଦନରେ ଦର୍ଶାଯାଇଛି । ଲୁଥ୍ରା ଏହା ମଧ୍ୟ ଦାବି କରିଛନ୍ତି ଯେ ସେ ଜଣେ ଆରଟିଆଇ ତଥା ଜଣେ ସାମାଜିକ କର୍ମୀ ଏବଂ ସାଧାରଣ ଜନତାଙ୍କ ଉନ୍ନତି ସହ ଜଡିତ ପ୍ରସଙ୍ଗକୁ ନିୟମିତ ଭାବରେ ଉଠାଉଛନ୍ତି । ପଞ୍ଜାବ ଏବଂ ପଡ଼ୋଶୀ ରାଜ୍ୟର ଲୋକମାନେ ମେଡିକାଲ ଜରୁରୀକାଳୀନ ପରିସ୍ଥିତିରେ ଠିକ୍ ସମୟରେ ଡାକ୍ତରଖାନାରେ ପହଞ୍ଚି ପାରୁ ନ ଥିବାରୁ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ବୋଲି ଆଲୋକପାତ କରି ସେ ଆହୁରି କହିଛନ୍ତି ଯେ ସମଗ୍ର ରାଜ୍ୟରେ ଜାତୀୟ ଓ ରାଜ୍ୟ ରାଜପଥରେ ଆମ୍ବୁଲାନ୍ସ ଚଳାଚଳ ବନ୍ଦ କରାଯାଉଛି । ପଞ୍ଜାବର ଜାତୀୟ ଓ ରାଜ୍ୟ ରାଜପଥର ସମଗ୍ର ଅଞ୍ଚଳରେ ଏହି ଜବରଦଖଲକାରୀମାନେ ପେଟ୍ରୋଲ, ଡିଜେଲ, ଏଲପିଜି ଗ୍ୟାସ, କ୍ଷୀର, ପନିପରିବା, ଔଷଧ ଆଦି ଅତ୍ୟାବଶ୍ୟକ ସାମଗ୍ରୀ ଯୋଗାଣ ବନ୍ଦ କରୁଥିବା ସେ କୋର୍ଟଙ୍କୁ ଦର୍ଶାଇଥିଲେ ।