ପାନୀୟ ଜଳ ପାଇଁ ହନ୍ତସନ୍ତ ବ୍ରହ୍ମପୁରବାସୀ

ବ୍ରହ୍ମପୁର:   ଗଞ୍ଜାମ ଜିଲ୍ଲାର ବ୍ରିଟିଶ ଶାସନ ଅମଳରୁ ଜାନିବିଲି ଆନିକଟ ଠାରୁ ଦକ୍ଷିଣପୁର ଜଳ ଭଣ୍ଡାରକୁ ଋଷିକୂଲ୍ୟା ମୁଖ୍ୟ କେନାଲ ଦେଇ ଜଳ ଯୋଗାଣ ହେଉଥିଲା । ଦୀର୍ଘ ବର୍ଷ ହେଲା ବ୍ରହ୍ମପୁର ବାସୀ ପାନୀୟ ଜଳ ପାଇଁ ହନ୍ତସନ୍ତ ହେଉଥିଲେ । ବ୍ରହ୍ମପୁର ବାସୀଙ୍କୁ ଭୂତେଇ ବ୍ରହ୍ମପୁର ପାଇଁ ସ୍ଥାୟୀ ଜଳ ଯୋଗାଣ ନକରି ଜାନିବିଲି ଆନିକଟ ଠାରୁ ପାଇପ ଯୋଗେ ପାନୀୟ ଜଳ ନେବା ପାଇଁ ୮୦୦ କୋଟି ଟଙ୍କା ଖର୍ଚ୍ଚ ହେବା ଦେଖାଇ ଗଞ୍ଜାମ ଜିଲ୍ଲାର ଜଣେ ପୂର୍ବତନ ମନ୍ତ୍ରୀ ସରକାରୀ ଟଙ୍କାକୁ ହରିଲୁଟ କରିଥିବା ଏବେ ଚର୍ଚ୍ଚା ଜୋର ଧରିଛି । ୨୦୦୦ ମସିହା ପୂର୍ବରୁ ବ୍ରହ୍ମପୁର ସହର ପାଇଁ ପ୍ରସ୍ତାବିତ ଥିବା ଘଟକେଶ୍ୱର ପ୍ରକଳ୍ପ ଛେଳିଗଡ଼ ପ୍ରକଳ୍ପକୁ କାର୍ଯ୍ୟକ୍ଷମ ନକରି ଏହି ପ୍ରକଳ୍ପ ନାମରେ ପୂର୍ବତନ ମନ୍ତ୍ରୀ ମହାଶୟ କେବଳ ବ୍ରହ୍ମପୁର ବାସୀଙ୍କୁ ନୁହେଁ । ବ୍ରହ୍ମପୁର ସହର ବାସୀଙ୍କ ନାମରେ ଋଷିକୂଲ୍ୟା ନଦୀକୁ ମରଣଯନ୍ତାକୁ ଠେଲି ଦେଇଛନ୍ତି । ଏପରିକି ଧରାକୋଟ, ଆସିକା, ଶେର ଗଡ଼, ହିଞ୍ଜିଳି, ସାନଖେମୁଣ୍ଡି, କୁକୁଡାଖଣ୍ଡି, ଦିଗପହଣ୍ଡି, ରଙ୍ଗେଈଲୁଣ୍ଡା ବ୍ଲକର ଚାଷୀକୂଳକୁ ସେମାନଙ୍କର ରବି ଫସଲ ଉତ୍ପାଦନ କରିବାରୁ ବଞ୍ଚିତ ହୋଇଛନ୍ତି । ପାଇପ ଯୋଗେ ଋଷିକୂଲ୍ୟା ନଦୀରୁ ଅନବରତ ପାଣି ଯାଉଥିବାରୁ ଓଡ଼ିଶାର ସର୍ବ ପୁରାତନ ଆସିକା ଚିନିଶିଳ୍ପ ପାଇଁ ଚାଷୀ ମାନେ ଆଖୁ ଉତ୍ପାଦନରୁ ବଞ୍ଚିତ ହୋଇଛନ୍ତି । ଯାହାକି ସମ୍ପୃକ୍ତ ନେତା ସେତେବେଳେ ପାଣି ଅଭାବ ଦେଖାଇ ଚିନିଶିଳ୍ପ ୠଗୁଣ ହେବା ନାମରେ ଆଖୁ କାରଖାନାକୁ ବିକ୍ରି କରିଦେବା ପାଇଁ ପ୍ରୟାସ କରିଛନ୍ତି । ବ୍ରହ୍ମପୁର ସହର ବାସୀଙ୍କୁ ସ୍ଥାୟୀ ଜଳ ଯୋଗାଣ ପ୍ରକଳ୍ପ କାଯ୍ୟକାରୀ ହେବା ପର୍ଯ୍ୟନ୍ତ ଦକ୍ଷିଣପୁର ଘାଇ କେନାଲ ଯୋଗେ ପାଣି ଯୋଗାଇ ପୂର୍ବବତ ଋଷିକୂଲ୍ୟା ମୁଖ୍ୟ କେନାଲରୁ ଚାଷୀକୂଳକୁ ପାଣି ଯୋଗାଇବାକୁ ଦାବି ହେଉଛି । ନଚେତ ଆଗାମୀ ଦିନରେ ଚାଷ ବଞ୍ଚାଇବା ପାଇଁ ଚାଷୀ ଆନେ୍ଦାଳନ କରିବାକୁ ବାଧ୍ୟ ହେବେ । ଜାନିବିଲି ଆନିକଟ କେନାଲରୁ ଚାଷ ଜମିକୁ ଜଳ ଆସୁନାହିଁ । ଯାହା ଫଳରେ ଚଳିତ ବର୍ଷ ସ୍ୱଳ ସମୟ ପାଇଁ ଆସିକା ଚିନିଶିଳ୍ପରେ ଆଖୁପେଡ଼ା ହୋଇ ବନ୍ଦ ହୋଇଛି । ବ୍ରହ୍ମପୁରବାସୀଙ୍କୁ ସମ୍ପୂର୍ଣ୍ଣ ଭାବେ ଜଳ ଯୋଗାଣ କେବେହେବ ଆସିକା ଚିନି ଶିଳ୍ପର ଭାବିଷ୍ୟତ ଅନ୍ଧାର ଆଡକୁ ଯାଉଥିବା ସାଧାରଣରେ ଚର୍ଚ୍ଚାର ବିଷୟ ହୋଇଛି । ଏହି ମହା ଘୋଟାଲା ପର୍ଦା ପଛରେ ଥିବା ବ୍ୟକ୍ତି ବିଶେଷଙ୍କ ପ୍ରତି ଡବଲ ଇଞ୍ଜିନି ସରକାର କେଉଁ ପ୍ରକାର ଯାଞ୍ଜ କମିଟି ଦ୍ୱାରା ତଦନ୍ତ କରୁଛି ସମୟ କହିବ ।