ରେଭେନ୍ସା ହଷ୍ଟେଲ୍ରେ ଝାଡ଼ାବାନ୍ତି : ଏସ୍ସିବିରେ ଆକ୍ରାନ୍ତଙ୍କୁ ଭେଟିଲେ ମନ୍ତ୍ରୀ, ସାଂସଦ
କଟକ : ରେଭେନ୍ସା ବିଶ୍ୱବିଦ୍ୟାଳୟ ନୁ୍ୟପିଜି ହଷ୍ଟେଲ ଓ ଧର୍ମପଦ ହଷ୍ଟେଲରେ ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇ କଟକ ବଡ଼ ମେଡିକାଲ୍ରେ ଭର୍ତ୍ତି ହୋଇଥିବା ଆକ୍ରାନ୍ତ ଛାତ୍ରଙ୍କୁ ଭେଟିଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ, ସାଂସଦ ଭତ୍ତୃହରି ମହତାବ ଓ ଉଚ୍ଚ ଶିକ୍ଷାମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ । ଉଭୟ ମନ୍ତ୍ରୀ ଛାତ୍ରମାନଙ୍କ ସ୍ୱାସ୍ଥ୍ୟବସ୍ଥା ସଂପର୍କରେ ପଚାରି ବୁଝିଥିଲେ । ଏଥିସହିତ ସେମାନଙ୍କୁ ଚିକିତ୍ସା କରୁଥିବା ଡାକ୍ତରଙ୍କ ସହିତ ଆଲୋଚନା କରିଥିଲେ । ସମସ୍ତଙ୍କର ସ୍ୱାସ୍ଥ୍ୟ ଅବସ୍ଥା ସ୍ଥିର ଥିବା ଜଣାପଡ଼ିଛି । ରାତି ସୁଦ୍ଧା ସମସ୍ତଙ୍କୁ ମେଡ଼ିକାଲ୍ରୁ ଡିସଚାର୍ଜ କରାଯିବ ବୋଲି ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ ସୂଚନା ଦେଇଛନ୍ତି । ବିଶ୍ୱ ବିଦ୍ୟାଳୟର ହଷ୍ଟେଲରେ ଖାଦ୍ୟର ମାନ ଯାଞ୍ଚ କରିବା ପାଇଁ ସାନିଟାରୀ ଇନସପେକ୍ଟରଙ୍କୁ ନିୟୋଜିତ କରାଯାଇଛି । ସୂଚନାଯୋଗ୍ୟ, ଗତ ଶନିବାର ରେଭେନ୍ସା ବିଶ୍ୱବିଦ୍ୟାଳୟର ୪୦ରୁ ଊଦ୍ଧ୍ୱର୍ ଛାତ୍ର ହଷ୍ଟେଲ କ୍ୟାମ୍ପସରେ ଅସୁସ୍ଥ ହୋଇ ପଡ଼ିଥିଲେ । ଝାଡ଼ାବାନ୍ତି ହେବା ସହ ଶରୀର ନିସ୍ତେଜ ହୋଇପଡ଼ିଥିଲା । ଶନିବାର ସନ୍ଧ୍ୟାରେ ସମସ୍ତଙ୍କୁ ଏସସିବି ମେଡିକାଲରେ ଭର୍ତ୍ତି କରାଯାଇଥିଲା । ପ୍ରଥମେ ଡାଇରିଆ ୱାର୍ଡ଼ ଓ ପରେ ସମସ୍ତଙ୍କୁ ସ୍ୱତନ୍ତ୍ର ୱାର୍ଡ଼ରେ ଚିକିତ୍ସା କରାଯାଇଥିଲା ।
 
 Rasmita Behera
                                    Rasmita Behera                                 
    
 
    
 
 
 
