ରାଷ୍ଟ୍ରୀୟ ଲୋକ ଅଦାଲତ ଅନୁଷ୍ଠିତ
କେନ୍ଦ୍ରାପଡା
କେନ୍ଦ୍ରାପଡା ଜିଲ୍ଲା ଆଇନସେବା ପ୍ରାଧିକରଣ ଆନୁକୂଲ୍ୟ ରେ ରାଷ୍ଟ୍ରୀୟ ଲୋକ ଅଦାଲତ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲା ଆଇନସେବା ପ୍ରାଧିକରଣ ଅଧ୍ୟକ୍ଷ ତଥା ମାନ୍ୟବର ଭାରପ୍ରାପ୍ତ ଜିଲ୍ଲା ଜଜ ପ୍ରଜ୍ଞା ପରମିତା ରାଉଳଙ୍କ ପ୍ରତ୍ୟେକ୍ଷ ତତ୍ୱାବଧାନରେ ଅନୂଷ୍ଠତ ଏହି ଲୋକ ଅଦାଲତ ରେ ଏନଆଇ ଆକ୍ଟରେ ୨୩୮ଟି କେସ ଗ୍ରହଣ କରାଯାଇ ୩୫ଟି ଫଏସଲା କରାଯାଇ ଥିଲା । ଏଥିରେ ୨ଲକ୍ଷ ୪୬ହଜାର ୧୨ ଟଙ୍କା ଜରିମାନା ଆଦାୟ କରାଯାଇଛି । ଟଙ୍କା ଆଦାୟ ମାମଲା ୧୧୩ଟି ଗ୍ରହଣ କରାଯାଇ ୧୭ଟି ଫଏସଲା କରାଯାଇ ୪୭ ଲକ୍ଷ ୩୦୨ଟଙ୍କା ଆଦାୟ କରାଯାଇଛି । ମଟର ଯାନ ଦୁର୍ଘଟଣା ଜନିତ ମାମଲା ୧୨ଟି ଗ୍ରହଣ କରାଯାଇ ୫ଟି କେସର ସମାଧାନ କରାଯାଇ ୨୫ ଲକ୍ଷ ୧୦ ହଜାର ଟଙ୍କା ଜରିମନା ଆଦାୟ କରାଯାଇଛି । ଏଥି ସହିତ ବିବାହ ସମ୍ବନ୍ଧୀୟ ୪୫ଟି କେସ ଗ୍ରହଣ କରାଯାଇ ୧୦ଟି କେସ ସମାଧାନ କରାଯାଇ ଥିଲା । ଭୂ-ଅର୍ଜନ କେସ ୩୦ ଟି ଗ୍ରହଣ କରାଯାଇ ୭ଟି ସମାଧାନ କରାଯାଇ ୫ ଲକ୍ଷ ୭୬ ହଜାର ୭୨୪ ଟଙ୍କା ଜରିମାନା ଆଦାୟ କରାଯାଇଛି । ରାଜସ୍ୱ କେସ ଓ ଦେୱାନୀ କେସ ୬୮ଟି ଫଏସଲା କରାଯାଇଛି । ମୋଟ୍ ୩୬୨୨ ଟି କେସ ଗ୍ରହଣ କରାଯାଇ ୨୧୪୩ଟି କେସ ସମାଧାନ କରାଯାଇ ୮୧ ଲକ୍ଷ ୮୬ ହଜାର ୬୨୫ ଟଙ୍କା ଆଦାୟ କରାଯାଇଛି । ବିଦୁ୍ୟତ୍ ଟିପିସିଓଡିଏଲ ର ୭୭ଟି ମାମଲା ସମଧାନ କରାଯାଇ ୧ ଲକ୍ଷ ୪୨ ହଜାର ଟଙ୍କା ଆଦୟ କରାଯାଇଛି । ଏହି ରାଷ୍ଟ୍ରୀୟ ଲୋକ ଅଦାଲତକୁ ଜିଲ୍ଲା ଆଇନସେବା ପ୍ରାଧିକରଣ ସଚିବ ସୁମିତ୍ରା ସାହୁ ପରିଚାଳନା କରିଥିବା ବେଳେ ସମସ୍ତ ବିଚାରପତି ଉପସ୍ଥିତ ଥିଲେ ।
ପୁରୀ
ଜିଲ୍ଳା ଆଇନସେବା ପ୍ରାଧିକରଣ ଆନୁକୂଲ୍ୟରେ ପୁରୀ ସମେତ ନିମାପଡ଼ା, ପିପିଲି, କୋଣାର୍କ, କଣାସ ଓ ବ୍ରହ୍ମଗିରି ପୋର୍ଟରେ ରାଷ୍ଟ୍ରୀୟ ଲୋକଅଦାଲତ ଅନୁଷ୍ଠିତ ହୋଇଯାଇଛି । ମୋଟ ୧୨୦୪୮ଗୋଟି ମକଦ୍ଦମା ଫଇସଲା କରାଯିବା ସହ ଜୋରିମାନା ଓ କ୍ଷତିପୂରଣ ବାବଦରେ୨କୋଟି ୧୯ଲକ୍ଷ ୯୭ହଜାର୯୯୦ଟଙ୍କା ଆଦାୟ କରାଯାଇଛି । ଏହି ଲୋକଅଦାଲତକୁ ଜିଲ୍ଳା ଓ ଦୌରାଜଜ୍ ଶ୍ରୀମତୀ ଅଜନ୍ତା ଷଡ଼ଙ୍ଗୀ ଉଦ୍ଘାଟନ କରିଥିଲେ । ଜିଲ୍ଲା ଆଇନସେବା ପ୍ରାଧିକରଣ ସଚିବ ଅମିତ୍ କୁମାର ବାରିକ ଲୋକ ଅଦାଲତ ପରିଚାଳନା କରିଥିଲେ । ପରିବାର ଅଦାଲତ ବିଚାରପତି ସୁମିତା ଜେନା, ପ୍ରଥମ ଅତିରିକ୍ତ ଜିଲ୍ଳା ଓ ଦୌରାଜଜ୍ ସୈକତ ପାତ୍ର, ଦ୍ୱିତୀୟ ଅତିରିକ୍ତ ଜିଲ୍ଳା ଓ ଦୌରାଜଜ୍ ଚିନ୍ମୟ ମିଶ୍ର, ତୃତୀୟ ଅତିରିକ୍ତ ଜିଲ୍ଲା ଓ ଦୌରାଜଜ୍ ଚିନ୍ମୟୀ ଦେହୁରି, ମୁଖ୍ୟ ବିଚାରପତି ସୁଶାନ୍ତ କୁମାର ମିଶ୍ର, ବରିଷ୍ଠ ଦେୱାନୀ ବିଚାରପତି ସୋଭେନ କାନୁନ୍ଗୋ, ଅତିରିକ୍ତ ବରିଷ୍ଠ ଦେୱାନୀ ବିଚାରପତି ପ୍ରଜ୍ଞା ପଣ୍ଡା, ଦ୍ୱିତୀୟ ଅତିରିକ୍ତ ବରିଷ୍ଠ ଦେୱାନୀ ବିଚାରପତି ସୋନାଲି ଅପରାଜିତା, ଦେୱାନୀ ବିଚାରପତି ସିଦ୍ଧାର୍ଥ ଶଙ୍କର ସେନାପତି, ଗ୍ରାମ ନ୍ୟାୟାଧିକାରୀ ନର୍ମଦା କର, ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ ବିଚାରପତି ତନ୍ମୟ ରଂଜନ ଦାସ, ଶୃତକିର୍ତୀ ଆଚାର୍ଯ୍ୟ, ଶିଶିର କୁମାର ଭୋଇ, ଶିବାନୀ ମହାପାତ୍ର, ଦ୍ୱିତୀୟ ଶ୍ରେଣୀ ବିଚାର ବିଭାଗୀୟ ବିଚାରପତି ଚେତନ ଲାଢା, ନିଲିସା ପଟ୍ଟନାୟକ, ସୌରଭ ମହାପାତ୍ର ପ୍ରମୁଖ ମାମଲାଗୁଡ଼ିକର ବିଚାର କରିଥିଲେ ।
ଏହି ଲୋକ ଅଦାଲତରେ ୩୪ଗୋଟି ମୋଟର ଦୁର୍ଘଟଣା ମାମଲା ବିଚାର କରାଯାଇ ୧କୋଟି ୪୪ଲକ୍ଷ ୧୫ହଜାର ଟଙ୍କା ଆଦାୟ କରାଯାଇଛି । ଏହାଛଡ଼ା ୧୧୩ଗୋଟି ପ୍ରାକ୍ ମକଦ୍ଦମାର ଫଇସଲା କରାଯାଇ ବ୍ୟାଙ୍କ ଋଣ ବାବଦକୁ ୪୧ଲକ୍ଷ୨୪ହଜାର ୪ଟଙ୍କା ଆଦାୟ କରାଯାଇଛି ।
ଜଟଣୀ
ଜାତୀୟ ଆଇନସେବା ପ୍ରାଧିକରଣ ନୂଆଦିଲ୍ଲୀ ଏବଂ ରାଜ୍ୟ ଆଇନସେବା ପ୍ରାଧିକରଣଙ୍କ ନିଦେ୍ର୍ଦଶ କ୍ରମେ ଜଟଣୀସ୍ଥିତ କନିଷ୍ଠ ଦେୱାନୀ ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ ମାଜିଷ୍ଟେଟଙ୍କ ଅଦାଲତ ପରିସରରେ ତାଲୁକ ଆଇନସେବା କମିଟି ଆନୁକୂଲ୍ୟରେ ୨୦୨୫ ମସିହାର ଦ୍ୱିତୀୟ ରାଷ୍ଟ୍ରୀୟ ଲୋକ ଅଦାଲତ ଅନୁଷ୍ଠିତ ହୋଇଯାଇଛି ।
ଏହି ଅଦାଲତରେ ଫୌଜଦାରୀ ମାମଲା, ବିଦୁ୍ୟତ୍, ପାନୀୟଜଳ, ବୈବାହିକ, ଜମିଜମା, ପେନସନ୍, ଟେଲିଫୋନ୍ ଦେୟ ଅନାଦେୟ, ବ୍ୟାଙ୍କ୍ ରୁଣ ଓ ସର୍ବୋପରି ନିଜନିଜ ମଧ୍ୟରେ ଲାଗିରହିଥିବା ବିବାଦୀୟ ଘଟଣାରେ ମୋଟ ୫୩ ଟି ମାମଲାର ଆପୋଷ ସମାଧାନ ଫଇସଲା ଆଦି ଉପରେ ଅନୁଷ୍ଠିତ ହୋଇଥିଲା । ବିଚାରପତି ହିତାଶ୍ରୀ ବେହେରାଙ୍କ ଉପସ୍ଥିତିରେ ଫୌଜଦାରୀ ମାମଲାରେ ୪୨ଟି, ଜମିଜମା ସମ୍ବନ୍ଧୀୟ ୯ଟି ଓ ଘରୋଇ ହିଂସା ଜନିତ ୨ଟି ମାମଲା ସମାଧାନ ହୋଇଥିଲା । ଏହି କାର୍ଯ୍ୟକ୍ରମକୁ କୋର୍ଟ କର୍ମଚାରୀମାନେ ଉପସ୍ଥିତ ରହି ପରିଚାଳନା କରିଥିଲେ ।