ପବିତ୍ର ବନ୍ଧନର ସାକ୍ଷୀ ଓରମାସ ରାକ୍ଷୀ

  ଭୁବନେଶ୍ୱର : ଭାରତୀୟ ସଂସ୍କୃତିରେ ରକ୍ଷା ବନ୍ଧନର ସ୍ଥାନ ସ୍ୱତନ୍ତ୍ର ।  ଭାଇ- ଭଉଣୀଙ୍କ ପବିତ୍ର ସ୍ନେହର ବନ୍ଧନର ସାକ୍ଷୀ ହୋଇଥାଏ ରାକ୍ଷୀ । ଶ୍ରାବଣ ପୂର୍ଣ୍ଣିମାର ମହାର୍ଘ୍ୟ ଅବସରରେ ରକ୍ଷା କବଚ ସଦୃଶ ଭାଇର ହାତରେ ଭଉଣୀ ବାନ୍ଧିଥାଏ ରାକ୍ଷୀ । ଭାଇଭଉଣୀଙ୍କ ପବିତ୍ର ବନ୍ଧନକୁ ସମ୍ମାନ ଜଣାଇ ଓରମାସ୍  ପକ୍ଷରୁ ପ୍ରସ୍ତୁତ କରାଯାଇଛି ବିଭିନ୍ନ କିସମର ରାକ୍ଷୀ ।  ପରମ୍ପରା ସହ ପରିବେଶକୁ ଗୁରୁତ୍ୱ ଦେଇ ଓରମାସ୍ ଦ୍ୱାରା ପ୍ରସ୍ତୁତ ରାକ୍ଷୀ ଆଜି ଠାରୁ ୯ ତାରିଖ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ସ୍ଥାନରେ ବିକ୍ରି ହେବ ।  ଚଳିତ ବର୍ଷ ରକ୍ଷା ବନ୍ଧନ ଉପଲକ୍ଷେ ରାଜ୍ୟ ସରକାଙ୍କ ପଞ୍ଚାୟତି ରାଜ ଓ ପାନୀୟ ଜଳ ବିଭାଗ ତରଫରୁ ଓରମାସ ଦ୍ୱାରା ସହାୟତା ପ୍ରାପ୍ତ ଗୋଷ୍ଠୀ ଅନୁଷ୍ଠାନ ମାନଙ୍କ ଦ୍ୱାରା ପ୍ରସ୍ତୁତ ହାତ ତିଆରି ରାକ୍ଷୀ ଓଡିଶାର ବାଲେଶ୍ୱର, ବରଗଡ, ବୌଦ୍ଧ, କଟକ, ଢେଙ୍କାନାଳ, କଳାହାଣ୍ଡି, କନ୍ଧମାଳ, ମୟୂରଭଞ୍ଜ, ନବରଙ୍ଗପୁର, ନୂଆପଡା, ରାୟଗଡା ଏବଂ ସମ୍ବଲପୁର ଜିଲ୍ଲାରେ ବିକ୍ରୟ କରାଯିବା ନିମନ୍ତେ ବ୍ୟବସ୍ଥା କରାଯାଇଛି । ଏଥିରେ ସବାଇ ଘାସ, କାଇଞ୍ଚ, ମାଟି, ନଡିଆ ଖୋଳପା, ଧାନ, ଚାଉଳ, ବିରି, ମୁଗ, କାଗଜ ମଣ୍ଡ, ସମ୍ବଲପୁରୀ କପଡା, ଝୋଟ, କିଆପତ୍ର, ଟସର ସୂତା, ଆପ୍ଲିକ ଓ ବାଉଁଶ ଇତ୍ୟାଦିରୁ ଗ୍ରାମଞ୍ଚଳର ମହିଳା କାରିଗର ମାନଙ୍କ ଦ୍ୱାରା ପ୍ରାକୃତିକ ଓ ଜୈବିକ ତଥା ପରିବେଶ ଉପଯୋଗୀ ପାରମ୍ପରିକ ପଦ୍ଧତିରେ ପ୍ରସ୍ତୁତ କରାଯାଇଛି ।