ପହେଲଗାମ ମୃତକଙ୍କ ପାଇଁ ସମୂହ ଦୀପଦାନ
କଟକ : ଜାମ୍ମୁକାଶ୍ମୀର ପହେଲଗାମ ଠାରେ ନିରୀହ ପର୍ଯ୍ୟଟକମାନଙ୍କୁ ଆତଙ୍କବାଦୀମାନେ ଗୁଳି କରି ନିଷ୍ଠୁର ଭାବେ ହତ୍ୟା କରିଥିଲେ । ଏହି ଘଟଣାକୁ ମହାନଦୀ ଫାଉଣ୍ଡେସନ ପକ୍ଷରୁ ଦୃଢ଼ ଭାବରେ ନିନ୍ଦା କରାଯିବା ସହ ଆତଙ୍କବାଦୀ ଆକ୍ରମଣରେ ନିହତ ସମସ୍ତ ଭାରତୀୟ ନାଗରିକମାନଙ୍କ ଅମର ଆତ୍ମାର ସଦ୍ଗତି ନିମନ୍ତେ ଅନୁଷ୍ଠାନ ପକ୍ଷରୁ ମହାନଦୀ ବିହାର ସ୍ଥିତ ମା’ ମଙ୍ଗଳା ମନ୍ଦିର ସମ୍ମୁଖରେ ସମୂହ ଦୀପଦାନ କରାଯାଇଥିଲା । କାର୍ଯ୍ୟକ୍ରମରେ ଫାଉଣ୍ଡେସନର ସଭାପତି ରମାକାନ୍ତ ଲେଙ୍କା, ଆଡ଼ଭୋକେଟ ମନୋଜ ଦାସ, ଡ କମଳ ପ୍ରସାଦ ମହାନ୍ତି, ଗୁରୁ ପ୍ରସାଦ ପଣ୍ଡା, ଲୋକ ରଂଜନ ଦାସ, ଭବାନୀ ଶଙ୍କର ଦାସ, ଶଶିକାନ୍ତ ନାୟକ, ଗୌତମ ଲେଙ୍କା, ଉମେଶ ଜେନା, ଅରୁଣ ରାୟ, ବିଶ୍ୱଜିତ ସାମଲ ଓ ନିଲୁ ପଟ୍ଟନାୟକ ପ୍ରମୁଖ ଯୋଗ ଦେଇଥିଲେ ।