ପଣ୍ୟ ପରିବହନରେ ପୂର୍ବତଟ ରେଳପଥର ନୂତନ ରେକର୍ଡ 

ପଣ୍ୟ ପରିବହନରେ ପୂର୍ବତଟ ରେଳପଥର ନୂତନ ରେକର୍ଡ 

ଭୁବନେଶ୍ୱର : ପୂର୍ବ ତଟ ରେଳପଥ (ଇକୋଆର) ଚଳିତ ଆର୍ଥିକ ବର୍ଷର ମାତ୍ର ୧୪୮ ଦିନ ମଧ୍ୟରେ ୧୦୦ ନିୟୁତ ଟନ୍‌ ପଣ୍ୟ ଅପସାରଣର ମାଇଲଖୁଣ୍ଟ ଅତିକ୍ରମ କରି, ପଣ୍ୟ ପରିବହନରେ ଏକ ଉଲ୍ଲେଖନୀୟ ମାଇଲଖୁଣ୍ଟ ହାସଲ କରିଛି । ଚଳିତ ଆର୍ଥିକ ବର୍ଷର ୨୬ ଅଗଷ୍ଟ ୨୦୨୫ ସୁଦ୍ଧା, ପୂର୍ବତଟ ରେଳପଥ ସଫଳତାର ସହିତ ୧୦୦.୫୫  ନିୟୁତ ଟନ୍‌ ପଣ୍ୟ ଅପସାରଣ କରିଛି, ଯାହା ଗତ ବର୍ଷର ସମାନ ସମୟ ତୁଳନାରେ ୮% ପ୍ରଭାବଶାଳୀ ଅଭିବୃଦ୍ଧି ପଞ୍ଜିକୃତ କରି - ୭.୪୩ ନିୟୁତ ଟନ୍‌ ଅଧିକ ପଣ୍ୟ ଅପସାରଣ କରିପାରିଛି । ପୂର୍ବତଟ ରେଳପଥ ଏହାର ପରିସୀମା ମଧ୍ୟରେ ଥିବା ପ୍ରମୁଖ ଶିଳ୍ପ ଏବଂ ବନ୍ଦରଗୁଡିକର ଲଜିଷ୍ଟିକ୍‌ ଆବଶ୍ୟକତାକୁ ପୂରଣ କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଛି । ଏହି ରେଳପଥ ପାରାଦୀପ, ବିଶାଖାପାଟଣା (ଭାଇଜାଗ୍‌), ଗଙ୍ଗାଭରମ, ଗୋପାଳପୁର ଏବଂ ଧାମରା ଭଳି ପ୍ରମୁଖ ବନ୍ଦରଗୁଡିକୁ ସେବା ପ୍ରଦାନ କରିଥାଏ ଏବଂ ଇସ୍ପାତ, ଶକ୍ତି, ଆଲୁମିନିୟମ୍‌, ସାର, ସିମେଣ୍ଟ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଶିଳ୍ପଗୁଡିକର ପରିବହନ ଚାହିଦା ପୂରଣ କରିଥାଏ । ଏହି ମାଇଲଖୁଣ୍ଟ କେବଳ ପୂର୍ବତଟ ରେଳପଥର କାର୍ଯ୍ୟକ୍ଷମ ଦକ୍ଷତାକୁ ନୁହେଁ, ଭାରତର ଶିଳ୍ପ ଚାହିଦା ପୂରଣ ପାଇଁ ଏହାର ବର୍ଦ୍ଧିତ ପ୍ରତିବଦ୍ଧତାକୁ ମଧ୍ୟ ପ୍ରତିଫଳିତ କରେ । ଉଲ୍ଲେଖନୀୟ ଯେ, ଏହି ସଫଳତା ଆର୍ଥିକ ବର୍ଷ ୨୦୨୪-୨୫ (୧୬୦ ଦିନ) ତୁଳନାରେ ୧୨  ଦିନ ପୂର୍ବରୁ ଏବଂ ଆର୍ଥିକ ବର୍ଷ ୨୦୨୩-୨୪ (୧୭୧  ଦିନ) ତୁଳନାରେ ୨୩  ଦିନ ପୂର୍ବରୁ ହାସଲ କରାଯାଇଛି ।