ବିସ୍ଥାପନ:ଏକ ମାନବିକ ରାୟ
ମାୟାଧର ନାୟକ:
ଭୂବଳାକ୍ରାର.... ଅର୍ଥ କୁବେରବର୍ଗଦ୍ୱାରା ବିସ୍ତାରିତ ମୁନଫାର ମାୟାଜାଲରେ ଏବେ ଗୋଟିକ ପରେ ଗୋଟିଏ ପଡ଼ିବାକୁ ଆରମ୍ଭ କଲାଣି ନିଃସ୍ୱ ନିର୍ଦ୍ଧନବର୍ଗ ଦ୍ୱାରା ଯୁଗଯୁଗାନ୍ତବ୍ୟାପୀ ସଯତ୍ନ ସଂରକ୍ଷିତ ଜଳ-ଜଂଗଲ-ଜମି-ଖଣିର ସବୁଜ ସୁନ୍ଦର ପୃଥିବୀ । ଜମି ଜବରଦଖଲ ଏବର ଏକ ପାଶବିକ ବଳାକ୍ରାର ପ୍ରବତ୍ତି ଯାହା କାର୍ଯ୍ୟକାରୀ ହେବାକୁ ଯାଉଛି ଦେଶବିଦେଶର ଶାସନ ଓ ପ୍ରଶାସନ ମାଧ୍ୟମରେ । ଏହା କେବଳ ଜଘନ୍ୟ, ବର୍ବରୋଚିତ ନୁହେଁ- ବେଆଇନ ମଧ୍ୟ । ସରଳ ନିରୀହ ଜନଗଣଙ୍କୁ ଭୁଆଁ ବୁଲାଇବା ପାଇଁ ଭାରତବର୍ଷରେ ଏବେ ବି ଉଇଖିଆ ବ୍ରିଟିଶ ଆଇନକୁ ଅନ୍ଧ ଭଳି ମାନିନିଆଯାଇ ଜମି ଅଧିଗ୍ରହଣ ନିୟମକୁ କାଏମ୍ କରି ରଖାଯାଇଛି ଶାସନକଳ ଦ୍ୱାରା । ମାତ୍ର ଯୁଗ ବଦଳିବା ସହିତ ଜୀବନ ପ୍ରତି ଦୃଷ୍ଟିଭଙ୍ଗୀ ବି ବଦଳିଛି- ସେହି ଦୃଷ୍ଟିରୁ ପୁରୁଣା ଆଇନ ସବୁ ସଂସ୍କାର ଓ ସଂଶୋଧନ ମାଧ୍ୟମରେ ବଦଳିବା ଦରକାର । ନ ହେଲେ ଧନତନ୍ତ୍ର ପରିଚାଳିତ ଶାସନ ତନ୍ତ୍ରର ରଥଚକ୍ର ତଳେ ନିଷ୍ପେଷିତ ଓ ନିର୍ଯାତିତ ହେଇ ନ୍ୟାୟ ହାସଲ କରିବାକୁ ରାଜପଥକୁ ଓହ୍ଲାଇ ଆସିବେ ସାଧାରଣ ମଣିଷ ।
ଜମି ଅଧିଗ୍ରହଣକୁ ନେଇ ବିଭିନ୍ନ ସ୍ଥାନରେ ଭୟଙ୍କର ହିଂସାକାଣ୍ଡମାନ ଚାଲୁରହିଛି । ବିସ୍ଥାପିତ ସମସ୍ୟାର ବିସ୍ଫୋରିତ ବିଭୀଷିକା ଆଜି ଏଠି, ସେଠି, ସବୁଠି । ବିନାଯୁଦେ୍ଧ ନ ଛାଡ଼ିବୁ ସୂଚ୍ୟଗ୍ରେ ମେଦିନୀର ମୂଳକଥାକୁ ନେଇ ମହାଭାରତ ଯୁଦ୍ଧ । ଶକ୍ତିଶାଳୀ କୌରବଙ୍କୁ ପାଂଚଭାଇ ପାଣ୍ଡବ ସଖା ଶ୍ରୀକୃଷ୍ଣଙ୍କ ସହ ମିଶି ପରାସ୍ତ କରିଥିଲେ । କାହିଁ କୋଉ ଯୁଗର କଥା । ଏବେ ଭୂଇଁ ଖଣ୍ଡକ ଛଡେଇ ନେବାପାଇଁ ଶିଳ୍ପପତି ସରକାର ଜମିମାଲିକ ଚାଷୀ, ଆଦିବାସୀଙ୍କ ସଂଗେ ଯୁଦ୍ଧ କରୁଛନ୍ତି । ଏ ଯୁଦ୍ଧ ମହାଭାରତ ଯୁଦ୍ଧଠାରୁ ଆହୁରି ଭୟଙ୍କର ଆଡକୁ ଗତି କରୁଛି ।
ଆଜିର ଏ ଜୋକ-ଜରଦ୍ଗବ ଗଣତନ୍ତ୍ର ଜନତାକୁ ଜୋକର ବନାଇ କ୍ଷମତାର ସୁନାସୁଡଙ୍ଗରେ ଧନତନ୍ତ୍ରର ଗୋଲାମ ସାଜିଛି । ନିଜକୁ ନିଲାମକରି ଶସ୍ତାରେ ବିକିଦେବାକୁ ବସିଛି - ବିଚରା ମଜଦୁରର ମାଟି, ଅସହାୟ ଆଦିବାସୀର ଘାଟୀ ଉପାସୀ ଚାଷୀର ଫୁଲଉଡା ଫସଲବାଟି । ଜମି କେବଳ ଫସଲ ଆମଦାନୀର ଏକ ନିଛକ ଅର୍ଥନୈତିକ ପ୍ରକି୍ରୟା ନୁର୍ହେ । ହଜାର ହଜାର ବର୍ଷ ଧରି ଜମି ସହ ମାନବସମାଜର ଜୀବନ ଜୀବିକା ଯୋଡ଼ିହୋଇଯାଇଛି । କୃଷି ଜମି ମାନବ ସମାଜର ସଂସ୍କୃତି । ଜୀବନଯାପନର ଚିରାଚରିତ ଶୈଳୀ । ଥରେ ଜମି ଚାଲିଗଲେ ଜୀବନ ଚାଲିଯାଏ, ସଂସ୍କୃତି ଭାଂଗିଯାଏ । ଜମିର ଦାମ ଟଙ୍କାରେ ମପାଯାଇ ପାରେନା ।
ଶିଳ୍ପପତିଙ୍କ ସ୍ୱାର୍ଥପାଇଁ ଏପରିକି ଦେଶର ବିକାଶ ନାଁରେ ସରକାର ବଂଧୁକମୂନରେ ଜମି ଅଧିଗ୍ରହଣ କରିବା ଦ୍ୱାରା ବିସ୍ଥାପିତମାନେ ପ୍ରବଳ ବିରୋଧ କରୁଛନ୍ତି । ଏହି ଜମି ଅଧିଗ୍ରହଣ ଆଇନ ୧୮୯୪ ମସିହାରେ ଭାରତରେ ଜମି ହଡପ ପାଇଁ ସାମ୍ରାଜ୍ୟବାଦୀ ବି୍ରଟିଶ ପ୍ରଣୟନ କରିଥିଲେ । ସେତେବେଳେ ଏହି ଜଘନ୍ୟ ବେଆଇନ କାର୍ଯ୍ୟକୁ ବିରୋଧ କରିବା କଷ୍ଟକର ଥିଲା । ବି୍ରଟିଶମାନେ ୭୫୦ ବର୍ଷ ଆୟରଲାଣ୍ଡକୁ ଗୋଲାମ କରି ରଖିଥିଲେ । ଶୋଷଣ, ଜୁଲମ, ଅତ୍ୟାଚାର କରିବାପାଇଁ ଆୟରଲାଣ୍ଡରେ ଯେଉଁ ଆଇନ୍ ଥିଲା କେବଳ ଆୟରଲାଣ୍ଡ ସ୍ଥାନରେ ଇଣ୍ଡିଆ ଲଗାଇଦେଲେ । ଇଂରେଜମାନେ ବ୍ୟବସାୟ କରିବାକୁ ଆସି ଆମ ଭାରତବର୍ଷକୁ ୨୦୦ ବର୍ଷ ଗୋଲାମ କରି ରଖିଥିଲେ । ଆମେ ସିନା ୧୯୪୭ ମସିହାରେ ସ୍ୱାଧୀନତା ପାଇଲେ, କିନ୍ତୁ ବି୍ରଟିଶ ବାଲାଙ୍କ ଜମି ଅଧିଗ୍ରହଣ ଚଂଚକ ଆଇନକୁ ୧୨୯ ବର୍ଷ ହେଲା ଦେଶୀ ସରକାରମାନେ ଜାବୁଡ଼ି ଧରି ବଂଧୁକମୂନରେ ଜମି ଅଧିଗ୍ରହଣ କରିବାରେ ଲାଗିଛନ୍ତି - ଯାହା ଫଳରେ ସମଗ୍ର ଦେଶରେ ଅଶାନ୍ତି ଅସନ୍ତୋଷର ବହ୍ନି ବିସ୍ଫୋରଣ ହେବାରେ ଲାଗିଛି । ସମ୍ବିଧାନର ୩୧ଧାରାରେ ସଂପତ୍ତି ଉପରେ ଅଧିକାର ବ୍ୟକ୍ତିର ମୌଳିକ ଅଧିକାର । ସୁପ୍ରିମକୋର୍ଟ ରାୟାନୁଯାୟୀ ସଂପତ୍ତି ଉପରେ ଅଧିକାର କେବଳ ମୌଳିକ ଅଧିକାର ନୁହେଁ, ମାନବୀକ ଅଧିକାର ମଧ୍ୟ । ଏହି ମାନବିକ ଅଧିକାରରେ ଜଣେ ବ୍ୟକ୍ତିର ସ୍ୱାସ୍ଥ୍ୟ, ଜୀବନଜୀବିକା, ବାସଗୃହ, ଚାକିରି ପାଇବାର ଅଧିକାର ରହିଛି । ସରକାର, କୋର୍ଟକଚେରି ଭାରତୀୟ ସମ୍ବିଧାନର ମୂଳ ଲକ୍ଷ୍ୟଠାରୁ ଦୂରେଇ ଯାଇ ଯେନତେନ ପ୍ରକାରେଣ ଜମି ଦଖଲ କରିବା ଅମାନବିକ ନୁହେଁ କି? ଜମି ଉପରେ ସମସ୍ତଙ୍କର ଆଖି । ଜମିମାଲିକ, ଚାଷୀ, ମୂଲିଆଙ୍କର ଜମି ହେଉଛି ଆଖିର ‘ମଣି’ । ବିନା ଜମିରେ ଶିଳ୍ପପତି, ସରକାର କଳକାରଖାନା, ଖଣିଖାଦନ, ରାସ୍ତାଘାଟ, ରେଲଲାଇନ, ସ୍କୁଲକଲେଜ, ବ୍ୟବସାୟବାଣିଜ୍ୟ ପାଇଁ କୋଠାବାଡ଼ି ହୋଇ ପାରିବ ନାହିଁ । ତେଣୁ ଶିଳ୍ପପତି ସରକାର କଳେବଳେ କୌଶଳେ ଜମି ହଡ଼ପ କରିବାକୁ ନାନାପ୍ରକାର ଫନ୍ଦିଫିକର କରି ଆସୁଥିଲେ । ଏବେ ମଧ୍ୟ କରୁଛନ୍ତି । ଜମିପାଇଁ ମହାଭାରତଯୁଦ୍ଧ । ଏବେ ଜମିପାଇଁ ଗୃହଯୁଦ୍ଧ ଲାଗିରହିବ । ଆଇନକାନୁନକୁ ନିଜେ ଶିଳ୍ପପତି, ସରକାର ମାନିବେ ନାହିଁ । ଭୟଙ୍କର ବିବାଦ ସବୁବେଳେ ଲାଗିରହିବ । ଧୀରେ ଧୀରେ ଚାଷୀ ମୂଲିଆ ଜମିମାଲିକ ଦାଣ୍ଡର ଭିକାରି ହୋଇଯିବେ । ଏପର୍ଯ୍ୟନ୍ତ ଭାରତବର୍ଷରେ ଜମି ଅଧିଗ୍ରହଣ ବିକଳ୍ପ ବାହାରି ପାରିନି ।
୨୦୦୬ ମସିହା ପୂର୍ବରୁ ଦେଶରେ ବହୁ ସ୍ଥାନରେ ଜମି ଅଧିଗ୍ରହଣ ହୋଇଛି ।ସେତେବେଳେ ଜନସ୍ୱାର୍ଥରେ ବିସ୍ଥାପନ ଥଇଥାନ ନୀତି ନଥିଲା । ଗୋଟିଏ ଗୋଟିଏ ଛୋଟ ଘଟଣା ଇତିହାସର ମୋଡ଼ ବଦଳାଇ ଦିଏ । ୬୫ ବର୍ଷ ଧରିଦେଶରେ କଳକାରଖାନା, ଖଣି ଖାଦାନ, ଜଳପ୍ରକଳ୍ପ ରେଳରାସ୍ତା ପ୍ରଭୃତିରେ ବିସ୍ଥାପିତ କ୍ଷତିଗ୍ରସ୍ତ ଲୋକମାନେ କେତେ ଯେ ଆନେ୍ଦାଳନ କରିଛନ୍ତି - ତା’ର ହିସାବ ନାହିଁ । ଯିଏ ଯେତେବେଳେ ସରକାରରେ ରହିଲା- ବଂଧୁକମୂନରେ ଆନେ୍ଦାଳନକୁ ଦମନକରି ଆସୁଥିଲେ । ସୁକିନ୍ଦାରେ ସରକାର ଝୁଂଟିପଡିଲେ । ଦୀର୍ଘବର୍ଷ ଧରି ସୁକିନ୍ଦା ଅଂଚଳରେ ବହୁ ଗଣଆନେ୍ଦାଳନ ଲଢ଼େଇ ଚାଲି ଆସୁଥିଲା । ୨୦୦୬ ଜାନୁୟାରୀ ୨ ତାରିଖରେ କଳିଙ୍ଗନଗର ଠାରେ ସରକାର ବିସ୍ଥାପିତଙ୍କ ସଂଘର୍ଷ କେବଳ ଓଡ଼ିଶା ନୁହେଁ, ଭାରତବର୍ଷର ଇତିହାସର ମୋଡ଼ ବଦଳାଇ ଦେଲା । ଜମି ବିକନା ଭଡା ଦିଅ - ପୃଥିବୀର ପ୍ରଥମ ସ୍ୱର । ଜମିଅଧିଗ୍ରହଣ ସମସ୍ୟାର ଏକମାତ୍ର ବିକଳ୍ପ । ଜମିଅଧିଗ୍ରହଣ ସମସ୍ୟାର ଜଟିଳତା କେବଳ ଭାରତରେ ନୁହେଁ, ସମଗ୍ର ବିଶ୍ୱରେ ଲାଗିରହିଛି । ରାଜନୀତିକୁପୋଷା ମନାଇ ଆହୁରି ପାଶବୀୟ ପରିବେଶ ସୃଷ୍ଟି କରିଛି ଏକ ଧୂର୍ତ ଧୂସର ଅର୍ଥନୀତି । କଳାଟଙ୍କାକୁ କଳାପତାକାଦେଖାଇବା ବଦଳରେ ଏ ଅମାନୁଷିକ ଅର୍ଥନୀତିର ଭବ୍ୟସ୍ୱାଗତ ରାଜନୀତି କ୍ଷେତ୍ରରେ ଆରମ୍ଭ ହୋଇସାରିଛି । ସବୁଦେଶର ସରକାର ଏବେ ଏ ପ୍ରକାର ଅର୍ଥନୀତିର ଇଙ୍ଗିତରେ ଗୋଟାଏ ଗୋଟାଏ ଖେଳ କଣ୍ଢେଇ- ନା ଅଛି ଦେଶ ପ୍ରତି କର୍ତ୍ତବ୍ୟବୋଧର ତାଡନା, ନା ଅଛି ଜାତିପ୍ରତି ଦାୟବଦ୍ଧତାର ତୀବ୍ରତା ! ଆଉ ଆମେ ଶିଳ୍ପପତିମାନଙ୍କୁ ସରକାରଙ୍କ ମାର୍ଫତଦାରିରେ ଜମି ବିକିବା ନାହିଁ - ଭଡା ଦେବା - ମାସକୁମାସ ଭଡା ନେବା । ଜମି ନ ବିକି ଭଡାଦେବା କଥାଟା କାନକୁ ତାଜୁବ୍ ଲାଗିପାରେ, କିନ୍ତୁ ଆମର ଏ ନୂଆ ତତ୍ତ୍ୱ ତର୍ଜମା ପଛରେ ରହିଛି ଅକାଟ୍ୟ ଯୁକ୍ତି । ଜମିକୁ ଯଦି କୃଷିପାଇଁ ଭାଗ ଦିଆଯାଉଥିଲା, ତା’ହେଲେ ଶିଳ୍ପପାଇଁ ଭଡା ଲଗାଇବାରେ ବାଧାକେଉଁଠି? ସବୁଦିନ ପାଇଁ ସପ୍ତପୁରୁଷଙ୍କ ଭୂସମ୍ପତ୍ତିକୁ ସ୍ୱାର୍ଥାନ୍ୱେଷୀ ଶିଳ୍ପସଂସ୍ଥାଗୁଡିକୁ ଶାଗମାଛ ମୂଲ୍ୟରେ ସମର୍ପଣ କରିଦେବା ଅପେକ୍ଷା ବରଂ ଜମିକୁ ଭଡା ସୂତ୍ରରେ ହସ୍ତାନ୍ତର କରାଯାଉ । ଭାଗଚାଷ ଭଳି ଭାଗଶିଳ୍ପର ପ୍ରଥା ଆରମ୍ଭହେଉ ଓଡ଼ିଶାରେ, ଭାରତରେ, ସାରା ବିଶ୍ୱରେ ।
ସାଂପ୍ରତିକ ବ୍ୟବସ୍ଥାରେ ଜମି ଅଧିଗ୍ରହଣ ଦ୍ୱାହିରେ ନିମ୍ନବିତ୍ତ ଅଧିବାସୀ ଓ ଦୁର୍ଗତ ଆଦିବାସୀବର୍ଗଙ୍କ ଜମି ଓ ଜଂଗଲ ଉପରେ ଧୂର୍ତ ଧନାଧିପତିବର୍ଗ ଆଇନ୍କୁ ଆଖିଠାର ମାରି ଜମି ଅଧିଗ୍ରହଣ ନେଇ ନୂଆ ବିଲ କେନ୍ଦ୍ର ସରକାରଙ୍କ ସହାୟତାରେ ଆଣୁଛନ୍ତି ।
ଦଖଲକାରୀର ଯେଉଁ ଦୁର୍ଭାଗ୍ୟଜନକ ଧାରା ଏ ଦେଶରେ ଓ ବିଦେଶରେ ଆରମ୍ଭ ହେଲାଣି, ଏବଠୁ ତାହାର ଆଶୁ ପ୍ରତିକାର ନ ହେଲେ ଏହାକୁ ନେଇ ବିଶ୍ୱବ୍ୟାପୀ ଏକ ଅଘଟନ ସଂଘଟନ ଘଟିପାରେ ।
ବିଶ୍ୱବ୍ୟାଙ୍କର ରିପୋର୍ଟ ଅନୁଯାୟୀ ୨୦୧୫ ମଧ୍ୟରେ ଭାରତର ୪୦,୦୦୦୦୦,୦୦ (ଚାଳିଶକୋଟି) ଲୋକ ଗ୍ରାମ, ଜଂଗଲ ପାହାଡ଼ଭଳି ଅଂଚଳରୁ ବିସ୍ଥାପିତ ହୋଇ ସହରକୁ ପଳାଇ ଆସିବେ । ତା’ହେଲେ ଗାଁ ଉଜୁଡ଼ିଯିବ - ସହର ଜନସଂଖ୍ୟା ହୁହୁହୋଇ ବଢ଼ିଯିବ । ନୂଆନୂଆ ସହର ଗଢ଼ିଉଠିବ । ଯେଉଁଠି କଳକାରଖାନା ପ୍ରତିଷ୍ଠାହେବ - ସେଇଠି ଦୋକାନ-ବଜାର ଘରଦ୍ୱାର ଗଢ଼ିଉଠିବ । ଇଂଚେ ଜମିର ମୂଲ୍ୟ ଆକାଶଛୁଆଁହୋଇଯିବ । ଛୋଟବଡ଼ÿÿ ବସ୍ତିରେ ବାସିନ୍ଦାମାନେ ହାଉଜାଉ ହେବେ । କାମ, ଖାଦ୍ୟ, ପାନୀୟ, ବାସଗୃହର ଅଭାବ ପରିଲକ୍ଷିତ ହେବ ।
ଆମ ପି୍ରୟ ଓଡ଼ିଶା - ଯାହାର ଗର୍ଭରେ ଅମାପମାପ ଖଣିଜ ସଂପଦ, ଉପରେ ଅପର୍ଯ୍ୟାପ୍ତ ଫସଲ କିଆରି ବଣଜଂଗଲ ପାହାଡ଼ ପର୍ବତ, ନଦୀ, ନାଳ, ଝରଣା ସବୁଥିରେ ଅଧିକାର ସାବ୍ୟସ୍ତ କରିବେ ଦେଶୀ ବିଦେଶୀ ସୌଦାଗରମାନେ । ଆଗେ ଆମ ଓଡ଼ିଶା କେତେ ଶାନ୍ତିରେ ଥିଲା । ଭାଇଚାରା ଥିଲା, ଗ୍ରାମ୍ୟସଂସ୍କୃତି ପରମ୍ପରାରେ ଲୋକେ ଜୁଡୁବୁଡୁହୋଇ ମାତିଯାଉଥିଲେ । ଏବେ ଭୟରେ ଗୋଟାପଣେ ଥରହର ।କେତେବେଳେ କେଉଁଠି କାହାମୁଣ୍ଡରେ ପାହାର ପଡ଼ିବ - କେହି ଶୁଣିବାକୁ ନାହିଁ କି ଦଣ୍ଡଦେବାକୁ ନାହିଁ । ପିଢ଼ ଯିବ, ପିଢ଼ିଯିବ– ସବୁ ପ୍ରହସନରେ ଦିନ କଟିବ । ଭୟଙ୍କର ସମୟର ମୁକାବିଲା କରିବାର ବେଳ ପହଂଚିଗଲାଣି ।
ଓଡ଼ିଶାର ଖଣି, ଜମି, ଜଳ, ଜଂଗଲ ଉପରେ ଶିଳ୍ପପତିମାନଙ୍କର ଲୋଲୁପଦୃଷ୍ଟି ପଡିଛି । କଳେବଳେ କୌଶଳେ ଶିଳ୍ପପତିମାନେ ବହୁଳାଂଶରେ ମନ୍ତ୍ରୀ, ସାଂସଦ, ଏମ.ଏଲ.ଏ. ନେତା, ଅଫିସର କର୍ମଚାରୀ, ପୁଲିସ ଏପରିକି ଗଣମାଧ୍ୟମଙ୍କୁ କରାୟତ୍ତ କରିସାରିଲେଣି । ଏମାନଙ୍କ ମଧ୍ୟରୁ ଯେଉଁକେତେଜଣ ବୋଲ ମାନୁନାହାଁନ୍ତି, ସେମାନଙ୍କୁ ବିଭିନ୍ନ ଉପାୟରେ ହଇରାଣ ହରକତ କରାଯାଉଛି ।
ଦେଶରେ ପ୍ରଚଳିତ ସମ୍ବିଧାନ, ଆଇନକାନୁନ ଦଣ୍ଡବିଧି ବ୍ୟବସ୍ଥା ଯାହା ବି ଅଛି - ତାହା ଥିଲାବାଲାଙ୍କୁ ସୁହାଉଛି, ନଥିଲାବାଲାଙ୍କ ପାଇଁ ଦମନ ଅସ୍ତ୍ରଭାବେ ବ୍ୟବହାର କରାଯାଉଛି । କେବଳ ଓଡ଼ିଶା ନୁହେଁ, ସାରା ଭାରତରେ ଥିଲାବାଲା ଶହେରେ ୫ ହେଲେ ନଥିଲାବାଲା ୯୫ । ତେଣୁଦେଶ ତଥା ରାଜ୍ୟ ସଂପ୍ରତି ଥିଲାବାଲାଙ୍କ ଖେଳନା ହୋଇଯାଇଛି ।
ଜଗତୀକରଣ, ଉଦାରୀକରଣ, ଘରୋଇକରଣ ପ୍ରକି୍ରୟା ଅର୍ଥନୀତି ଆଳରେ ବିଶ୍ୱ ମୁକୁଳା । ଯାହାର ଅର୍ଥ ଅଛି - ସେ ବିଭିନ୍ନଦେଶର, ଜମି, ଖଣି, ପାଣି, ପବନକୁ ହାତେଇବାରେ ଲାଗିଛି । ଆମ ଦେଶରେ ଅଧିକାଂଶ ରାଜ୍ୟ ଯେଉଁଠି ପ୍ରାକୃତିକ ସଂପଦ ଅଛି, ସେଠୁ ଖୋଲାଖୋଲି ଭାବେ ଲୁଣ୍ଠନ କରାଯାଉଛି । ବଂଧୁକମୁନରେ ଜମି ଅଧିଗ୍ରହଣ କରିବା ଯୋଗୁ ଅନେକ ରାଜ୍ୟରେ ଜମିହରା-ପୁଲିସ ପ୍ରଶାସନ ଲଢ଼େଇରେ ଲୋକେ ମରୁଛନ୍ତି । ଫଳରେ ଏକ ସାମାଜିକ ସରକାରୀ ଆତଙ୍କବାଦ ସୃଷ୍ଟିହୋଇଛି ।
ଜମି ଅମୂଲ୍ୟ । ଜମି ଜୀବନ । ଜୀବନକୁ କିଣିବା ମୁସ୍କିଲ ଅର୍ଥାତ ଯେଉଁଠି ଶିଳ୍ପ କଳକାରଖାନା ପ୍ରୋଜେକ୍ସ ପ୍ରତିଷ୍ଠା ପାଇଁ ନିଷ୍ପତ୍ତି ନିଆଗଲା - ସେହି ଜମି ଟାଙ୍ଗରା ହେଉ କି ଏକଫସଲି ହେଉ ହଜାରେ ଗୁଣ ମୂଲ୍ୟ ବଢ଼ିଯାଏ । କିନ୍ତୁ ସରକାରମାନେ ଶିଳ୍ପପତିଙ୍କୁ ପୁରୁଣା ନଗଣ୍ୟ ରେଟ୍ରେ ଜମି ଅଧିଗ୍ରହଣ କରାଇଦିଅନ୍ତି ।(କ୍ରମଶଃ)
ଯାଜପୁର ରୋଡ, ଯାଜପୁର
ମୋ : ୯୮୬୧୦୩୪୧୬୩