ଦୁର୍ଘଟଣାରେ ଦୁଇ ଗୁରୁତର 

  ବୈଶିଙ୍ଗା : ବୈଶିଙ୍ଗା ଥାନା ଅନ୍ତର୍ଗତ ରୁପସା-ବୈଶିଙ୍ଗା ରାସ୍ତାର କଦଳିଆ ଠାରେ ଏକ ମର୍ମନ୍ତୁଦ ଦୁର୍ଘଟଣାରେ ଦୁଇ ଜଣ ଗୁରୁତର ଆହତ ହୋଇଥିବା ଜଣାପଡିଛି । ଘଟଣାରୁ ପ୍ରକାଶ, ରଘୁପୁର ପଞ୍ଚାୟତ ଅଧିନ ଠାକୁରତୋଟା ଗ୍ରାମର ଅଲେଖ ସିଂଙ୍କ ପୁଅ ଉଦୟ କୁମାର ସିଂ ଏବଂ ତାଙ୍କର ସାଥି ନିଜର ସ୍କୁଟି ନଂ ଓଡି-୧୧ଏଏଫ୍ ୩୭୮୯ରେ ଘରୁ ବୈଶିଙ୍ଗା ଆସୁଥିବା ବେଳେ ବିପରୀତ ଦିଗରୁ ଆସୁଥିବା ବୋଲେରୋ ନଂ ଓଡ଼ି - ୦୫ଏପି -୧୯୫୮ଟି ସ୍କୁଟିକୁ ଧକ୍କା ଦେଇ ରାସ୍ତା ପାର୍ଶ୍ୱିକୁ ଓଲଟି ପଡିଥିଲା । ସ୍କୁଟି ଆରୋହୀ ଦୁଇଜଣ ଗୁରୁତର ଥିବାରୁ ସଙ୍ଗେ ସଙ୍ଗେ ବୈଶିଙ୍ଗା ଡାକ୍ତରଖାନାକୁ ନିଆଯାଇଥିଲା । ସେଠାରେ ପ୍ରାଥମିକ ଚିକିତ୍ସା ପରେ ବାଲେଶ୍ୱର ସ୍ଥାନାନ୍ତରିତ କରାଯାଇଛି । ଏପଟେ ପୁଲିସ ଘଟଣାସ୍ଥଳରେ ପହଞ୍ଚô ସ୍କୁଟି ଏବଂ ବୋଲେରୋକୁ ଏକ ଜେସିବି ଯୋଗେ ଥାନାକୁ ନେଇ ଆସିଥିଲେ ।