ଜୁନ୍ ୧୨ ପରଠୁ ଆରମ୍ଭ ବର୍ଷା!

ଜୁନ୍ ୧୨ ପରଠୁ ଆରମ୍ଭ ବର୍ଷା!

ପାଖେଇ ଆସୁଛି ରଜ। ଏଥିପାଇଁ ଏବେଠୁ ସଜବାଜ ଆରମ୍ଭ ହୋଇଗଲାଣି। ହେଲେ ଚଳିତ ବର୍ଷର ରଜକୁ ଫିକା କରିଦେବ ବର୍ଷା। କାରଣ ରଜରେ ଭିଜିବ ଓଡ଼ିଶା।  ସୃଷ୍ଟି ହୋଇଛି ଘୂର୍ଣ୍ଣିବଳୟ। ଆରମ୍ଭ ହେବ ବର୍ଷା। ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗର ଉପରେ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି। ଘୂର୍ଣ୍ଣିବଳୟ ପ୍ରଭାବରେ ରଜରେ ଓଡ଼ିଶା ଭିଜିବ।  ଲଘୁଚାପ ଆସୁଥିବାରୁ ସକ୍ରିୟ ହେବ ମୌସୁମୀ। ଉତ୍ତର ବଙ୍ଗୋପସାଗରରେ ଲଘୁଚାପ ହେବାର ସମ୍ଭାବନା ରହିଛି। ଫଳରେ ୧୨ ଜୁନ୍ ପରଠୁ ପାଗରେ ପରିବର୍ତ୍ତନ ସମ୍ଭାବନା। ୧୪ରୁ ଧୀରେ ଧୀରେ ବର୍ଷାର ବିସ୍ତୃତି ବୃଦ୍ଧି ଆଶଙ୍କା।