ପରଲୋକରେ ପୂର୍ବତନ ବିଧାୟକ ଜର୍ଜ ତିର୍କି

ପରଲୋକରେ ପୂର୍ବତନ ବିଧାୟକ ଜର୍ଜ ତିର୍କି

ସୁନ୍ଦରଗଡ : ବୀରମିତ୍ରପୁର ନିର୍ବାଚନମଣ୍ଡଳୀର ପୂର୍ବତନ ବିଧାୟକ ତଥା ବିଶିଷ୍ଟ ଶ୍ରମିକ ଓ ଆଦିବାସୀ ନେତା ଜର୍ଜ ତିର୍କିଙ୍କ ପରଲୋକ ହୋଇଛି । ଭୁବନେଶ୍ଵର ଆପୋଲୋ ହସ୍‌ପିଟାଲ୍‌ରେ ତାଙ୍କର ପରଲୋକ ହୋଇଯାଇଛି । ମୃତ୍ୟୁ ସମୟରେ ତାଙ୍କୁ ୬୭ ବର୍ଷ ହୋଇଥିଲା । ଗତ କିଛିମାସ ହେବ ସେ ଗୁରୁତର ଅସୁସ୍ଥ ସେ ଥିବାବେଳେ ସ୍ବାସ୍ଥ୍ୟବସ୍ଥା ଗୁରୁତର ହେବାରୁ ରାଉରକେଲା ଇସ୍ପାତ୍ ଜେନେରାଲ୍ ହସ୍ପିଟାଲ୍‌ ନିଆଯାଇଥିଲା। ପରେ ସେଠାରୁ ଭୁବନେଶ୍ଵର ଆପୋଲୋ ହସ୍‌ପିଟାଲ୍‌କୁ ନିଆଯାଇଥିଲା ହେଲେ ସେଠାରେ ବିଳମ୍ବିତ ରାତିରେ ତାଙ୍କର ପରଲୋକ ହୋଇଛି। ପୁଅ ତଥା ବୀରମିତ୍ରପୁର ବିଧାୟକ ରୋହିତ ଯୋସେଫ ତିର୍କି ଏବଂ ପରିବାରର ଅନ୍ୟ ସଦସ୍ୟଗଣ ଉପସ୍ଥିତ ଥିଲେ । ବିଧାନସଭା ପରିସରରେ ତାଙ୍କୁ ଗାର୍ଡ ଅଫ୍‌ ଅନର ଦିଆଯାଇଛି  । ମୁଖ୍ୟମନ୍ତ୍ରୀଙ୍କ ସମେତ ବିଧାନସଭାରେ ଉପସ୍ତିତ ସମସ୍ତ ସଦସ୍ୟ ଶେଷ ଦର୍ଶନ କରିଛନ୍ତି । ତାଙ୍କର ଶେଷକୃତ୍ୟ ବୀରମିତ୍ରପୁର ଝୁନୁମୁରସ୍ଥିତ ତାଙ୍କ ପୈତୃକ ଗ୍ରାମରେ ସମ୍ପନ୍ନ ହେବ। ତାଙ୍କ ବିୟୋଗରେ ସୁନ୍ଦରଗଡ ଜିଲା ତଥା ବିଭିନ୍ନ ମହଲରେ ଗଭୀର ଶୋକ ପ୍ରକାଶ ପାଇଛି।