ପର୍ଯ୍ୟଟକଙ୍କ ପସନ୍ଦ ପୁରୀ ଓ ଭୁବନେଶ୍ୱର
ଭୁବନେଶ୍ୱର : ସ୍ୱଦେଶୀ ହୁଅନ୍ତୁ କି ବିଦେଶୀ, ପର୍ଯ୍ୟଟକମାନଙ୍କ ପ୍ରଥମ ପସନ୍ଦ ପୁରୀ ଓ ଦ୍ୱିତୀୟ ପସନ୍ଦ ଖୋର୍ଦ୍ଧା । ରାଜଧାନୀ ଭୁବନେଶ୍ୱର ଖୋର୍ଦ୍ଧା ଜିଲ୍ଲାରେ ଯାଉଥିବାରୁ ଆମେ ରାଜଧାନୀକୁ ହିଁ ଦ୍ୱିତୀୟ ପସନ୍ଦ ବୋଲି କହିଲେ ଅତ୍ୟୁକ୍ତି ହେବନାହିଁ । ୨୦୨୪ରେ ରାଜ୍ୟକୁ ୧ କୋଟି ୧୦ ଲକ୍ଷ ୫୨ ହଜାର ଘରୋଇ ଓ ବିଦେଶୀ ପର୍ଯ୍ୟଟକ ଆସିଥିବାବେଳେ ପୁରୀକୁ ସର୍ବାଧିକ ୩୦ ଲକ୍ଷ ୮୮ ହଜାର ପର୍ଯ୍ୟଟକ ଆସିଥିଲେ । ତଥ୍ୟ ଅନୁଯାୟୀ, ୨୦୨୪ରେ ପୁରୀକୁ ୩୦ ଲକ୍ଷ ୭୭ ହଜାର ଘରୋଇ ଓ ୧୦୫୨୬ ବିଦେଶୀ ପର୍ଯ୍ୟଟକ ଆସିଥିଲେ । ସେହିପରି ଖୋର୍ଦ୍ଧାକୁ ୧୮ ଲକ୍ଷ ୫୪ ହଜାର ଘରୋଇ ଓ ୨୨୯୯୩ ଜଣ ବିଦେଶୀ ପର୍ଯ୍ୟଟକ ଆସିଥିଲେ । ଅପରପକ୍ଷରେ କଟକକୁ ୭ ଲକ୍ଷ ୩୪ ହଜାର, ଝାରସୁଗୁଡ଼ାକୁ ୪ ଲକ୍ଷ ୬୫ ହଜାର, ସମ୍ବଲପୁରକୁ ୪ ଲକ୍ଷ ୫୪ ହଜାର, କୋରପୁଟକୁ ୪ ଲକ୍ଷ ୨୭ ହଜାର, କେନ୍ଦୁଝରକୁ ୪ ଲକ୍ଷ ୧୩ ହଜାର ପର୍ଯ୍ୟଟକ ଆସିଥିଲେ ।
ଯେତେବେଳେକି ସୁନ୍ଦରଗଡ଼କୁ ୩ ଲକ୍ଷ ୯୫ ହଜାର, ବାଲେଶ୍ୱରକୁ ୩ ଲକ୍ଷ ୫୬ ହଜାର, ରାୟଗଡ଼ାକୁ ୩ ଲକ୍ଷ ୪୨ ହଜାର, ବଲାଙ୍ଗୀରକୁ ୩ ଲକ୍ଷ ୩୧ ହଜାର, କଳାହାଣ୍ଡିକୁ ୨ ଲକ୍ଷ ୯୩ ହଜାର, ବରଗଡ଼କୁ ୨ ଲକ୍ଷ ୬୦ ହଜାର, ଗଞ୍ଜାମକୁ ୨ ଲକ୍ଷ ୫୨ ହଜାର, ମୟୂରଭଞ୍ଜକୁ ୧ ଲକ୍ଷ ୯୧ ହଜାର, ଯାଜପୁରକୁ ୧ ଳକ୍ଷ ୬୨ ହଜାର, ଅନୁଗୁଳକୁ ୧ ଲକ୍ଷ ୫୪ ହଜାର, ଜଗତସିଂହପୁରକୁ ୧ ଲକ୍ଷ ୪୮ ହଜାର, ଭଦ୍ରକକୁ ୧ ଲକ୍ଷ ୪୫ ହଜାର, ନବରଙ୍ଗପୁରକୁ ୧ ଲକ୍ଷ ୨୮ ହଜାର, ମାଲକାନଗିରିକୁ ୮୧ ହଜାର, ନୂଆପଡ଼ାକୁ ୮୦ ହଜାର, ସୁବର୍ଣ୍ଣପୁରକୁ ୫୪ ହଜାର, କନ୍ଧମାଳକୁ ୪୮ ହଜାର, ନୟାଗଡ଼କୁ ୪୪ ହଜାର, କେନ୍ଦ୍ରାପଡ଼ାକୁ ୪୦ ହଜାର, ବେଦଗଡ଼କୁ ୩୨ ହଜାର, ଢେଙ୍କାନାଳକୁ ୨୫ ହଜାର, ଗଜପତିକୁ ୧୮ ହଜାର ଓ ବୌଦ୍ଧକୁ ୯ ହଜାର ପର୍ଯ୍ୟଟକ ଆସିଥିବା ଜାଣିବାକୁ ମିଳିଛି ।