ପହଲଗାମ ଆତଙ୍କୀ ଆକ୍ରମଣ ପଛରେ ଲସ୍କର-ଇ-ତୋଇବା

ପହଲଗାମ ଆତଙ୍କୀ ଆକ୍ରମଣ ପଛରେ ଲସ୍କର-ଈ-ତୋଇବା। ଏନେଇ ଆମେରିକା ପକ୍ଷରୁ ସ୍ପଷ୍ଟ କରାଯାଇଛି  ।  ଆକ୍ରମଣ କରିଥିବା ଟିଆରଏଫ ହେଉଛି ଆତଙ୍କୀ ସଙ୍ଗଠନ ଲସ୍କରର ଏକ ଅଂଶ ।  ଆମେରିକା ଷ୍ଟେଟ ସେକ୍ରେଟାରୀ ମାର୍କ ରୁବି ଓ ଗୁରୁବାର ଏନେଇ ସୁଚନା ଦେଇଛନ୍ତି। ଟିଆରଏଫକୁ ଏକ ଆତଙ୍କୀ ସଙ୍ଗଠନ ବୋଲି କହିଛି ଆମେରିକା। ସାରା ବିଶ୍ବ ପାଇଁ ଏଭଳି ଆତଙ୍କ ସଙ୍ଗଠନ ପ୍ରସ୍ତୁତ କରାଯାଇଛି  ।୨୦୦୮ ମୁମ୍ବାଇ ଆକ୍ରମଣ ପରେ ଲସ୍କର-ଈ-ତୋଇବା ପହଲଗାମରେ ନିରୀହ ଲୋକଙ୍କୁ ଆକ୍ରମଣ କରିଛି। ଲସ୍କରକୁ ଏକ ବୈଦେଶିକ ଆତଙ୍କୀ ଗ୍ରୁପ ବୋଲି କହିଛି ଆମେରିକା  । ଭାରତ ସମେତ ସାରା ବିଶ୍ବରେ ବିଭିନ୍ନ ସ୍ଥାନରେ ଆକ୍ରମଣ କରିଛି। ରୁବିଓ କହିଛନ୍ତି, ଟିଆରଏଫ ହେଉଛି ଲସ୍କରର ଏକ ସହଯୋଗୀ  ।   ପହଲଗାମ ଆତଙ୍କୀ ଆକ୍ରମଣରେ ୨୬ ନିରୀହ ଲୋକଙ୍କ ଜୀବନ ଯାଇଥିଲା  ।   ଟିଆରଏଫ ଆତଙ୍କୀ ସଙ୍ଗଠନ ଏହି ଆକ୍ରମଣ କରିଥିଲା  ।   ଏବଂ ଏହା ପଛରେ ଲସ୍କରର ହାତ ଥିବା ନେଇ ଭାରତ ଦାବି କରିଥିଲା। ଯାହାକୁ ଆମେରିକା ସ୍ବୀକାର କରିଛି ।  ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପହଲଗାମ ଆକ୍ରମଣ ଘଟଣାରେ ନ୍ୟାୟ ପ୍ରଦାନ କରିବାକୁ କହିଥିବା ନେଇ ଆମେରିକା ପକ୍ଷରୁ କୁହାଯାଇଛି ।