ହାଇୱା-ବୁଲେଟ୍ ଧକ୍କା : ଜଣେ ମୃତ, ଜଣେ ଗୁରୁତର
ରାୟଗଡ଼ା : ରାୟଗଡା ଥାନା ଅନ୍ତର୍ଗତ ଜପାଖାଲ ନିକଟରେ ଦୁର୍ଘଟଣା । ମେଟାଲ୍ ବୋଝେଇ ହାଇୱା ସହ ଏକ ବୁଲେଟ୍ ମୁହାଁମୁହିଁ ଧକ୍କା । ଘଟଣା ସ୍ଥଳରେ ବାଇକ୍ ଆରୋହୀ ମୃତ୍ୟୁବରଣ କରିଥିବା ବେଳେ ଅନ୍ୟ ଜଣେ ଗୁରୁତର ଆହତ ହୋଇ ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଛନ୍ତି । ମୃତ ବାଇକ୍ ଆରୋହୀ ଜଣକ ରାୟଗଡା ଜିଲ୍ଲା ଟିକିରି ଅଞ୍ଚଳର ବିଶ୍ବାଳ ତାଣ୍ଡି ବୋଲି ଜଣାପଡ଼ିଛି ।
ଗୁରୁବାର ମଧ୍ୟାହ୍ନ ସମୟରେ ମୃତ ବିଶ୍ବାଳ ତାଣ୍ଡି ଓ ତାଙ୍କ ସମ୍ପର୍କୀୟ ଅକ୍ଷୟ ସିମିଲି ରାୟଗଡ଼ାରୁ ଟିକିରି ଅଭିମୁଖେ ଯାଉଥିବାବେଳେ ସାମ୍ନା ପଟୁ ଆସୁଥିବା ହାଇୱା ସହ ମୁହାଁମୁହିଁ ଧକ୍କା ହୋଇଥିଲା । ରାୟଗଡ଼ା ଟାଉନ୍ ଥାନା ପୁଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।