ଆତଙ୍କୀ ଆକ୍ରମଣକୁ ବିରୋଧ 

 ବାଲେଶ୍ୱର  : ଜମ୍ମୁକାଶ୍ମୀର ପହଲଗାମ ଆତଙ୍କୀ ଆକ୍ରମଣକୁ ବିରୋଧ କରି ଅନନ୍ତ ଶ୍ରୀ ସୁଖରାମଜୀ ଟ୍ରଷ୍ଟ ବାଲେଶ୍ୱର ଶାଖା ପକ୍ଷରୁ ପକ୍ଷରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଠାରେ ପ୍ରଧାନମନ୍ତ୍ରୀଙ୍କ ଉଦେ୍ଦଶ୍ୟରେ ଚାରି ଦଫା ଦାବି ସମ୍ବଳିତ ସ୍ମାରକପତ୍ର ଅତିରିକ୍ତ ଜିଲ୍ଲାପାଳଙ୍କୁ ପ୍ରଦାନ କରାଯାଇଛି । ଆତଙ୍କୀ ଆକ୍ରମଣର ଉଚ୍ଚସ୍ତରୀୟ ତଦନ୍ତ, ଘଟଣାର ଷଡ଼ଯନ୍ତ୍ର ଏବଂ ଆତଙ୍କବାଦୀ ନେଟୱର୍କର ପର୍ଦ୍ଦାଫାସ କରିବା, ଘଟଣାର ସଂପୃକ୍ତ ଆତଙ୍କବାଦୀ ଓ ତାଙ୍କ ସମର୍ଥକଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଏବଂ ହିନ୍ଦୁ ସମ୍ପ୍ରଦାୟର ଧାର୍ମିକ ସ୍ଥଳୀ ଓ ଯାତ୍ରୀଙ୍କୁ ସ୍ଥାୟୀ ସୁରକ୍ଷା ଲାଗି କେନ୍ଦ୍ର ସରକାର ଏକ ସ୍ୱତନ୍ତ୍ର ଓ ସୁନିୟୋଜିତ ସୁରକ୍ଷା ନୀତି ଘୋଷଣା କରନ୍ତୁ ବୋଲି ଦାବି କରାଯାଇଛି । ଏଥିସହିତ ହିନ୍ଦୁ ଧାର୍ମିକ ସ୍ଥଳକୁ ଯାଉଥିବା ଯାତ୍ରୀଙ୍କ ସ୍ଥାୟୀ ସୁରକ୍ଷା ଦାବି କରାଯାଉଛି । କେନ୍ଦ୍ର ସରକାର ଏହି ଘଟଣା ପରେ ଶୂନ୍ୟ ସହନଶୀଳ ନୀତି ଅବଲମ୍ବନ କରିବାକୁ ଟ୍ରଷ୍ଟ ପକ୍ଷରୁ ଅନୁରୋଧ କରାଯାଇଛି । ଟ୍ରଷ୍ଟ ସରକାରଙ୍କ ଆତଙ୍କବାଦ ବିରୋଧ ନୀତିକୁ ସମର୍ଥନ କରୁଛି ବୋଲି ରାମ ସୁଖ ଭୁତ୍ରା ଓ ରାମ ସ୍ୱରୂପ ଭୁତ୍ରା କହିଛନ୍ତି । ଅନ୍ୟମାନଙ୍କ ମଧ୍ୟରେ ତେରା ରତନ ଭୁତ୍ରା, ବିନୋଦ ପ୍ରେିୱାଲ, ସତ୍ୟ ନାରାୟଣ ଚଣ୍ଡକ, ପୁନମ ଚାନ୍ଦ ଭୁତ୍ରା ପ୍ରମୁଖ ଉପସ୍ଥିତ ଥିଲେ ।