ଅଞ୍ଚଳ ମାଗୁଛି +୩ ବିଜ୍ଞାନ କଲେଜ
ନୂଆପଡା : ଉଚ୍ଚ ଶିକ୍ଷା ଜରୁରୀ ବୋଲି ସରକାର ଶିକ୍ଷା ପ୍ରତି ଗୁରୁତ୍ୱ ଦେଇଛନ୍ତି । ଏଥିରେ କୌଣସି ସନେ୍ଦହ ନାହିଁ ହେଲେ ଅଞ୍ଚଳର ଆବଶ୍ୟକତାକୁ ଦୃଷ୍ଟିରେ ରଖି ବ୍ୟବସ୍ଥା କଲେ ତାହା ଆହୁରି ଫଳପ୍ରଦ ହୋଇ ପାରିବ ବୋଲି ବୋଡେନ ଅଞ୍ଚଳର ଛାତ୍ରଛାତ୍ରୀ, ଅଭିଭାବକ, ଶିକ୍ଷା ପ୍ରେମୀ, ବୁଦ୍ଧିଜୀବୀ ଆଉ ଜନତା ଆଶା ବାନ୍ଧି ରଖିଛନ୍ତି ଯେ ଏହି ଅଞ୍ଚଳରେ ଛାତ୍ର ଛାତ୍ରୀଙ୍କ ଭବିଷ୍ୟତ ପାଇଁ ଏକ +୩ ବିଜ୍ଞାନ ମହାବିଦ୍ୟାଳୟର ଆବଶ୍ୟକତାକୁ ସରକାର କେବେ ପୂରଣ କରିବେ ।ପ୍ରକାଶ ଥାଉ କି ନୂଆପଡ଼ା ଜିଲ୍ଲା ବୋଡେନ ବ୍ଲକରେ ଉଭୟ ସରକାରୀ ଓ ବେସରକାରୀ +୨ କଳା ୬ ଟି, +୨ ବିଜ୍ଞାନ ୩ ଟି ,+୩ କଳା ୨ ଟି ଥିବା ବେଳେ ଏହି ଅଞ୍ଚଳର ଛାତ୍ର ଛାତ୍ରୀ ବିଜ୍ଞାନ ଶିକ୍ଷା ପାଇଁ ଅନ୍ୟତ୍ର ଯିବାକୁ ପଡିଥାଏ ।ଅନେକ ଚାଷୀଙ୍କ,ଶ୍ରମିକମାନଙ୍କ ,ଗରିବ ଶ୍ରେଣୀର ଲୋକଙ୍କ ପୁଅଝିଅ ଅସୁବିଧା କାରଣରୁ ବାହାରେ ପଢ଼ାଇବା ଦୁଃଖ ଦେଇଥାଏ ।ତେଣୁ ସରକାର ଏଥି ପ୍ରତି ଗୁରୁତ୍ୱ ଦେଇ ବୋଡେନ ବ୍ଲକରେ +୩ ବିଜ୍ଞାନ ମହାବିଦ୍ୟାଳୟ ଖୋଲିଲେ ଛାତ୍ର ଛାତ୍ରୀ ଉଚ୍ଚ ଶିକ୍ଷା ପାଇପାରିବେ ବୋଲି ସାଧାରଣରେ ଦାବି ହେଉଛି ।