ସର୍ବଭାରତୀୟ ପୁଲିସ୍ ହକି ଚାମ୍ପିଅନସିପ୍: ଦ୍ୱିତୀୟ ଦିନରେ ୭ଟି ମ୍ୟାଚ୍ ୨୧ ଗୋଲ୍ ଦେଲା ସିଆର୍ପିଏଫ୍
ଭୁବନେଶ୍ୱର : ୭୩ତମ ସର୍ବଭାରତୀୟ ପୁଲିସ୍ ହକି ଚାମ୍ପିଅନସିପ୍ ୨୦୨୫ର ଦ୍ୱିତୀୟ ଦିନରେ ୭ଟି ମ୍ୟାଚ୍ ଅନୁଷ୍ଠିତ ହୋଇଥିଲା । ଆଜି ପ୍ରଥମ ମ୍ୟାଚ୍ ଉତ୍ତର ପ୍ରଦେଶ ଓ ମହାରାଷ୍ଟ୍ର ପୁଲିସ୍ ମଧ୍ୟରେ ଖେଳାଯାଇଥିଲା । ଏହି ମ୍ୟାଚ୍ରେ ଉତ୍ତର ପ୍ରଦେଶ, ମହାରାଷ୍ଟ୍ର ପୁଲିସ୍ ଦଳକୁ ୯-୦ ଗୋଲ ବ୍ୟବଧାନରେ ପରାସ୍ତ କରିଥିଲା । ଦ୍ୱିତୀୟ ମ୍ୟାଚ୍ରେ କର୍ଣ୍ଣାଟକ ଓ ଗୁଜରାଟ ପୁଲିସ ମଧ୍ୟରେ ଖେଳାଯାଇଥିଲା । ଏହି ମ୍ୟାଚ୍ରେ କର୍ଣ୍ଣାଟକ, ଗୁଜରାଟ ପୁଲିସ୍ ଦଳକୁ ୨୦-୧ ଗୋଲରେ ପରାସ୍ତ କରିଥିଲା । ତୃତୀୟ ମ୍ୟାଚ୍ ତେଲେଙ୍ଗାନା ଓ କେରଳ ପୁଲିସ ମଧ୍ୟରେ ଖେଳାଯାଇଥିଲା । ଏହି ମ୍ୟାଚ୍ରେ ତେଲେଙ୍ଗାନା, କେରଳ ପୁଲିସ ଦଳକୁ ୯ -୧ ଗୋଲରେ ପରାସ୍ତ କରିଥିଲା । ଚତୁର୍ଥ ମ୍ୟାଚ୍ ସିଆର୍ପିଏଫ୍ ଓ ପୁଡୁଚେରୀ ପୁଲିସ ମଧ୍ୟରେ ଖେଳାଯାଇଥିଲା । ଏହି ମ୍ୟାଚ୍ରେ ସିଆର୍ପିଏଫ୍ ପୁଲିସ୍ ପଡୁଚେରୀ ପୁଲିସ୍ ଦଳକୁ ୨୧-୧ ଗୋଲରେ ପରାସ୍ତ କରିଥିଲା । ପଞ୍ଚମ ମ୍ୟାଚ୍ ତାମିଲନାଡୁ ଓ ଉତ୍ତରପ୍ରଦେଶ ପ୍ରଦେଶ ମହିଳା ପୁଲିସ୍ ମଧ୍ୟରେ ଖେଳାଯାଇଥିଲା । ଏହି ମ୍ୟାଚ୍ରେ ଉତ୍ତରପ୍ରଦେଶ ପ୍ରଦେଶ ମହିଳା ପୁଲିସ ତାମିଲନାଡୁ ମହିଳା ପୁଲିସ ଦଳକୁ ୬-୧ ଗୋଲ ବ୍ୟବଧାନରେ ପରାସ୍ତ କରିଥିଲା । ସେହିପରି ପଞ୍ଜାବ ଓ ମଧ୍ୟପ୍ରଦେଶ ମଧ୍ୟରେ ଷଷ୍ଠ ମ୍ୟାଚ୍୍ ଖେଳାଯାଇଥିଲା । ଏହି ମ୍ୟାଚରେ ପଞ୍ଜାବ, ମଧ୍ୟପ୍ରଦେଶ ପୁଲିସ ଦଳକୁ ୭-୧ ଗୋଲ ବ୍ୟବଧାନରେ ପରାସ୍ତ କରି ବିଜୟୀ ହୋଇଛି । ସପ୍ତମ ମ୍ୟାଚ୍ ଏସ୍ଏସ୍ବି ଓ ହରିୟାଣା ପୁଲିସ ମଧ୍ୟରେ ଖେଳାଯାଇଥିଲା । ଏହି ମ୍ୟାଚ୍ରେ ଏସ୍ଏସ୍ବି ପୁଲିସ ହରିୟାଣା ପୁଲିସ୍ ଦଳକୁ ୧୮-୦ ଗୋଲ ବ୍ୟବଧାନରେ ପରାସ୍ତ କରି ବିଜୟୀ ହୋଇଛି ।
କ୍ରୀଡ଼ା ଓ ଯୁବସେବା ବିଭାଗ ସଚିବ ଭାସ୍କର ଜ୍ୟୋତି ଶର୍ମା, ଅତିରିକ୍ତ ଆରକ୍ଷୀ ମହାନିଦେ୍ର୍ଦଶକ (ଆଧୁନିକୀକରଣ) ସୌମେନ୍ଦ୍ର ପ୍ରିୟଦର୍ଶୀ, ଏସ୍ସିଆର୍ବି ନିଦେ୍ର୍ଦଶକ ଡ଼ଃ. ସନ୍ତୋଷ ବାଲା, ଅତିରିକ୍ତ ଆରକ୍ଷୀ ମହାନିଦେ୍ର୍ଦଶକ (ରେଳବାଇ ଓ ଉପକୂଳ ସୁରକ୍ଷା ବିଭାଗ) ଅରୁଣ ବୋଥ୍ରା, ଆୟୋଜନ କମିଟିର ଉପାଧ୍ୟକ୍ଷ ଦୟାଲ ଗଙ୍ଗୱାର, ଆଇଜି (ତାଲିମ) ତଥା ଆୟୋଜନ କମିଟିର ସମ୍ପାଦକ ଅନୁପ କୁମାର ସାହୁ, ଆଇଜି (ଅପରେସନ) ଡ଼ଃ. ଦୀପକ କୁମାର, ଆଇଜି (ସଶସ୍ତ୍ର) ଅବିନାଶ କୁମାର ଏବଂ ଖୋର୍ଦ୍ଧା ଏସ୍ପି ସାଗରିକା ନାଥ ପ୍ରମୁଖ ବିଭିନ୍ନ ମ୍ୟାଚ୍ଗୁଡିକରେ ଅତିଥି ଭାବେ ଅଂଶ ଗ୍ରହଣ କରି ଖେଳାଳିମାନଙ୍କୁ ଉସôାହିତ କରିଥିଲେ ।